କେବଳ ୩ ରୁ ୪ ଘଣ୍ଟା ଶୋଇ ମଧ୍ୟ ଶକ୍ତିରେ ଭରପୁର ରହିଥାନ୍ତି ପି.ଏମ୍ ମୋଦୀ । ଶରୀରର ସୁସ୍ଥତା ବିଷୟରେ ନିଜେ ନରେନ୍ଦ୍ର ମୋଦୀ କହିଛନ୍ତି ।

Spread the love

ନରେନ୍ଦ୍ର ମୋଦୀ ନିଜେ କହିଛନ୍ତି; ସେ କେବଳ ୩ ରୁ ୪ ଘଣ୍ଟା ଶୋଇପାରନ୍ତି । ଏହା ପଛରେ କିଛି ଏପରି ସତ୍ୟ ରହିଛି, ଯାହା ଆପଣ ମଧ୍ୟ ନିଜେ ପାଳନ କରି ନିଜକୁ ସୁସ୍ଥ ରଖିପାରିବେ ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ପୁଣି ଥରେ ସରକାର ଆଣିବା ପାଇଁ ଗୋଟିଏ ପରେ ଗୋଟିଏ ରାଲି ଦିନ ରାତି କରିଚାଲିଛନ୍ତି । ଦେଶରେ ଲୋକସଭା ନିର୍ବାଚନ ୨୦୧୯ ଆରମ୍ଭ ହେବା ପାଇଁ ଯାଉଛି ଓ ଏହାର ଫଳାଫଳ ୨୩ ମଇରେ ସମସ୍ତଙ୍କ ସାମ୍ନାରେ ଆସିବ । ଆଗାମୀ ଦିନ ଗୁଡିକରେ ଜଣାପଡି ଯିବ, ପ୍ରଧାନମନ୍ତ୍ରୀ ସାଜି ଆମ ଦେଶକୁ କିଏ ଆସନ୍ତା ୫ ବର୍ଷ ପାଇଁ ଶାସନ କରିବେ । ନରେନ୍ଦ୍ର ମୋଦୀ ୬୮ ବର୍ଷ ବୟସରେ ମଧ୍ୟ ସର୍ବଦା ଚଳଚଞ୍ଚଳ ରହିଥାନ୍ତି । କେବଳ ୩ ରୁ ୪ ଘଣ୍ଟା ଶୋଇବା ପରେ ମଧ୍ୟ ଶକ୍ତିରେ ଭରପୁର ରହିଥାନ୍ତି ନରେନ୍ଦ୍ର ମୋଦୀ । ଏହା ପଛରେ ଥିବା ଅନେକ ସତ୍ୟ ନିଜେ ନରେନ୍ଦ୍ର ମୋଦୀ କହିଛନ୍ତି ।

କେବଳ ୩ ରୁ ୪ ଘଣ୍ଟା ଶୋଇବା ପରେ ମଧ୍ୟ ଶକ୍ତିରେ ଭରପୁର ରହିଥାନ୍ତି ନରେନ୍ଦ୍ର ମୋଦୀ :

ଲୋକସଭା ନିର୍ବାଚନର ପ୍ରଚାର ମୋଦୀ ଖୁବ୍ ଜୋରସୋରରେ ଚଳାଇଛନ୍ତି । ଆଜିକାଲି ପଶ୍ଚିମ ବଙ୍ଗାଲ ଗ୍ରସ୍ତରେ ଅଛନ୍ତି, ଏହା ପୂର୍ବରୁ ସେ ଅରୁଣାଚଳ ପ୍ରଦେଶରେ କଂଗ୍ରେସ ଉପରେ ଖୁବ୍ ବର୍ଷୀ ଥିଲେ । କିନ୍ତୁ ଏହି ଭୀଷଣ ଖରା ଗରମରେ ମୋଦୀଙ୍କ ସୁସ୍ଥତା ଦେଖିବା ଯୋଗ୍ୟ ଅଟେ । ଏହା ପଛରେ ମୋଦୀଙ୍କ ଯୋଗ-ଅଭ୍ୟାସ ଓ ଖାଦ୍ୟ ଅଟେ । ଆସନ୍ତୁ ଆମେ ଆଜି କହିବୁ, ନରେନ୍ଦ୍ର ମୋଦିଙ୍କ ଶକ୍ତିର ସତ୍ୟତା କଣ ରହିଛି ? ମୋଦୀ ନିଜ ଭାଷଣରେ ଯେଉଁ ପ୍ରକାରର ହୁଙ୍କାର ଦେଇଥାନ୍ତି, ସେଥିପାଇଁ ସେ କିଛି ନୂଆ କରିନଥାନ୍ତି ଓ ମୋଦୀଙ୍କ ପରି ଶକ୍ତି ଆପଣ ମଧ୍ୟ ସଂଚାର କରିପାରିବେ ।

1- ପି.ଏମ୍ ମୋଦୀ ସକଳ ୫ଟାରେ ଶଯ୍ୟା ତ୍ୟାଗ କରିଥାନ୍ତି ଓ ଏକ ଘଣ୍ଟା ପର୍ଯ୍ୟନ୍ତ ଯୋଗ ଓ ବ୍ୟାୟମ କରିଥାନ୍ତି । ଏହି ସମୟରେ, ସେ କେବଳ ଜରୁରୀ ଫୋନ କଲ ହିଁ ଉଠାଇଥାନ୍ତି ।

2- ସକାଳ ୫ଟା ରୁ ଉଠି ରାତ୍ର ୧୦ଟା ପର୍ଯ୍ୟନ୍ତ ଲଗାତର କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି ନରେନ୍ଦ୍ର ମୋଦୀ । ଏହିପରି ଶକ୍ତି ତାଙ୍କୁ ଯୋଗରୁ ହିଁ ମିଳିଥାଏ ।

3- ପ୍ରତ୍ୟକ ଦିନ ସକାଳେ ଧ୍ୟାନ କରି ନିଜକୁ ଆନ୍ତରିକ ଶକ୍ତି ଯୋଗାଇଥାନ୍ତି ।

4- ପି.ଏମ୍ ମୋଦୀ ଖାଦ୍ୟାରେ କେବଳ ଶାକାହାରୀ ଭୋଜନ ଗ୍ରହଣ କରିଥାନ୍ତି । ଏଥିରେ ଡାଲି ,ସବୁଜ ପନିପରିବା, ଓଡସ୍, ଭାତ ଓ ରୁଟି ହୋଇଥାଏ । ମୋଦୀଙ୍କୁ ଗୁଜୁରାତି ଖାଦ୍ୟ ବହୁତ ପସନ୍ଦ ଅଟେ । ଗୁଜୁରାତି ଖାଦ୍ୟ, ସେ ବେଳେବେଳେ ଗ୍ରହଣ କରିଥାନ୍ତି ।

କେବଳ ୩ ରୁ ୪ ଘଣ୍ଟା ହିଁ ଶୋଇଥାନ୍ତି ନରେନ୍ଦ୍ର ମୋଦୀ :

ପି.ଏମ୍ ମୋଦୀ ନିଜର ଏକ ସାକ୍ଷାତକରରେ କହିଥିଲେ, ଚିକିତ୍ସିକ ମାନେ କହିଛନ୍ତି; ମୋତେ ୫ ଘଣ୍ଟା ଶୋଇବା ପାଇଁ । କିନ୍ତୁ ମୁଁ କେବଳ ୩ ରୁ ୪ ଘଣ୍ଟା ଶୋଇପାରେ । ଏହି ସମୟରେ ହିଁ ମୋତେ ଗଭୀର ନିଦ ଆସିଥାଏ, ଯାହାଫଳରେ ମୁଁ ସକାଳରୁ ରାତି ପର୍ଯ୍ୟନ୍ତ ଶକ୍ତି ସଂଚାର କରିପାରେ । ମୋଦୀଙ୍କ ଅନୁସାରେ ଯୋଗ ଓ ପ୍ରାଣାୟମର ଫଳସ୍ୱରୂପ, ସେ ଏହିପରି ପ୍ରତିଦିନ କରିପାରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି; ଯେତେବେଳେ ମୁଁ ଥକ୍କା ଅନୁଭବ କରେ, ସେହି ସମୟରେ ମୁଁ ଗଭୀର ନିଶ୍ଵାସ ପ୍ରଶ୍ଵାସ ନେଇଥାଏ ଓ ଏହାପାରେ ମୁଁ ସତେଜ ଅନୁଭବ କରିଥାଏ । ମୋଦୀ ବର୍ତ୍ତମାନ ଦୁନିଆର ପ୍ରମୁଖ୍ୟ ରାଜନୀତିଜ୍ଞମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଓ ସାରା ଦୁନିଆରେ ମୋଦୀଙ୍କୁ ସମସ୍ତେ ଜାଣନ୍ତି । ଭାରତର ପ୍ରାୟତଃ ଜନସାଧାରଣ ମୋଦୀଙ୍କୁ ପୁଣି ଥରେ ଶାସନ ଗାଦିରେ ବସାଇବା ପାଇଁ ଚାହୁଁଛନ୍ତି । କିନ୍ତୁ ଏହା ନିର୍ବାଚନର ଫଳାଫଳ ବାହାରିବ ପାରେ ହିଁ ଜଣାପଡିବ ।