ଅକ୍ସିଜେନ୍ ସିଲିଣ୍ଡର ସାଙ୍ଗେରେ ନେଇ UPSC ପରୀକ୍ଷାରେ ବସିଲେ ଛାତ୍ରୀ । ପିଲାଟି ଦିନରୁ ହିଁ ରୋଗରେ ପୀଡିତ ।

Spread the love

କଥାରେ ଅଛି “ଯଦି ଇଚ୍ଛାଶକ୍ତି ଦୃଢ଼ ଥିବ, ତେବେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିବ ।” ଏଭଳି କିଛି ଉକ୍ତିକୁ ବାସ୍ତବରେ ପରିଣତ କରିଛନ୍ତି କେରଳର ୨୪ ବର୍ଷୀୟା ଛାତ୍ରୀ ଲତିଶା ଅଂସାରୀ । ଜଟିଳ ହାଡ଼ ଜନିତ ସମସ୍ୟା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲେ ମଧ୍ୟ ଏକ ହ୍ୱିଲ୍ ଚେୟାରରେ ଅକ୍ସିଜେନ୍ ସିଲିଣ୍ଡର ଲଗାଇ ୟୁପିଏସସି ପରୀକ୍ଷା ଦେଇଛନ୍ତି ଲତିଶା । ଯାହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଜାତୀୟ ଗଣମାଧ୍ୟରେ ଲତିଶା ଏବେ ଖବର ଶିରୋନାମା ପାଲଟିଛନ୍ତି । ଏହିପରି ଗମ୍ଭୀର ଅବସ୍ଥାରେ ମଧ୍ୟ ଲତିଶା ନିଜର ସ୍ଵପ୍ନକୁ ପୂରା କରିବା ପାଇଁ ପଛ ଘୁଞ୍ଚା ଦେଇନାହାନ୍ତି ।

ସୂଚନା ମୁତାବକ, କେରଳର କୋଟାୟମ ଜିଲ୍ଲାର ଲତିଶା ଜନ୍ମରୁ ‘ଟାଇପ୍-୨ ଅଷ୍ଟିଜେନେସିସ୍ ଇମ୍ପରଫେକ୍ଟା’ ରୋଗରେ ପୀଡ଼ିତ ହୋଇଛନ୍ତି । ହେଲେ ଗତ ଏକ ବର୍ଷ ହେବ ଏହି ରୋଗ ଦ୍ୱାରା ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି ବୋଲି ପରିବାର କହିଛନ୍ତି । ତେଣୁ ତାଙ୍କୁ ଆଉ ଏକ ଅତିରିକ୍ତ ଅକ୍ସିଜେନ୍ ସିଲିଣ୍ଡର ଜରିଆରେ ନିଶ୍ୱାସ ପ୍ରଶ୍ୱାସ ନେବାକୁ ଡ଼ାକ୍ତର ପରାମର୍ଶ ଦେଇଛନ୍ତି ।

ସେପଟେ ଅକ୍ସିଜେନ ସିଲିଣ୍ଡର ଲଗାଇ ଏକ ହ୍ୱିଲ ଚେୟାରେ ପରୀକ୍ଷା ଦେବାପରେ ଲତିକା କହିଛନ୍ତି କି, ଦୀର୍ଘ କିଛି ବର୍ଷ ହେବ ସେ ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଉଥିଲେ । ଆଉ ଏଭଳି ସୁଯୋଗକୁ ସେ ହାତଛଡ଼ା କରିବାକୁ ଚାହୁଁନଥିଲେ । ତେଣୁ ଯେତେ କଷ୍ଟ ହେଲେ ମଧ୍ୟ ସେ ପରୀକ୍ଷା ଦେବାକୁ ନିଷ୍ପତି ନେଇଥିଲେ । ଏବଂ ତାଙ୍କ ଦୃଢ଼ ବିଶ୍ୱାସ ସେ ଏଥିରେ କୃତକାର୍ଯ୍ୟ ହେବେ ବୋଲି କହିଛନ୍ତି ଲତିକା । ଏହାସହ ଲତିକାଙ୍କ ପାଇଁ ସହାଦ୍ୟପୂର୍ଣ୍ଣ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଇଥିବାରୁ ତାଙ୍କ ପରିବାର କୋଟାୟମ ଜିଲ୍ଲାର ଜିଲ୍ଲାପାଳ ସୁଧିର ବାବୁଙ୍କୁ କୃତଜ୍ଞତା ଜଣାଛନ୍ତି । ଏବେ ଲତିକାଙ୍କ ଏଭଳି ଦୃଢ଼ ଇଚ୍ଛାଶକ୍ତି ଅନେକ ପରୀକ୍ଷାର୍ଥୀଙ୍କ ପାଇଁ ଉଦାହରଣ ପାଲଟିବ ନିଶ୍ଚିତ ।

ଲତିଶା ଅଂସାରୀ ମିଡିଆ ସହ କଥା ବାର୍ତ୍ତା ହେବ ସମୟରେ କହିଛନ୍ତି, ସେ କଲେକ୍ଟର ହେବ ପାଇଁ ଇଚ୍ଛା ରଖିଛନ୍ତି । କାରଣ ମଧ୍ୟ ଦର୍ଶାଇ କହିଛନ୍ତି ଯେ, ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ମୁଁ କଲେକ୍ଟର ହେବ ପାଇଁ ଇଚ୍ଛା ରଖିଛି । ଏହା ସାଙ୍ଗେ ସାଙ୍ଗେ ଲତିଶା ଅଂସାରୀ କହିଛନ୍ତି, ଦୀର୍ଘ ୧ ବର୍ଷ ହେଲା ସେ UPSC ପରୀକ୍ଷା ପାଇଁ କଠିନରୁ କଠିନ ପରିଶ୍ରମ କରୁଛନ୍ତି । ତେଣୁ ପୂର୍ଣ୍ଣ ଆତ୍ମବିଶ୍ଵାସ ରଖିଛନ୍ତି ଯେ, ତାଙ୍କ ପରିଶ୍ରମ ବ୍ୟର୍ଥ ହେବ ନାହିଁ । ସେ ନିଶ୍ଚିତ କୃତ କାର୍ଯ୍ୟ ହେବେ । ବାସ୍ତବରେ କହିବାକୁ ଗଲେ ଲତିଶାଙ୍କ ପରି ଛାତ୍ରୀ, UPSC ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପାଇଁ ପ୍ରେରଣା ଦାୟକ ।