ଏହି ଦେଶରେ ରହୁଛନ୍ତି ପାକିସ୍ତାନ ପିଏମଙ୍କ ପୁଅ, ବହୁତ ବଡ଼ ଅଟେ ଇମ୍ରାନଙ୍କ ପରିବାର ।

Spread the love

କ୍ରିକେଟରରୁ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା କରିଥିବା ଇମ୍ରାନ ଖାନ ନିକଟରେ ହିଁ ନିଜର ୬୭ତମ ଜନ୍ମ ଦିବସ ପାଳନ କରିଥିଲେ । ଏହି ଅବସରରେ ଲୋକେ ଇମ୍ରାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଆମେ ଇମ୍ରାନଙ୍କ ପରିବାର ବିଷୟରେ କିଛି କହିବା ପାଇଁ ଯାଉଛୁ; ଯାହା ମିଡ଼ିଆର ନଜରରେ କଦାପି ଆସିନାହିଁ । ଇମ୍ରାନଙ୍କ କ୍ୟାରିୟର ବିଷୟରେ ସମସ୍ତେ ଜାଣନ୍ତି ଏବଂ ଇମ୍ରାନଙ୍କ ବିବାହର ଚର୍ଚ୍ଚା ସର୍ବଦା ଚାଲିଥାଏ କିନ୍ତୁ ଇମ୍ରାନଙ୍କ ପିଲାଙ୍କ ବିଷୟରେ କଦାପି ମିଡିଆରେ ଚର୍ଚ୍ଚା ହୁଏ ନାହିଁ । ଇମ୍ରାନଙ୍କ ପିଲାମାନେ ପାକିସ୍ତାନରେ ରୁହନ୍ତି ନାହିଁ ।

କହିବା ପାଇଁ ଚାହୁଁଛୁ ଇମ୍ରାନଙ୍କ ସମ୍ପୂର୍ଣ୍ଣ ନାମ ଇମ୍ରାନ ଖାନ ଅହମ୍ମଦ ଖାନ ନିୟଜି ଅଟେ । ଇମ୍ରାନଙ୍କ ଜନ୍ମ ୫ ଅକ୍ଟୋବର ୧୯୫୨ରେ ପଞ୍ଜାବର ଗୋଟିଏ ପସ୍ତୁନ ପରିବାରରେ ହୋଇଥିଲା । ପରେ ପରିବାର ସମେତ ଲାହୋର ଚାଲିଯାଇଥିଲେ । ଲାହୋରରେ ଇମ୍ରାନ ନିଜର ଅତ୍ୟଧିକ ସମୟ ଅତିବାହିତ କରିଥିଲେ । ଇମ୍ରାନଙ୍କ ପିତା ଲାହୋରରେ ଏକ ସିଭିଲ ଇଂଜିନିୟର ଥିଲେ ଏବଂ ଇମ୍ରାନଙ୍କ ମାଆ ଜଣେ ଗୃହଣୀ ଥିଲେ ।ଛୋଟବେଳେ ଇମ୍ରାନ ବହୁତ ସାଧାସିଧା ଥିଲେ । ଏଠାରେ ଆମେ ଇମ୍ରାନଙ୍କ ପରିବାର ଏବଂ ପିଲାଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ ।

୧୯୯୫ରେ ୪୨ ବର୍ଷୀୟ ବୟସରେ ଇମ୍ରାନ ଖାନ ୨୧ ବର୍ଷୀୟ ଯେମିମା ଗୋଲଡ଼ସ୍ମିଥଙ୍କ ସହ ବିବାହ କରିଥିଲେ, ଯାହା କି ଏହି ସମ୍ପର୍କ ୨୦୦୪ ପର୍ଯ୍ୟନ୍ତ ତିଷ୍ଟି ରହିପାରିଥିଲା । ଏହି ବିବାହରୁ ଇମ୍ରାନଙ୍କୁ ୨ଟି ସନ୍ତାନ ପ୍ରାପ୍ତ ହୋଇଥିଲା । ସେମାନଙ୍କ ନାମ ହେଲା ସୁଲେମାନ ଇଶା ଖାନ୍ ଏବଂ କାଶିଵ ଖାନ । ବର୍ତ୍ତମାନ ସୁଲେମାନଙ୍କ ବୟସ ୨୨ ଅଟେ ଏବଂ ତାଙ୍କର ଛୋଟ ଭଉଣୀ ମଧ୍ୟ ଅଛନ୍ତି ଏବଂ ଦୁହେଁ ନିଜର ମାଆଙ୍କ ସହ ଇଂଲଣ୍ଡରେ ରହୁଛନ୍ତି । କହିବା ପାଇଁ ଚାହୁଁଛୁ; ଯେମିମା ବହୁତ ବଡ଼ ଧନୀ ସମ୍ପ୍ରଦାୟର ମହିଳା ଅଟନ୍ତି । ଯାହାଫଳରେ ସେ ନିଜ ସନ୍ତାନଙ୍କୁ ଇମ୍ରାନ ଖାନଙ୍କୁ ଦେଇନଥିଲେ ।

୨୦୦୪ରେ ଯେମିମା ଗୋଲଡ଼ସ୍ମିଥଙ୍କ ସହ ଛାଡପତ୍ର ପରେ ଇମ୍ରାନ ୨୦୧୫ରେ ବ୍ରିଟିଶ ପାକିସ୍ଥାନୀ ପତ୍ରକାର ରେହମ ଖାନଙ୍କ ସହ ବିବାହ କରିଥିଲେ । ଏହି ବିବାହ କେବଳ ଦଶ ମାସ ପର୍ଯ୍ୟନ୍ତ ହିଁ ତିଷ୍ଟି ରହି ପାରିଥିଲା । ବିବାହର ଦଶ ମାସ ପରେ ଦୁହିଙ୍କ ମଧ୍ୟରେ କୋର୍ଟରେ ଛାଡପତ୍ର ହୋଇ ଯାଇଥିଲା । ଏହି କାରଣରୁ ଦୁହେଁ ବର୍ତ୍ତମାନ ଦୁହିଙ୍କ ସାମ୍ନାକୁ ଆସୁନାହଁନ୍ତି । ରେହମ ଖାନ ପ୍ରାୟତଃ ଇମ୍ରାନଙ୍କ ନୀତି ଉପରେ ଆଲୋଚନା କରନ୍ତି ।

୨୦୧୮ ମସିହା ଫେବୃଆରୀ ମାସ, ୬୫ ବର୍ଷରେ ଇମ୍ରାନ ୪୦ ବର୍ଷ ବୟସର ବୁସରା ମାନେକାଙ୍କ ସହ ବିବାହ କରିଥିଲେ । ଯାହାଫଳରେ ଇମ୍ରାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲେ । ଏହି ବିବାହକୁ ନେଇ ଇମ୍ରାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ୍ ବହୁତ ଆରୋପ ଲଗାଇ ଥିଲେ । ରେହମ ଖାନ୍ କହିଥିଲେ, ଇମ୍ରାନ ଖାନ୍ ବେବଫା ଅଟନ୍ତି । ଯେତେବେଳେ ରେହମ ଖାନ୍ ଇମ୍ରାନଙ୍କ ପତ୍ନୀ ଥିଲେ, ସେହି ସମୟରୁ ହିଁ ଇମ୍ରାନ ବିସରାଙ୍କୁ ଡେଟ କରୁଥିଲେ, ଯାହାଫଳରେ ରେହମ ଖାନ୍ ଏବଂ ଇମ୍ରାନଙ୍କ ଛାଡପତ୍ର ହୋଇଥିଲା । ବର୍ତ୍ତମାନ ଇମ୍ରାନ ନିଜର ତୃତୀୟ ପତ୍ନୀଙ୍କ ସହ ରହୁଛନ୍ତି ଯାହାଙ୍କୁ ନେଇ ବର୍ତ୍ତମାନ ଦିନ ଗୁଡିକରେ ମିଡିଆରେ ଖୁବ ଚର୍ଚ୍ଚା ଚାଲିଛି ।