ଅନେକ ସମ୍ପତ୍ତିର ମାଲିକ ଅଟନ୍ତି ଏହି ଦକ୍ଷିଣ ଭାରତୀୟ ଅଭିନେତା । ତଥାପି ତାଙ୍କ ବାପା ଜଣେ ବସ ଚାଳକ ଅଟନ୍ତି ।

Spread the love

ଏହି ସୁପରଷ୍ଟାର ଅଭିନେତାଙ୍କ ଫିଲ୍ମ ୨୦୦ କୋଟି ଟଙ୍କା ଉପାର୍ଜନ କରିଛି । ବିବାହରେ ସାରା କର୍ଣ୍ଣାଟକ ବାସୀଙ୍କୁ ନିମନ୍ତ୍ରଣ ଦେଇଥିଲେ ।

ମନୁଷ୍ୟର ଭାଗ୍ୟ କେବେ ଏବଂ କେତେବେଳେ ପରିବର୍ତ୍ତନ ହୋଇଯାଇ ଥାଏ, କେହି ଜାଣି ପାରନ୍ତି ନାହିଁ । କେବଳ ବ୍ୟକ୍ତିକୁ ପରିଶ୍ରମ କରିବା ପାଇଁ ହିଁ ପଡିଥାଏ । କାରଣ ପରିଶ୍ରମ ଏବଂ ଚେଷ୍ଟା ବଳରେ ଜୀବନରେ ସବୁ କିଛି ମିଳିଥାଏ । କୌଣସି ସାଧାରଣ ବ୍ୟକ୍ତିଙ୍କ ସନ୍ତାନ ହୁଅନ୍ତୁ ନା କାହିଁକି ପରିଶ୍ରମ ଫଳରେ ସବୁ କିଛି ସମ୍ଭବ ହୋଇଥାଏ । ଆଜି ଆମେ ଏହିପରି ଜଣେ ସୁପରଷ୍ଟାରଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ, ଯିଏ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ଜଣେ ସୁପରଷ୍ଟାର ଅଟନ୍ତି ଏବଂ ଅଭିନୟ ମାଧ୍ୟମରେ ଅନେକ ଟଙ୍କା ଉପାର୍ଜନ କରିପାରିଛନ୍ତି । ପୁଅ ପ୍ରଚୁର ଟଙ୍କା ଉପାର୍ଜନ କରିବା ସତ୍ତ୍ୱେ ପିତା ନିଜର ପୁରୁଣା କାର୍ଯ୍ୟକୁ ତ୍ୟାଗ କରି ନାହାନ୍ତି । କାରଣ ତାହା ହିଁ ପିତାଙ୍କ ପରିଚୟ ଅଟେ ।

ଅନେକ ସମ୍ପତ୍ତିର ମାଲିକ ଏହି ଦକ୍ଷିଣ ଭାରତୀୟ ଅଭିନେତା :

ଯଦି ଆପଣ କନ୍ନଡ଼ ଫିଲ୍ମ କେଜିଏଫର ଅଭିନେତା ଯଶଙ୍କ ବିଷୟରେ ଯଦି କିଛି ଜାଣିନାହାନ୍ତି; ତେବେ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଦକ୍ଷିଣ ଭାରତ ଫିଲ୍ମ କେଜିଏଫକୁ ହିନ୍ଦୀରେ ମଧ୍ୟ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଫିଲ୍ମଟି ୨୦୦ କୋଟିର ବ୍ୟବସାୟ କରିଥିଲା । ଯଶଙ୍କ ଫିଲ୍ମ ପ୍ରଥମ ଥର ୨୦୦ କୋଟିର ବ୍ୟବସାୟ କରିଛି କିନ୍ତୁ ଯଶଙ୍କ ପିତା ଆଜି ମଧ୍ୟ ନିଜର ପୁରୁଣା କାର୍ଯ୍ୟ କରୁଛନ୍ତି । ଯଶଙ୍କ ପିତାଙ୍କ ନାମ ଅରୁଣ କୁମାର ଅଟେ ଏବଂ ତାଙ୍କର ଅନୁସାରେ ତାଙ୍କର ଏହି ପେସା ଯୋଗୁଁ ହିଁ ସେ ନିଜ ପୁଅ ଯଶଙ୍କୁ ପଢ଼ାଇ ପାରିଥିଲେ । ଯାହାଫଳରେ ଯଶ ଆଜି ଦୁନିଆରେ ପ୍ରସିଦ୍ଧି ଲାଭ କରିପାରିଛନ୍ତି । ତେଣୁ ଅରୁଣ କୁମାର ନିଜ ପୁରୁଣା ପେସା ଛାଡ଼ି ପାରିବେ ନାହିଁ । ଯଶଙ୍କ ଜନ୍ମ କର୍ଣ୍ଣାଟକରେ ହୋଇଥିଲା ଏବଂ ତାଙ୍କର ଅସଲି ନାମ ହେଉଛି ନବୀନ କୁମାର ଗୌଡା । ଯଶ ନିଜର ଅଭିନୟ ଜୀବନର ଟିଭି ଧାରାବାହିକ “ନନ୍ଦା ଗୋକୁଳ”ରୁ ଆରମ୍ବ କରିଥିଲେ ।

୨୦୦୭ରେ ଫିଲ୍ମ “Jambada Hudugi”ରେ ଡେବ୍ୟୁ କରିଥିଲେ । ଏଥିରେ ସେ ଦ୍ଵିତୀୟ ଲିଡ୍ ଅଭିନେତା ଥିଲେ । ଏହା ପରେ ସେ ଅନେକ ଗୁଡିଏ ଚଳଚିତ୍ରରେ କାର୍ଯ୍ୟ କରିଥିଲେ କିନ୍ତୁ ଗତ ବର୍ଷ ଆସିଥିବା “କେଜିଏଫ” ଫିଲ୍ମ, ଯଶଙ୍କୁ ଭାରତରେ ପରିଚିତ କରାଇଥିଲା ।

ଅନେକ ସମ୍ପତ୍ତିର ମାଲିକ ଅଟନ୍ତି ଯଶ :

ନିଜର ୧୨ ବର୍ଷର ଅଭିନୟ କ୍ୟାରିଆରରେ ଯଶ ୧୮ଟି ଫିଲ୍ମରେ କାର୍ଯ୍ୟ କରିଛନ୍ତି । ଯଶଙ୍କ ପାଖରେ ପାଖାପାଖି ୪୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ଯଶଙ୍କ ବଙ୍ଗଳାର ଦାମ ହେଉଛି ୩ କୋଟି ଏବଂ ସେ ପ୍ରତି ଫିଲ୍ମ ପାଇଁ ୫ କୋଟି ନିଅନ୍ତି । ଯଶ ରାଧିକା ପଣ୍ଡିତଙ୍କ ସହ ପ୍ରେମ ବିବାହ କରିଛନ୍ତି । ଦୁହିଁଙ୍କ ପ୍ରଥମ ସାକ୍ଷାତ ଧାରାବାହିକ “ନନ୍ଦା ଗୋକୁଳ”ର ସୁଟିଂ ସେଟରେ ହୋଇଥିଲା । ପ୍ରଥମେ ବନ୍ଧୁତା ଏବଂ ପରେ ପ୍ରେମ ହୋଇଥିଲା । ଏହା ପରେ ଦୁହେଁ ଗୋଆରେ ନିର୍ବନ୍ଧ କରିନେଇଥିଲେ । ନିଜର ବିବାହ ଭୋଜିରେ କର୍ଣ୍ଣାଟକର ପ୍ରତି ଜନତାଙ୍କୁ ନିମନ୍ତ୍ରଣ କରିଥିଲେ । ଯଶଙ୍କ ଗୋଟିଏ ଝିଅ ଅଛି । ରାଧିକା ଏବଂ ଯଶ ଦୁହେଁ ମିଳିତ ରୂପେ ଯଶ ମାର୍ଗ ନାମକ ଫାଉଣ୍ଡେସନ ଆରମ୍ଭ କରିଥିଲେ, ଯାହା ଗରିବ ଲୋକଙ୍କୁ ସାହାଯ୍ୟ କରିଥାଏ । ଯଶ ୪ କୋଟି ଟଙ୍କା ଖର୍ଚ୍ଚ କରି କର୍ଣ୍ଣାଟକର ମରୁଡି ଗ୍ରସ୍ତ ଲୋକଙ୍କ ପାଇଁ ପାଣିର ସୁବିଧା କରାଇଥିଲେ ।