ଆପଣଂକ ରୋଷେଇ ଘରେ ହିଁ ରହିଛି ଏହି ଛୋଟ ଛୋଟ ବେମାରି ବା ରୋଗର ଚିକିତ୍ସା, ଆପଣଂକୁ କେବଳ ଗୋଟିଏ ଥର ଭଲଭାବରେ ଦେଖିବାକୁ ପଡିବ ।

Spread the love

ବେଳେ ବେଳେ ଏପରି ହୋଇଥାଏ ଯେ, ହଠାତ କଷ୍ଟ ବା ଯନ୍ତ୍ରଣା ଆରମ୍ଭ ହୋଇଗଲେ ଆପଣ ଡାକ୍ତର ପାଖକୁ ଯିବା ପାଇଁ ବ୍ୟସ୍ତ ହୋଇପଡନ୍ତି । ଏମିତି ବିଭିନ୍ନ ପ୍ରକାରର ବେମାରି ବା ରୋଗର ଅଚୁକ ଉପାୟ ଆପଣଂକ ରୋଷେଇ ଘରେ ହିଁ ଅଛି । ସାମାନ୍ୟ ବେମାରି ବା ରୋଗର ଚିକିତ୍ସା ଆମ ଘରେ ହିଁ ଅବସ୍ଥିତ । କିନ୍ତୁ ଆମ୍ଭେମାନେ ଜାଣିନଥିବା କାରଣରୁ, ଆମେ ଏହାର ଲାଭ ଉଠାଇ ପାଇ ପାରିନଥାଉ । ଜେଜେମା ଓ ଆଇଙ୍କ ଏହି ଉପାୟଗୁଡିକ ବିଷୟରେ ଜାଣିବା ଦ୍ଵାରା, ସମୟ ପଡିଲେ ବହୁତ ଲାଭଦାୟକ ହୋଇଥାଏ । ଏଥିପାଇଁ ଆଜି ଆମେ ଘରୋଇ ଉପାୟ ବିଷୟରେ ଆପଣଂକୁ କହିବୁ ଯାହାକୁ ଆପଣେଇ, ଆପଣ ନିଜର ଛୋଟ ଛୋଟ ସମସ୍ୟାର ସମାଧାନ ବାହାର କରି ପାରିବେ ଓ ଆରୋଗ୍ୟ ମଧ୍ୟ ହୋଇପାରିବେ ।

ଆସ୍ଥମା ରୋଗ ପାଇଁ ଘରୋଇ ଉପଚାର :

ଏହି ସମସ୍ୟାରେ ଚିନ୍ତିତ ବ୍ୟକ୍ତି ଯଦି ଅଧ ଚାମଚ ଡାଲଚିନି ପାଉଡରରେ ଅଳ୍ପ ମହୁ ମିଶାଇ ପ୍ରତିଦିନ ରାତିରେ ପିଇବା ଦ୍ୱାରା ତାଙ୍କୁ ଆରାମ ମିଳିବ । ଏହା ଆପଣଙ୍କ ଶ୍ୱାସ ନଳୀରେ ଆସିଥିବା ଫୁଲା ଓ ସଂକ୍ରମଣକୁ ଦୂର କରିଥାଏ, ଯାହାଦ୍ଵାରା ଶ୍ୱାସ ନେଲା ସମୟରେ କଷ୍ଟ ହେବ ନାହିଁ ।

ଖାସ ପାଇଁ ଘରୋଇ ଉପଚାର :

କିଛି ତୁଳସୀ ପତ୍ର ନେଇ ତାହାକୁ ପେଷି ତାହାର ରସ ବାହାର କରି ଦିଅନ୍ତୁ । ବର୍ତ୍ତମାନ ଏଥିରେ ମହୁ ଓ ଗୋଲ ମରିଚ ମିଶାଇ ପିଇଦିଅନ୍ତୁ । ଏହା କେବଳ ଶୁଖିଲା ଖାସ ଦ୍ୱାରା ହୋଇଯାଇଥିବା ଗଳାର ରୁକ୍ଷତାକୁ କମ କରିବା ସହ କଫ ସମସ୍ୟା ମଧ୍ୟ ଦୂର କରିଥାଏ ।

ବ୍ରଣ ବା ଦାଗ ପାଇଁ ଘରୋଇ ଉପଚାର :

ବ୍ରଣ, ଦାଗ ଜନିତ ସମସ୍ୟା ଅଧିକାଂଶ ସମୟ ଯୁବ ପୀଢ଼ିଙ୍କୁ ହଇରାଣ କରିଥାଏ । ଦାଗହୀନ ତ୍ୱଚା ପାଇବା ପାଇଁ ଯୁବପିଢିମାନେ ବିଭିନ୍ନ ପ୍ରକାରର ପ୍ରୟାସ କରିଥାନ୍ତି । ଏଥିପାଇଁ ଗୋଟିଏ ଛୋଟିଆ ଚାମଚ ଲେମ୍ବୁରସରେ ଟିକେ ଗୋଲାପ ଜଳ ମିଶାନ୍ତୁ ଓ କଟନ ବା ତୁଳା ସାହାଯ୍ୟରେ ଚେହେରାରେ ଲଗାନ୍ତୁ । ଅଧଘଣ୍ଟା ପରେ ଧୋଇ ଦିଅନ୍ତୁ । ଏପରି ୧୦ ରୁ ୧୫ ଦିନ ଯାଏଁ କରନ୍ତୁ । ଆପଣଂକୁ ବ୍ରଣ ଦାଗର ସମସ୍ୟାରୁ ମୁକ୍ତି ମିଳିବ ।

ମୁଣ୍ଡବ୍ୟଥା ପାଇଁ ଘରୋଇ ଉପଚାର :

ମୁଣ୍ଡବ୍ୟଥା ପାଇଁ ଯଦି ଚିନ୍ତିତ ଅଛନ୍ତି, ତେବେ ଦୁଇ ଚାମଚ ଅଦା ରସକୁ ପିଆଜ ରସ ଓ ଲେମ୍ବୁରସରେ ମିଶାଇ ପିଇଦିଅନ୍ତୁ । ଯଦି ଆପଣଂକୁ ଅଧିକାଂଶ ସମୟ ଏହି ସମସ୍ୟା ରହୁଛି, ତେବେ ଆପଣ ଏହାର ଅଧିକମାତ୍ରା ପ୍ରସ୍ତୁତି କରି ଫ୍ରିଜରେ ରଖନ୍ତୁ ଓ ଦରକାର ସମୟରେ ଏହାର ସେବନ କରନ୍ତୁ ।

ଏସିଡିଟି ପାଇଁ ଘରୋଇ ଉପଚାର :

ଅପଚ ବା ଇନ୍-ଡାଇଜେସନ୍ ବା ଏସିଡିଟି ହେଲେ ଏକ ବଡ଼ ଚାମଚ ଡାଳିମ୍ବ ରସରେ ଏକ ଛୋଟ ଚାମଚ ଭଜା ଜିରା ପାଉଡର ଓ ଏକ ଛୋଟ ଚାମଚ ଗୁଡ଼ ମିଶାନ୍ତୁ । ଏହାକୁ ୨ ରୁ ୩ ଥର ସେବନ କରନ୍ତୁ । ଏହି ସମସ୍ୟାରୁ ତୁରନ୍ତ ଆରାମ ମିଳିବ ।

ଗଳା ବା ସ୍ଵର ଖରାପ ଥିଲେ ତାହା ପାଇଁ ଘରୋଇ ଉପଚାର :

ଗଳା ଖରାପ ଥିଲେ, ଏଥିପାଇଁ ଲବଙ୍ଗ, ଅଦା ଓ ତୁଳସୀ ପତ୍ରକୁ ମିଶାଇ ପାଣିରେ ଫୁଟାନ୍ତୁ ଓ ଛାଣି କରି ପିଅନ୍ତୁ । ତୁରନ୍ତ ଆରାମ ମିଳିବ । ଏହା ବ୍ୟତୀତ ଏକ ଚାମଚ ଚା ପତ୍ର ପାଣିରେ ସେତେ ସମୟ ଫୁଟାନ୍ତୁ; ଯେ ପର୍ଯ୍ୟନ୍ତ ପାଣିର ମାତ୍ରା ଅଧା ନ ହୋଇଯିବ । ଏହାପରେ ଏଥିରେ ଟିକେ ଲୁଣ ପକାଇ ପିଇଦିଅନ୍ତୁ । ଏହା ମଧ୍ୟ ଖରାପ ଗଳାକୁ ଠିକ କରିବାରେ ସହାୟକ ଅଟେ ।

ପେଟ ବ୍ୟଥା ଓ ଛିଙ୍କ ପାଇଁ ଘରୋଇ ଉପଚାର :

ପେଟ ବ୍ୟଥା ପାଇଁ କଳା ଜିରାକୁ ପାଣିରେ ପେଷି ଦିଅନ୍ତୁ ଓ ଏଥିରେ ହିଙ୍ଗୁ ମିଶାଇ ନାଭିରେ ଲେପ ଦିଅନ୍ତୁ । ଏହା କରିବା ଦ୍ୱାରା କଷ୍ଟରୁ ତୁରନ୍ତ ଆରାମ ମିଳିବ । ଛିଙ୍କରୁ ଆରାମ ପାଇବା ପାଇଁ ଦୁଇ ଚାମଚ କଳା ଜିରାକୁ ତାୱାରେ ଭାଜନ୍ତୁ ଓ ଏହାକୁ ରୁମାଲରେ ବାନ୍ଧି ଶୁଂଘନ୍ତୁ । ଛିଙ୍କରୁ ଆରାମ ମିଳିବ ।