ମହିଳାଙ୍କ ମଧ୍ୟରେ ଖୁବଶୀଘ୍ର ବଢିଚାଲିଛି ଆବେରିୟାନ ସିଷ୍ଟ (Ovarian cyst), ଜଣାନ୍ତୁ ଏହାର ଲକ୍ଷଣ, କାରଣ ଓ କିପରି ଏଥିରୁ ମୁକ୍ତି ପାଇବେ ।

ମହିଳାଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ପ୍ରତିଦିନ ଦେଖାଦେଇଥାଏ, ଯାହା ଫଳରେ ସେମାନଙ୍କ ମଧ୍ୟରେ ଆବେରିୟାନ ସିଷ୍ଟ ବଢିଚାଲିଛି ।
ଆଜିର ଏହି ବ୍ୟସ୍ତ ଜୀବନ ଶୈଳୀରେ ମହିଳାମାନେ ନିଜ ସ୍ଵାସ୍ଥ୍ୟର ଯତ୍ନ ନେଇ ପାରନ୍ତି ନାହିଁ । ଯେଉଁଥିପାଇଁ ସେମାନେ ବହୁ ସମସ୍ୟା ଭୋଗୁଛନ୍ତି । ଏକ ପରିସଂଖ୍ୟନରୁ ଜଣାପଡ଼ିଛି, ସାଧାରଣତଃ ମହିଳାମାନେ ନିଜ ଜୀବନ କାଳ ମଧ୍ୟରେ ଥରେ ଆବେରିୟାନ ସିଷ୍ଟ ସମସ୍ୟା ଭୋଗିଥାନ୍ତି । ଆଜି ଆମେ ଆପଣଙ୍କୁ ଆବେରିୟାନ ସିଷ୍ଟ ବିଷୟରେ ଅବଗତ କରାଇବୁ ।
Ovarian cyst କଣ ?
ଆବେରିୟାନ ସିଷ୍ଟ (Ovarian cyst)ମାନେ ଅଣ୍ଡ କୋଷରେ ଏକ ପରଳ ଜମା ହୋଇଯିବା । ସରଳ ଭାଷାରେ କହିବାକୁ ଗଲେ, ଅଣ୍ଡ କୋଷରେ ଗଣ୍ଠି ପଡି ଯାଇଥାଏ । ଗଣ୍ଠି ପଡିଯିବା ଫଳରେ ଅସହ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଯେତେବେଳେ ଏହି ଗଣ୍ଠି ବଢିଚାଲେ, ଯନ୍ତ୍ରଣା ମଧ୍ୟ ବଢି ଯାଇଥାଏ । ଏହି ଯନ୍ତ୍ରଣା ତଳି ପେଟରେ ହୋଇଥାଏ; ଯାହାକୁ ମହିଳାମାନେ ଏକ ସାଧାରଣ ଯନ୍ତ୍ରଣା ଭାବି ଅଣଦେଖା କରିଦିଅନ୍ତି ।
ଆବେରିୟାନ ସିଷ୍ଟ (Ovarian cyst)ର ଲକ୍ଷଣ :
ଏହାର ବହୁତଗୁଡିଏ ଲକ୍ଷଣ ରହିଛି । ନିମ୍ନରେ କିଛି ଲକ୍ଷଣ ଦିଆଯାଇଛି :
1. ତଳି ପେଟରେ ଯନ୍ତ୍ରଣା ଅନୁଭଵ କରିବା ।
2. ପେଟ ଯନ୍ତ୍ରଣା ହୋଇ ଫୁଲିଯିବା ।
3. ପରିସ୍ରା କରିବା ସମୟରେ ଯନ୍ତ୍ରଣା ଅନୁଭବ କରିବା ।
4. ମାସିକ ଧର୍ମରେ ଅନିୟମିତା ।
5. ବାନ୍ତି ଲାଗିବା ।
6. ହଠାତ୍ ଓଜନ ବଢିଯିବା ।
7. ମୁହଁ ଓ ସ୍ତନରେ କେଶ ଆସିବା ।
ଆବେରିୟାନ ସିଷ୍ଟ (Ovarian cyst)ର କାରଣ :
1. ମୋଟା ହୋଇଯିବା ।
2. ଖରାପ ଖାଦ୍ୟପେୟ ।
3. ହରମୋନ ଜନିତ ସମସ୍ୟା ।
4. ଅନିୟମିତ ମାସିକ ଧର୍ମ ।
5. ଆନୁବଂଶୀକ ।
6. ବାଞ୍ଛାପଣ ।
ଆବେରିୟାନ ସିଷ୍ଟ (Ovarian cyst)ସିଷ୍ଟର ଚିକିତ୍ସା :
ଯଦି ଲକ୍ଷଣ ଗୁଡିକ ଜଣାପଡେ; ତେବେ ତୁରନ୍ତ କୌଣସି ସ୍ତ୍ରୀ ରୋଗୀ ବିଶେଷଜ୍ଞଙ୍କ ସହ ସାକ୍ଷାତ କରନ୍ତୁ । ନିମ୍ନରେ ପ୍ରଦତ୍ତ କରାଯାଇଥିବା ପ୍ରକ୍ରିୟାରେ ସ୍ତ୍ରୀ ରୋଗୀ ବିଶେଷଜ୍ଞ ଚିକିତ୍ସା କରିପାରନ୍ତି ।
1. ଅଲ୍ଟ୍ରାସାଉଣ୍ଡ କରାଇବା ।
2. ଯଦି ଆପଣଙ୍କ ମାସିକ ଧର୍ମରେ ଅନିୟମିତା ଦେଖାଯାଏ, ତେବେ ମୂତ୍ର ପରକ୍ଷା କରାଇବା ପାଇଁ କହିପାରନ୍ତି ।
3. ରକ୍ତ ପରୀକ୍ଷା କରାଇପାରନ୍ତି ।
4. ଅଲ୍ଟ୍ରାସାଉଣ୍ଡରେ ହିଁ ଆବେରିୟାନ ସିଷ୍ଟ ବିଷୟରେ ଜଣା ପଡିଯାଇଥାଏ, କିନ୍ତୁ ଏଥିରୁ ଜଣା ନ ପଡିଲେ, ଆପଣଙ୍କୁ ଏମ୍. ଆର୍.ଆଇ କରାଇନେବା ଉଚିତ୍ ।
5. ଯଦି Ovarian cyst ଔଷଧରେ ଠିକ୍ ହୋଇନଥାଏ; ତେବେ ବିଶେଷଜ୍ଞ ଆପଣଙ୍କୁ ଏକ ଅସ୍ତ୍ରୋପଚାର ପାଇଁ କହିବେ । ଏହି ଅସ୍ତ୍ରୋପଚାର ଦ୍ୱାରା ଆପଣ ଭବିଷ୍ୟତରେ କର୍କଟ ରୋଗ ହେବାର ଆଶଙ୍କାରୁ ଦୁରେଇ ରହିପାରିବେ ।
6. ଯଦି ଆପଣଙ୍କୁ ଲମ୍ବା ସମୟରୁ ଆବେରିୟାନ ସିଷ୍ଟ (Ovarian cyst) ସମସ୍ୟା ରହିଛି; ତେବେ ଡାକ୍ତର ଆପଣଙ୍କୁ ସି.ଏ-୧୨୫ ଟେଷ୍ଟ କରାଇବା ପାଇଁ କହିପାରନ୍ତି । ଏହା ଏକ ପ୍ରକାରର ରକ୍ତ ପରୀକ୍ଷା ଅଟେ । ଏହି ପରୀକ୍ଷା ଦ୍ଵାରା କର୍କଟ ହୋଇଛି କି ନାହିଁ ଜଣାପଡିଥାଏ ।
ଯଦି ଅଲ୍ଟ୍ରାସାଉଣ୍ଡ ରିପୋର୍ଟରୁ ଆପଣଙ୍କୁ ଆବେରିୟାନ ସିଷ୍ଟ (Ovarian cyst) ହୋଇଛି ବୋଲି ଜଣାପଡେ; ତେବେ ସ୍ତ୍ରୀ ରୋଗୀ ବିଶେଷଜ୍ଞ ଆପଣଙ୍କୁ ୩ ରୁ ୪ ମାସ ପର୍ଯ୍ୟନ୍ତ ଗର୍ଭ ନିରୋଧକ ବଟିକା ଖାଇବା ପାଇଁ କହିପାରନ୍ତି । ଏହାପରେ ପୁଣି ଗୋଟିଏ ଅଲ୍ଟ୍ରାସାଉଣ୍ଡ କରାଇବା ପାଇଁ କହିବେ, ଯାହା କରାଇବା ପରେ, ଜଣାପଡିବ ଆପଣଙ୍କ ଆବେରିୟାନ ସିଷ୍ଟ (Ovarian cyst)ର ଆକାର କେତେ ବଡ ? ଏହା ଅନୁସାରେ ଆପଣଙ୍କୁ ଔଷଧ ଖାଇବାକୁ ପଡିପାରେ । ଔଷଧ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିପାରେ ଓ ଏହା ଆପଣଙ୍କ (Ovarian cyst)ର ଆକାର ଉପରେ ନିର୍ଭର କରିଥାଏ ।