ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ଭାରତକୁ ଡରୁଛି । ଇମ୍ରାନ ଖାନ୍ କହିଛନ୍ତି ମିଟିଂଗ୍ କ୍ୟାନ୍ସଲ୍ କାରଣ ଭାରତ ଅନ୍ୟ ଗୋଟିଏ …..

Spread the love

ପାକିସ୍ଥାନ ପୁରାପୁରି ଡରିଯାଇଛି । ଇମ୍ରାନ ଖାନ୍ ପାକିସ୍ଥାନ ମିଡ଼ିଆକୁ କହିଛନ୍ତି ବର୍ତ୍ତମାନ ପୁରାପୁରି ବିପଦ ଟଳି ନାହିଁ ।

ପୁଲୱାମା ଆକ୍ରମଣ ପରେ ଯେପରି ଭାବରେ ପାକିସ୍ଥାନ ସୀମା ଅତିକ୍ରମ କରି ଶତ୍ରୁଙ୍କ ହତ୍ୟା କରିଥିଲା, ଏହା ପରେ ପାକିସ୍ଥାନ ପୁରାପୁରି ଭୟରେ ରହିଛି । କହିବାକୁ ଚାହୁଁଛୁ; ପାକିସ୍ଥାନ ପ୍ରଧାନମନ୍ତ୍ରୀ ନିଜେ ସ୍ୱୀକାର କହିଛନ୍ତି ଓ ସେ ସମସ୍ତ ମିଟିଂ ରଦ୍ଧ କରି ଦେଇଛନ୍ତି । ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମିଡ଼ିଆ ସହ କଥା ହେବା ସମୟରେ ବଡ ବୟାନ ଦେଇଛନ୍ତି ଯେ, ବର୍ତ୍ତମାନ ଆମ ଉପରୁ ବିପତି ଟଳି ନାହିଁ । ଏହି ବୟାନରୁ ଜଣାପଡ଼ିଛି ଇମ୍ରାନ ଖାନ୍ କେତେ ପରିମାଣରେ ଭୟରେ ଅଛନ୍ତି ? ଜାଣନ୍ତୁ ଆଜିର ଏହି ଲେଖାରେ କଣ ସବୁ ଖାସ ଅଛି ଆପଣଙ୍କ ପାଇଁ ।

ପୁଲୱାମା ଆକ୍ରମଣ ପରେ ହିଁ ଭାରତ ଓ ପାକିସ୍ଥାନ ମଧ୍ୟରେ ଚିନ୍ତା ଲାଗି ରହିଛି । ପୁଲୱାମା ପରେ ଭାରତୀୟ ବାୟୁସେନା ୨୬ ଫେବୃଆରୀରେ ବାଲାକଟ୍ ରେ ବାୟୁସେନା ଦ୍ଵାରା ଆକ୍ରମଣ କରିଥିଲା । ଯାହାଫଳରେ ପାକିସ୍ଥାନ ପୁରାପୁରି ଡରି ଯାଇଛି । ପାକିସ୍ଥାନ ଏପରି ଡରି ଯାଇଛି ଯେ, ସେ ତାର ସମସ୍ତ ମିଟିଂ ରଦ୍ଧ କରି ଦେଇଛି ଓ କହି ବୁଲୁଛି ବର୍ତ୍ତମାନ କୌଣସି ମିଟିଂ କରିବା ନାହିଁ କାରଣ ହୋଇଥାଇ ପାରେ ଭାରତ ଅନ୍ୟ ଗୋଟିଏ ବାୟୁ ଆକ୍ରମଣର ଯୋଜନା କରୁଛି ।

କଣ କହିଛନ୍ତି ଇମ୍ରାନ ଖାନ୍ :

ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପାକିସ୍ଥାନ ମିଡ଼ିଆକୁ କହିଛନ୍ତି ବର୍ତ୍ତମାନ ଆମେ କୌଣସି ମିଟିଂ କରିବା ନାହିଁ । କାରଣ ଭାରତ କୌଣସି ସମୟରେ ମଧ୍ୟ ଆକ୍ରମଣ କରିପାରେ ଓ ଏହି ସମୟରେ ଦେଶ ଉପରେ ଯୁଦ୍ଧର ପରିସ୍ଥିତି ଦେଖାଯାଉଛି । ଏହି କାରଣରୁ ଯେତେବେଳ ଯାଏଁ ଭାରତରେ ନିର୍ବାଚନର ମାହୋଲ ଲାଗିରହିଛି; ଆମକୁ ସତର୍କ ରହିବା ପାଇଁ ପଡିବ । ପାକିସ୍ଥାନ କହିଛି, ଆମେ ବର୍ତ୍ତମାନ ପ୍ରସ୍ତୁତ ଅଛୁ, ଭାରତର ପ୍ରତିଟି ଆକ୍ରମଣର ଉଚିତ୍ ଜବାବ ଦେବା ପାଇଁ ।

ଇମ୍ରାନ ଖାନ୍ ସମସ୍ତ ମିଟିଂ ରଦ୍ଧ କରିଛନ୍ତି :

ଇମ୍ରାନ ଖାନ୍ ପାକିସ୍ଥାନୀ ମିଡ଼ିଆକୁ କହିଛନ୍ତି ବର୍ତ୍ତମାନ ଖତରା ଟଳି ନାହିଁ । ଏହା ସହ ଇମ୍ରାନ କହିଛନ୍ତି; ଭାରତରେ ନିର୍ବାଚନ ପରିସ୍ଥିତି ଚାଲିଛି, ତେଣୁ ଆମକୁ ସତର୍କ ରହିବା ପାଇଁ ପଡିବ । ଏହା ସହ ଆଫଗାନିସ୍ତାନ ଓ ତାଲିବାନ୍ ସହ ହେବାକୁ ଥିବା ମିଟିଂ ଗୁଡିକୁ ରଦ୍ଧ କରାଯାଇଛି । ଭାରତର ନିର୍ବାଚନ ଶେଷ ହେବା ପରେ ହିଁ ଏହି ମିଟିଂ ଗୁଡିକ କରାଯିବ । ଇମ୍ରାନଙ୍କ କଥାରୁ ଜଣା ପଡୁଛି ଯେ, ସେ ଖୁବ୍ ଭୟଭିତ ଅଛନ୍ତି ଓ ନିଜ ଦେଶକୁ ବଞ୍ଚାଇବା ପାଇଁ ଚାହୁଁଛନ୍ତି ।

୨୬ ଫେବୃଆରୀରେ ଭାରତ ବାୟୁ ଆକ୍ରମଣ କରିଥିଲା :

ପୁଲୱାମା ଆକ୍ରମଣର ଉତ୍ତର ଦେବାକୁ ଯାଇ ଭାରତ ୨୬ ଫେବୃଆରୀରେ ପାକିସ୍ଥାନରେ ପଶି ଆତଙ୍କବାଦୀଙ୍କ ଠିକଣା ଗୁଡିକୁ ଧ୍ୱଂସ କରିଦେଇଥିଲା । ଯାହାଫଳରେ ପାକିସ୍ଥାନୀ ଲଢାକୁ ବିମାନ ଭାରତର ସୀମାରେ ପଇଁତରା ମାରିବାରେ ଲାଗିଥିଲା । କିନ୍ତୁ ଭାରତୀୟ ସେନା ସେଗୁଡିକୁ ଧ୍ୱଂସ କରିଥିଲା ଓ ଭାରତର ପାଇଲଟ ଅଭିନନ୍ଦନଙ୍କୁ ପାକିସ୍ଥାନ ବନ୍ଧି କରି ନେଇଥିଲା । ପରେ ଭାରତର ଚାପ ଫଳରେ ଅଭିନନ୍ଦନଙ୍କୁ ପାକିସ୍ଥାନ ଛାଡିବା ପାଇଁ ବାଧ୍ୟ ହୋଇଥିଲା ।