ପାକିସ୍ତାନର ଏହି ଅଲରାଉଣ୍ଡର କହିଲେ- ଦୁଇ ସପ୍ତାହ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାକୁ ଦେଇ ଦିଅ… ।

Spread the love

ଜୁନ ୨୭ରେ ଭାରତ ଏବଂ ୱେଷ୍ଟଇଣ୍ଡିଜଙ୍କ ମଧ୍ୟରେ ୱାର୍ଲଡ଼ କପ ୨୦୧୯ର ୩୪ତମ ଖେଳ ହୋଇଥିଲା । ଭାରତୀୟ ଦଳ ଏହି ଖେଳରେ ୧୨୫ ରନରେ ବିଜୟ ଲାଭ କରିଥିଲେ । ଏହି ଖେଳରେ ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ଓଭର ବେଳକୁ ୩୮ ବଲରେ ୪୬ ରନ୍ କରିଥିଲେ ଏବଂ ବୋଲିଂରେ ୨୮ ରନ୍ ଦେଇ ୧ ୱିକେଟ ମଧ୍ୟ ନେଇଥିଲେ ।ଏହି ଖେଳକୁ ପାକିସ୍ତାନର ପୂର୍ବ ଅଲରାଉଣ୍ଡର ଖେଳାଳୀ ଅବଦୁଲ ରଜ୍ଜାକ ମଧ୍ୟ ଦେଖୁଥିଲେ । ଅବଦୁଲ ରଜ୍ଜାକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରେ ଅନେକ ଦୁର୍ବଳତା ଦେଖାଗଲା ଏବଂ ସେ ହାର୍ଦ୍ଦିକକୁ ତାଲିମ ଦେବା ପାଇଁ ଚାହୁଁଛନ୍ତି ବୋଲି କହିଥିଲେ ।

ଅବଦୁଲ ରଜ୍ଜାକ କହିଲେ :

ଅବଦୁଲ ରଜ୍ଜାକ କହିଲେ, ସେ ଭାରତ ଏବଂ ୱେଷ୍ଟଇଣ୍ଡିଜର ଖେଳ ଦେଖୁଥିଲେ । ମୁଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଥମ ଥର ବ୍ୟାଟିଂ କରୁଥିବା ଦେଖିଲି ଏବଂ ତାଙ୍କ ପାଖରେ ଅନେକ ଦୁର୍ବଳତା ଦେଖାଗଲା । ଯେତେବେଳେ ସେ ହିଟ୍ ବା ବ୍ୟାଟିଂ କରୁଥିଲେ ତାଙ୍କର ଫୁଟ (ପାଦ) ମୁଭମେଣ୍ଟ, ବେଟ୍ ସ୍ୱିଙ୍ଗ ବା ବେଟ ଉଠେଇବା, ଶରୀରର ସନ୍ତୁଳନ ଇତ୍ୟାଦିରେ ଦୁର୍ବଳ ଦେଖାଗଲା । ଯଦି ମୁଁ ହାର୍ଦ୍ଦିକକୁ ଦୁବାଇରେ ଦୁଇ ସପ୍ତାହ ଶିଖେଇବାକୁ ଚେଷ୍ଟା କରିବି; ତେବେ ମୋର ଆଶା ଅଛି ଯେ, ଦୁଇ ସପ୍ତାହ ପରେ ହାର୍ଦ୍ଦିକ ଦୁନିଆର ଏକ ନମ୍ବର ହିଟ୍ ବ୍ୟାଟସ୍ ମେନ୍ ଏବଂ ଅଲରାଉଣ୍ଡର ହେଇପାରିବେ । ମୁଁ ତାଙ୍କୁ ଦୁଇ ସପ୍ତାହରେ ଦକ୍ଷ ଅଲରାଉଣ୍ଡର କରିପାରିବି । ମୁଁ ଅନୁଭବ କରିଲି ଏହି ବିଷୟଟି ଶେୟର କରିବା ଜରୁରୀ, ତେଣୁ ଶେୟର କରି ନିଜର ଅନୁଭୂତି ଜଣାଇଲି । ଯଦି ବିସିସିଆ ଚାହୁଁଛି, ହାର୍ଦ୍ଦିକ ଖେଳରେ ଉନ୍ନତି କରୁ, ତେବେ ମୁଁ ପ୍ରଶିକ୍ଷଣ ଦେବାକୁ ପ୍ରସ୍ତୁତ ଅଛି । କେବଳ ଦୁଇ ସପ୍ତାହରେ ମୁଁ ହାର୍ଦ୍ଦିକକୁ ଦୁନିଆର ଏକ ନମ୍ବର ଦକ୍ଷ ଅଲରାଉଣ୍ଡର କରିପାରିବି ।

ଭିଡ଼ିଓରେ ଦେଖନ୍ତୁ ଅବଦୁଲ ରଜ୍ଜାକ କ’ଣ କହିଲେ :

ଅବଦୁଲ ରଜ୍ଜାକ ପାକିସ୍ତାନ ପାଇଁ ୨୬୫ଟି ଏକ ଦିବସୀୟ ଖେଳରେ ଖେଳି ୫୦୮୦ ରନ୍ କରିଛନ୍ତି ଏବଂ ୨୬୯ଟି ୱିକେଟ ନେଇଛନ୍ତି । ରଜ୍ଜାକ ତାଙ୍କ କ୍ୟାରିୟରରେ ୪୬ଟି ଟେଷ୍ଟ ଖେଳରେ ୧୯୪୬ ରନ୍ କରିଛନ୍ତି ଏବଂ ୧୦୦ ୱିକେଟ ନେଇଛନ୍ତି । ଅବଦୁଲ ରଜ୍ଜାକ ପାକିସ୍ତାନ ଶ୍ରେଷ୍ଠ ଖେଳାଳୀ ମାନଙ୍କ ମଧ୍ୟରୁ ଜଣେ ।