ପୋଷ୍ଟର ଏକ ସୁନ୍ଦର ସ୍କିମ୍ : କେବଳ ୨୦୦ ଟଙ୍କା ବଦଳରେ ମିଳିପାରିବ ୨୧ ଲକ୍ଷ ଟଙ୍କା…..

Spread the love

ଆଜିର ଏହି ଦୁନିଆରେ ଟଙ୍କା ବଞ୍ଚାଇବା ପାଇଁ ଅନେକ ସ୍କିମ୍ ରହିଛି କିନ୍ତୁ ଆପଣଙ୍କୁ ଆଜି ଆମେ ପୋଷ୍ଟ ଅଫିସର ଏମିତି ଗୋଟିଏ ସ୍କିମ୍ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣ ଆକାଉଣ୍ଟ ଖୋଲିବାର କିଛି ବର୍ଷ ମଧ୍ୟରେ ଆପଣ ଲକ୍ଷପତି ହୋଇଯାଇ ପାରିବେ । କିନ୍ତୁ ଏହି ସ୍କିମଟି ପାଇଁ ଆପଣଙ୍କୁ ବେଶି ଟଙ୍କା ନିବେଶ କରିବାକୁ ପଡିବ ନାହିଁ । କେବଳ ଆପଣଙ୍କୁ ଏହି ସ୍କିମ୍ ଦ୍ଵାରା ମାତ୍ର ୨୦୦ ଟଙ୍କା ସଞ୍ଚୟ କରିବାକୁ ପଡିବ । କିଛି ବର୍ଷ ମଧ୍ୟରେ ହୋଇଯିବ ୨୧ ଲକ୍ଷ ଟଙ୍କାର ସଞ୍ଚଯ ହୋଇଯିବ । ଆପଣଙ୍କୁ କହିବାକୁ ଚାହୁଁଛୁ, ଆପଣଙ୍କର ପ୍ରତିଦିନ ଖର୍ଚ୍ଚ ମଧ୍ୟରୁ ୨୦୦ ଟଙ୍କାର ସଞ୍ଚୟ କରି ସହଜରେ ନିଜ ଭବିଷ୍ୟତର ସପ୍ନ ପୂରଣ କରିପାରିବେ । ପୋଷ୍ଟ ଅଫିସର ପବ୍ଲିକ୍ ପ୍ରୋଭିଡେଣ୍ଟ ଫୋଣ୍ଡରେ ସଞ୍ଚୟ କରିବା ଆଜିର ଏହି ଦୁନିଆରେ ସବୁଠାରୁ ଭଲ ବିକଳ୍ପ ଅଟେ । ଆପଣଙ୍କ ଏହି ଆକାଉଣ୍ଟରେ ବ ସ୍କିମ୍ ରେ ପ୍ରତିଦିନ ୨୦୦ ଟଙ୍କାର ସଞ୍ଚୟ କରନ୍ତୁ ଶେଷ ପର୍ଯ୍ୟନ୍ତ । ଏବଂ ପରିଶେଷରେ ଆପଣ ୨୧ ଲକ୍ଷ ଟଙ୍କାର ଫୋଣ୍ଡ ପାଇପାରିବେ ।

ଯେକୌଣସି ସମୟରେ ଖାତା ଖୋଲିପାରିବେ :

ପୋଷ୍ଟ ଅଫିସର ଏହି ଖାତାରେ ଆପଣ ଦେଶର କୌଣସି ବି ଶାଖାରେ ଖୋଲି ପାରନ୍ତି । ଏହା ସହ ଆପଣ ଗୋଟିଏ ରୁ ଅଧିକ ଏହି ସ୍କିମ୍ ର ଖାତା ଖୋଲି ପାରିବେ । ଏହା ସହ ଯୌଥ ଭାବରେ ମଧ୍ୟ ଆପଣ ଏହି ଖାତା ଖୋଲି ପାରିବେ ।

ଏହିପରି ଭାବରେ ମିଳିପାରିବ ୨୧ ଲକ୍ଷ ଟଙ୍କା :

ଆପଣଙ୍କୁ କହିବାଉ ଯାଉଛୁ ଯେ, ଏହି ସ୍କିମ୍ ପାଇଁ ଆପଣଙ୍କ ବୟସ ସୀମା ୨୫ ବର୍ଷରୁ ଅଧିକ ଓ ଆପଣ ନିଜ ଖର୍ଚ୍ଚର ପ୍ରତିଦିନ ୨୦୦ ଟଙ୍କା ସଞ୍ଚୟ କରୁଛନ୍ତି; ତାହାହେଲେ ୧୫ ବର୍ଷ ପରେ ନିଜ ସଞ୍ଚୟର ପାଖାପାଖି ୨୧ ଲକ୍ଷ ଟଙ୍କା ମିଳିପାରିବ ।

କେମେତି ଫଣ୍ଡ ମିଳିବ :

୧। ଆପଣଙ୍କୁ କହିବାକୁ ଚାହୁଁଛୁ ପ୍ରତିଦିନ ଯଦି ଆପଣ ୨୦୦ ଟଙ୍କା ସଞ୍ଚୟ କରନ୍ତି; ତେବେ ଗୋଟିଏ ମାସରେ ଆପଣଙ୍କର ୬୦୦୦ ଟଙ୍କା ହୁଏ ଏବଂ ଗୋଟିଏ ବର୍ଷରେ ୭୨୦୦୦ ହେବ ।

୨। ଆପଣ ଏହି ପରି ପୁରାପୁରୀ ୧୫ ବର୍ଷ ସଞ୍ଚୟ କଲେ ଆପଣଙ୍କର ମୋଟ ସଞ୍ଚୟ ୧୦ ଲକ୍ଷ ୮୦ ହଜାର ଟଙ୍କା ହେବ ।

୩। ଏହା ସହ ଆପଣଙ୍କୁ କହିବାକୁ ଚାହୁଁଛୁ ପିପିଏଫରେ ବର୍ତମାନ ୮ ପ୍ରତିଶତ ବର୍ଷରେ ଚକ୍ରବତୀ ସୁଧ ମିଳିପାରେ, ଯାହା ଆପଣଙ୍କ ମୂଳଧନରେ ମିଶିବ ।

୪। ଯଦିଓ ଆପଣ ଏହିପରି ଭାବରେ ୧୫ ବର୍ଷ ପର୍ଯ୍ୟନ୍ତ ଚକ୍ରବତୀ ସୁଧ ମିଳିବ, ତାହା ହେଲେ ଆପଣଙ୍କର ମୋଟ ମୂଳଧାନ ୨୧ ଲକ୍ଷ ଟଙ୍କା ହୋଇଯିବ ।

୫। ଏହିପରି ଭାବରେ ଆପଣଙ୍କୁ ୧୦ ଲକ୍ଷ ୩୧ ହଜାର ଟଙ୍କା ସହ ସୁଧ ଅନୁସାରେ ଅନ୍ୟ ଟଙ୍କା ମଧ୍ୟ ମିଳିପାରିବ ।

୧୦୦ ଟଙ୍କାରେ ଖୋଲିପାରିବେ ଖାତା :

ଆପଣଙ୍କୁ ଜଣାଇଦେଉଛୁ ଯେ, ଯଦି ଆପଣ ଆକାଉଣ୍ଟ ଖୋଲିବା ପାଇଁ ଚହୁଁଛନ୍ତି, ତେବେ ଏଥିପାଇଁ ୧୦୦ ଖର୍ଚ୍ଚ କରିବାକୁ ପଡିବ ଅର୍ଥାତ ୧୦୦ ଟଙ୍କା ଦେଇ ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲିବାକୁ ପଡିବ । କିନ୍ତୁ ଗୋଟିଏ ବର୍ଷ ମଧ୍ୟରେ ଏଥିରେ ଅର୍ଥାତ ଆକାଉଣ୍ଟରେ ଅତିକମ୍ ରେ ୫୦୦ଟଙ୍କା ଯମରାଶି ରଖିବା ଜରୁରୀ ଅଟେ । ଏତଦବ୍ୟତୀତ ଏହି ଆକାଉଣ୍ଟରେ ଆପଣ ଗୋଟିଏ ବର୍ଷ ମଧ୍ୟରେ ସର୍ବାଧିକ ୧.୫ ଲକ୍ଷ ରଖିପାରିବେ । ଏଥିରେ ଆପଣ ଜୋଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିପାରିବେ ଏବଂ ଆପଣଙ୍କ ସନ୍ତାନମାନଙ୍କ ପାଇଁ ମଧ୍ୟ ଏହିପରି ଆକାଉଣ୍ଟ ଖୋଲିପାରିବେ । କିନ୍ତୁ ଏଥିରେ ପ୍ରିମିଚର୍ ୱିଥ୍-ଡ୍ରଲ୍ ର ସୁବିଧା ନାହି ।