ଏହି ପାଞ୍ଚୋଟି ଅଙ୍ଗରେ ହେଉଥିବା ପୀଡ଼ା ବଡ଼ ରୋଗ ହେବାର ସଂକେତ ଦେଇଥାଏ ।

Spread the love

ଆଜିର ସମୟରେ ବହୁତ ଲୋକ ଏପରି ଅଛନ୍ତି; ଯାହାଙ୍କ ଶରୀରରେ ପୀଡାର ସମସ୍ୟା ରହିଥାଏ । କିନ୍ତୁ ଲୋକେ ଏହାକୁ ସାଧାରଣ ପୀଡ଼ା ଭାବି ଅଣଦେଖା କରିଥାନ୍ତି । ଏହି ପୀଡ଼ା ବେଳେବେଳେ ମନୁଷ୍ୟ ପାଇଁ ବିପଦ ସୃଷ୍ଟି କରିଥାଏ । ଆଜି ଆମେ ଜାଣିବା ପାଇଁ ଚେଷ୍ଟା କରିବା ଶରୀରର ସେହି ଅଙ୍ଗ ବିଷୟରେ ଯେଉଁ ଅଙ୍ଗରେ ହେଉଥିବା ପୀଡ଼ା ବଡ଼ ରୋଗର ସଂକେତ ଦେଇଥାଏ । ଏହି ବିଷୟରେ ସମସ୍ତ ଲୋକଙ୍କ ଜ୍ଞାନ ରହିବା ଜରୁରୀ ଅଟେ । ଆସନ୍ତୁ ଜାଣିବେ ଏହି ୫ଟି ଅଙ୍ଗରେ ହେଉଥିବା ପୀଡ଼ା ଫଳରେ ହେଉଥିବା ବଡ଼ ରୋଗ ଗୁଡିକ ବିଷୟରେ ।

1. ମୁଣ୍ଡ ବ୍ୟଥା :

ଯଦି କୌଣସି ବ୍ୟକ୍ତିଙ୍କୁ ମୁଣ୍ଡ ବ୍ୟଥା ଲମ୍ବା ସମୟରୁ ହେଉଛି; ତେବେ ସେହି ବ୍ୟକ୍ତି ଏହି ରୋଗକୁ ଅଣଦେଖା କରିବା ଉଚିତ୍ ନୁହେଁ । କାରଣ ଏହି ପୀଡ଼ା କୌଣସି ବଡ଼ ରୋଗର ସଂକେତ ହୋଇପାରେ । ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଣ୍ଡ ପୀଡ଼ା ହେଉଥିଲେ ଏହା ମାଇଗ୍ରେନର ଲକ୍ଷଣ ଅଟେ । ଏଥିରେ ମନୁଷ୍ୟର ମାନସିକ ସ୍ଥିତି ବିଗିଡି ଯାଇଥାଏ ଏବଂ ମସ୍ତିଷ୍କରେ ଚିଡିଚିଡା ପଣର ସମସ୍ୟା ବଢି ଯାଇଥାଏ । ଯଦି ଆପଣ ମଧ୍ୟ ଏହି ଅଙ୍ଗରେ ପୀଡ଼ା ଅନୁଭୂତ ହେଉଥାଏ; ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ ।

2. ହୃଦୟରେ ପୀଡ଼ା :

ଯଦି କୌଣସି ବ୍ୟକ୍ତିଙ୍କୁ ହୃଦୟ ପୀଡ଼ା ଜନିତ ସମସ୍ୟା ହୁଏ, ଏହା ହୃଦୟ ସମ୍ବନ୍ଧୀୟ ରୋଗର ସଂକେତ ଅଟେ । ଏଥିରେ ମନୁଷ୍ୟକୁ ହୃଦଘାତର ସମସ୍ୟା ହୋଇପାରେ ।ଏଥିପାଇଁ ଯଦି କୌଣସି ବ୍ୟକ୍ତିଙ୍କୁ ହୃଦୟରେ ପୀଡ଼ା ସମସ୍ୟା ହୁଏ, ତେବେ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ ଏବଂ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ଅଟେ । କାରଣ ହୃଦୟର ଏହି ପୀଡ଼ା ଭବିଷ୍ୟତରେ ବିପଦ ସୃଷ୍ଟି କରିପାରେ ।

3. କାନ୍ଧରେ ପୀଡ଼ା :

ଯଦି କୌଣସି ବ୍ୟକ୍ତିଙ୍କୁ କାନ୍ଧରେ ପୀଡ଼ା ଜନିତ ସମସ୍ୟା ହୁଏ; ତେବେ ଏହା ଟିବି ପରି ଭୟଙ୍କର ରୋଗର ସଂକେତ ଅଟେ । ଏଥିରେ ମନୁଷ୍ୟର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଏବଂ ଏହା ସହ ମନୁଷ୍ୟ ନିଜକୁ ଅସୁସ୍ଥ ମନେ କରିଥାଏ । ଏଥିରେ ମନୁଷ୍ୟ ଶରୀରରେ ଅନେକ ପ୍ରକାରର ସମସ୍ୟା ଜନ୍ମ ନେଇଥାଏ । ଯଦି କୌଣସି ବ୍ୟକ୍ତି ଏପରି ସମସ୍ୟା ଭୋଗୁଥାନ୍ତି, ତେବେ ଖୁବ ଶୀଘ୍ର କୌଣସି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ଅଟେ ।

4. ପିଠି ପୀଡ଼ା :

ବହୁ ସମୟରୁ ପିଠି ପୀଡ଼ା ହେଉଥିଲେ ଏହା ଅର୍ଥରାଇଡ଼ର ସଂକେତ ଅଟେ । ଏହା ଦ୍ୱାରା ଶରୀରର ଅସ୍ଥି ଦୁର୍ବଳ ହୋଇପଡେ । ଯାହାଫଳରେ ମନୁଷ୍ୟ ନିଜକୁ ଅସୁସ୍ଥ ମନେ କରେ । ଏହା ସହ ମନୁଷ୍ୟକୁ ଆଣ୍ଠୁଗଣ୍ଠି ପୀଡ଼ା ମଧ୍ୟ ହୋଇଥାଏ । ଏପରି ସ୍ଥିତି ଆପଣଙ୍କ କ୍ଷେତ୍ରରେ ଦେଖା ଗଲେ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ ।

5. ଅଣ୍ଟା ପୀଡ଼ା :

କୌଣସି ମହିଳାଙ୍କୁ ବହୁ ସମୟରୁ ଅଣ୍ଟାରେ ପୀଡ଼ା ହେଉଥିଲେ; ଏହା ସେମାନଙ୍କ ପାଇଁ ବିପଦଜନକ ଅଟେ । ଅଣ୍ଟା ପୀଡ଼ା ହେବା ଦ୍ୱାରା ଓବ୍ରିଜର ମାଂସପେଶୀ ଟାଣି ହୋଇ ଯାଇଥାଏ । ଯାହାଫଳରେ ଓବ୍ରିଜରେ ସଂକୁଚନ ସୃଷ୍ଟି ହୋଇଥାଏ । ଏହାର ପ୍ରଭାବରେ ଗର୍ଭଧାରଣରେ ସମସ୍ୟା ସୃଷ୍ଟି ହୋଇଥାଏ । ଯଦି କୌଣସି ମହିଳାଙ୍କୁ ଲମ୍ବା ସମୟରୁ ଅଣ୍ଟା ପୀଡ଼ା ହେଉଥାଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ ଅଟେ ।