କେବଳ ଗୋଟିଏ ଲବଙ୍ଗ ଏବଂ ଅଳେଇଚ ଦ୍ଵାରା ଆପଣ ଧନୀ ହୋଇପାରିବେ । ମହାଲକ୍ଷ୍ମୀଙ୍କ କୃପାରୁ ଖୁବ୍ ଧନ ଉପାର୍ଜନ କରିବେ ।

Spread the love

ଆଜିକାଲି ଦୁନିଆରେ ପ୍ରତି ବ୍ୟକ୍ତି ଅଧିକରୁ ଅଧିକ ଧନ ଉପାର୍ଜନ କରିବା ପାଇଁ ଚେଷ୍ଟା କରିଥାନ୍ତି । ଧନ ଉପାର୍ଜନ କରିବା ପାଇଁ ବ୍ୟକ୍ତି ଖୁବ୍ ପରିଶ୍ରମ ମଧ୍ୟ କରିଥାଏ । ବ୍ୟକ୍ତି ଚାହିଁଥାଏ, ଧନ ଉପାର୍ଜନ କରି ନିଜକୁ ଏବଂ ନିଜ ପରିବାରକୁ ଖୁସିରେ ରଖିବା ପାଇଁ । କିନ୍ତୁ ଆପଣମାନେ ଦେଖିଥିବେ, ବ୍ୟକ୍ତି ଖୁବ୍ ପରିଶ୍ରମ କରିଥାଏ କିନ୍ତୁ ଅଧିକ ଧନ ଉପାର୍ଜନ କରିପାରେ ନାହିଁ । ଅତ୍ୟଧିକ ପରିଶ୍ରମ କରିବା ସ୍ୱତେ ମଧ୍ୟ ନିଜ ପରିବାରକୁ ଖୁସିରେ ରଖିପାରେ ନାହିଁ । ଅନେକ ସମୟରେ ଏହିପରି ହୋଇଥାଏ ପରିଶ୍ରମ କରିବା ଫଳରେ ବ୍ୟକ୍ତି ଧନ ଉପାର୍ଜନ କରିଥାଏ କିନ୍ତୁ ଧନ ଆପଣଙ୍କ ପାଖରେ ବହୁତ ସମୟ ପର୍ଯ୍ୟନ୍ତ ରହିନଥାଏ । ଧନ ଉପାର୍ଜନ ତୁଳନାରେ ଖର୍ଚ୍ଚ ଅଧିକ ହୋଇ ଯାଇଥାଏ ।

ଅନେକ ଲୋକଙ୍କ ମାନ୍ୟତା ରହିଛି ପରିଶ୍ରମ କରିବା ଦ୍ୱାରା ହିଁ ଧନ ଉପାର୍ଜନ କରିହୁଏ କିନ୍ତୁ ଅଧିକ ପରିଶ୍ରମ କରିବା ଦ୍ୱାରା ଧନ ଅଧିକ ଉପାର୍ଜନ ହୋଇନଥାଏ । ଯଦି ଆପଣଙ୍କ ଜୀବନରେ ଏହିଭଳି ପରିସ୍ଥିତି ଉତ୍ପନ୍ନ ହୋଇଥାଏ; ତେବେ ଆପଣ ଏକ ଛୋଟ ଉପାୟ ଆପଣାଇବା ଦ୍ୱାରା ଜୀବନର ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଯଦି ଆପଣ ଏହି ଉପାୟ ବିଶ୍ୱାସର ସହ ପାଳନ କରିବେ; ତେବେ ଏହାର ଚମତ୍କାର ଆପଣଙ୍କୁ କିଛି ଦିନ ମଧ୍ୟରେ ଦେଖାଯିବ । ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବା ପାଇଁ ଯାଉଛୁ, ତାହା ଲବଙ୍ଗ ଏବଂ ଅଳେଇଚ ସହ ଜଡିତ ଅଟେ । ଯଦି ଆପଣ ଏହି ଉପାୟ ଆପଣାଇବେ, ତେବେ ଧନର ଦେବୀ ମାତା ଲକ୍ଷ୍ମୀଙ୍କ ଆର୍ଶୀବାଦ ଆପଣଙ୍କ ଉପରେ ବଜାୟ ରହିବ ଏବଂ ଆପଣ ଧନ ଉପାର୍ଜନ କରିବାରେ ସଫଳ ହୋଇପାରିବେ ।

ଲବଙ୍ଗ ଏବଂ ଅଳେଇଚକୁ ନେଇ ଏହି ଉପାୟ କରନ୍ତୁ :

ଯେଉଁ ଉପାୟ ବିଷୟରେ ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ, ତାହାକୁ ଆପଣ କୌଣସି ଦିନ ମଧ୍ୟ ଆପଣାଇ ପାରିବେ କିନ୍ତୁ ଆପଣ ଏହି ଉପାୟକୁ କୌଣସି ଏକ ଶୁକ୍ରବାର ଦିନ କରନ୍ତି; ତେବେ ଏହା ବହୁ ପରିମାଣରେ ଫଳପ୍ରଦ ହୋଇପାରିବ । ଏହାର କାରଣ ହେଉଛି ଆପଣମାନେ ଜାଣିଥିବେ ଶୁକ୍ରବାର ହେଉଛି ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ସମର୍ପିତ । ଯଦି ଆପଣ ଏହି ଦିନ ଏହି ଉପାୟଟି କରନ୍ତି; ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଏହି ଉପାୟଟି ପାଳନ କରିବାକୁ ହେଲେ ଆପଣଙ୍କୁ ଶୁକ୍ରବାର ଦିନ ସନ୍ଧ୍ୟାରେ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ଏକ ସୁଦ୍ଧ ଘିଅର ଦୀପ ପ୍ରଜ୍ୱଳନ କରିବା ଉଚିତ୍, ଦୀପ ପ୍ରଜ୍ୱଳନ କରିବା ପରେ ଆପଣ ନିଜ ଦକ୍ଷିଣ ହସ୍ତରେ ଏକ ଲବଙ୍ଗ ଏବଂ ଅଳେଇଚ ରଖନ୍ତୁ ।

ଯଦି ଆମେ ଜୋତିଷ ତନ୍ତ୍ର ଶାସ୍ତ୍ର ଅନୁସାରେ ଦେଖିବା; ତେବେ ଲବଙ୍ଗ ଏବଂ ଅଳେଇଚର ଏହି ଉପାୟ ଅଧିକ ଫଳପ୍ରଦ ଅଟେ । ଯଦି କୌଣସି ବ୍ୟକ୍ତି ଏହି ଉପାୟର ପାଳନ କରନ୍ତି, ତେବେ ଏହି ଉପାୟର ପ୍ରଭାବ ସେହି ବ୍ୟକ୍ତି ଉପରେ ଖୁବ୍ ଶୀଘ୍ର ପଡିପାରିବ । ଯେତେବେଳେ ଆପଣ ନିଜର ଦକ୍ଷିଣ ହସ୍ତରେ ଏକ ଲବଙ୍ଗ ଏବଂ ଅଳେଇଚ ରଖି “ଓଁ ମହାଲକ୍ଷ୍ମୀୟେ ନମଃ” ମନ୍ତ୍ରର ୧୦୮ ଥର ଜପ କରନ୍ତୁ । ଆପଣଙ୍କୁ ଧ୍ୟାନ ରଖିବା ଉଚିତ୍ ଯେ, କୌଣସି ମଧ୍ୟ ବ୍ୟକ୍ତି ଆପଣଙ୍କୁ ଏହି ମନ୍ତ୍ର ଜପ କରିବା ସମୟରେ ରୋକିବେ ନାହିଁ ଏବଂ ଏହା ସହ ଆପଣ ଏହି ମନ୍ତ୍ରର ସଠିକ ଜପ କରିବେ ।

ଯେତେବେଳେ ଆପଣ ଏହି ମନ୍ତ୍ରର ସଠିକ ରୂପେ ଜପ ସମ୍ପର୍ଣ୍ଣ କରିବେ, ସେହି ସମୟରେ ଆପଣ ଏକ ହଳଦିଆ ରଙ୍ଗର କପଡ଼ାରେ ଲବଙ୍ଗ ଏବଂ ଅଳେଇଚକୁ ରହି ଭଲ ରୂପେ ବାନ୍ଧି ନିଅନ୍ତୁ । ଏହା ପରେ ଆପଣ ଏହି କପଡାକୁ ନିଜର ଧନ ରଖୁଥିବା ସିନ୍ଧୁକରେ ରଖି ଦିଅନ୍ତୁ । କିନ୍ତୁ ଏହି କଥାର ଧ୍ୟାନ ରଖନ୍ତୁ, ଆପଣ ଭୁଲରେ ମଧ୍ୟ ଏହି କପଡାକୁ ନିଜ ପର୍ସରେ ରଖନ୍ତୁ ନାହିଁ । ପର୍ସରେ ରଖିବା ଦ୍ୱାରା ଆପଣଙ୍କ ମଧ୍ୟରେ ନକରାତ୍ମକ ଉର୍ଜା ଭରି ହୋଇଯିବ । ଆପଣ ଏହି କପଡାକୁ ଆପଣ ନିଜ ଧନ ରଖୁଥିବା ସ୍ଥାନ ବା ସିନ୍ଧୁକରେ ରଖିବା ଦ୍ୱାରା ଆପଣଙ୍କ ଘରକୁ ଧନର ଆଗମନ ହେବା ପାଇଁ କେହି ରୋକି ପାରିବେ ନାହିଁ । ଆପଣଙ୍କ ଜୀବନରୁ ଧନର ସମସ୍ୟା ସର୍ବଦା ପାଇଁ ଦୂର ହୋଇଯିବ । ଏହି ଉପାୟ ପାଳନ କରିବା ଦ୍ୱାରା ଧନ ଉପାର୍ଜନର ସ୍ରୋତ ମିଳିବା ସହ ନିଜ ପରିଶ୍ରମର ଫଳ ମଧ୍ୟ ମିଳିଥାଏ ।