ହଠାତ୍ ଝିଅର ପ୍ରାଇବେଟ୍ ପାର୍ଟରେ ବ୍ୟଥା ଆରମ୍ଭ ହେଲା, ସତ୍ୟତା ସାମ୍ନାକୁ ଆସିବା ପରେ ମାଆ ବାପା ଚକିତ ହୋଇ ଉଠିଲେ !

Spread the love

ମହାରାଷ୍ଟ୍ରରେ ଗୋଟିଏ ଏଭଳି ଚକିତ କରିବା ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ଚାରି ବର୍ଷର ଝିଅକୁ ପୋଡଶୀରେ ରହୁଥିବା ଯୁବକ ଜଣକ ଧର୍ଷଣ କରିଛି । କିନ୍ତୁ ସେ ଡ଼ର କାରଣରେ ଛୋଟ ଝିଅଟି ଏହି କଥା କାହାକୁ କହି ନ ଥିଲା । କିନ୍ତି ସମୟ ପରେ ଯେତେବେଳେ ତାର ପ୍ରାଇବେଟ୍ ପାର୍ଟରେ ବ୍ୟଥା ଆରମ୍ଭ ହେଲା, ସେତେବେଳେ ସେ ନିଜ ମା’ ବାପାଙ୍କୁ ଏହି ବିଷୟରେ ସବୁ କହିଥିଲା । ଏହାପରେ ପୁରା ମାମଲା ସାମ୍ନାକୁ ଆସିଲା । ପୋଲିସ କେସ୍ କୁ ଅଭିଲିଖିତ କରିଥିଲେ ।

ଝିଅକୁ ଘରରୁ ମିଠା କଥା କହି ନେଇଥିଲା ଆରୋପୀ –

ଖବରକାଗଜ ଅନୁସାରେ ଏହି ଖବର ପୋଲିସଙ୍କ ପାଖକୁ ଶନିବାର ଦିନ ପହଞ୍ଚିଥିଲା । ପୋଲିସଙ୍କ କହିବା ଅନୁସାରେ ମହାରାଷ୍ଟ୍ରର ନାଗପୁର ସହରରେ ଏହି ଘଟଣା ୫ ମଇରେ ଘଟିଥିଲା । ନନ୍ଦନବନ ସାହିରେ ରହୁଥିବା ପରିବାରର ଛୋଟ ଝିଅ ମାସୁମ ଯାହାର ବୟସ କେବଳ ୪ ବର୍ଷ ହୋଇଛି । ସେ ସନ୍ଧ୍ୟା ସମୟରେ ଘର ବାହାରେ ଖେଳୁଥିଲା । ଘର ଭିତରେ ମା’ ରନ୍ଧା କାର୍ଯ୍ୟ କରୁଥିଲେ । ଏହି ମଧ୍ୟରେ ପଡ଼ୋଶୀରେ ରହୁଥିବା ଗୋଟିଏ ଯୁବକ ସେହି ଝିଅକୁ ମିଠାକଥା କହି ସେଠାରୁ ନେଇଗଲା ଓ ଧର୍ଷଣ କରିଲା ।

ପୋଲିସ ଆରୋପୀକୁ ବନ୍ଦୀ କରିଲେ –

ପୋଲିସ କହିବ ଅନୁସାରେ, ଆରୋପୀ ସେହି ଝିଅକୁ ବଳାତ୍କାର କରି ଝିଅକୁ ତାଙ୍କ ଘର ବାହାରେ ଚୁପଚାପ୍ ହୋଇ ରଖି ସେଠାରୁ ଚାଲି ଯାଇଥିଲା । ସେହି ଛୋଟ ଝିଅଟି ଭୟରେ ଘରେ କାହାକୁ ମଧ୍ୟ କହିଲା ନାହିଁ । କିନ୍ତୁ ଯେଉଁ ସମୟରେ ବ୍ୟଥା ଆରମ୍ଭ ହେଲା, ସେତେବେଳେ ସେ ନିଜ ମା’ ବାପାଙ୍କୁ ସବୁ କଥା କହିଲା । ସତ୍ୟତା ଜାଣିବା ପରେ ମା’ ବାପା ଚକିତ ହୋଇଗଲେ ଓ ସେମାନେ ତୁରନ୍ତ ପୋଲିସ ପାଖକୁ ଯାଇ ଏ ବିଷୟରେ ସବୁ ଜଣାଇ ଥିଲେ । ନିରୀକ୍ଷଣ କରିବା ପରେ ପୋଲିସ ସେହି ଆରୋପୀକୁ ଗିରଫ କରିଛି ।

ଆଜିକାଲି ଏଭଳି ଘଟଣା ଅଧିକାଂଶ ସମୟରେ ଓ ଅଧିକାଂଶ ଜାଗାରେ ହେଉଛି । ଏଭଳି ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବା ଉଚିତ । ନଚେତ ସେମାନେ ଦିନକୁ ଦିନ ଏହିଭଳି ଜଘନ୍ୟ କାଣ୍ଡ କରି ଚାଲୁଥିବେ ।