ମାତ୍ର ୫୦ ଟଙ୍କା ଖର୍ଚ୍ଚ କରି ୧୦୦୦ ଟଙ୍କାର ନକଲି କ୍ଷୀର ପ୍ରସ୍ତୁତ କରାଯାଇଥାଏ । ଲାକ୍ଟୋ ମିଟରରେ ମଧ୍ୟ ଜଣା ପଡିନଥାଏ ।

Spread the love

ଲାକ୍ଟୋ ମିଟରରେ ମଧ୍ୟ ନକଲି କ୍ଷୀର ବିଷୟରେ ଜଣପଡୁ ନାହିଁ । ଏହି ନକଲି କ୍ଷୀରକୁ ଝାଡଖଣ୍ଡରୁ ଆରମ୍ଭ କରି ବିହାରର ଘଡେଲ୍ଲେ ପର୍ଯ୍ୟନ୍ତ ସବୁଠି ବିକ୍ରି କରାଯାଉଛି । ଜାଣନ୍ତୁ କିପରି ପ୍ରସ୍ତୁତ ହେଉଛି ନକଲି କ୍ଷୀର ।

ଆଜିର ସମୟରେ ପ୍ରତି ମନୁଷ୍ୟ କୌଣସି ନା କୌଣସି ସ୍ୱାସ୍ଥ୍ୟ ସମ୍ଭନ୍ଧତି ସମସ୍ୟାରେ ଜଡିତ ଅଛନ୍ତି । ଏହାର କାରଣ ହେଉଛି ଖାଦ୍ୟ ପଦାର୍ଥ ଗୁଡିକର ଖରାପ ଗୁଣବତ୍ତା । ଏହି ଖାଦ୍ୟ ସୂଚିରେ ସୋରିଷ ତେଲ, ପନିପରିବା, ଫଳ କିମ୍ବା କ୍ଷୀର ମଧ୍ୟ ହୋଇଥାଏ । ଯଦି ଆମେ କେବଳ କ୍ଷୀର ବିଷୟରେ ଚିନ୍ତା କରିବା, ତେବେ କ୍ଷୀରକୁ ଲୋକମାନେ ଚାହା, କଫି, ଦହି, ମିଠା କିମ୍ବା କ୍ୟାଲସିୟମ୍ ରୂପରେ ଗ୍ରହଣ କରିଥାନ୍ତି । କିନ୍ତୁ ଆପଣମାନେ ଜାଣି ନ ଥିବେ; ଯେଉଁ କ୍ଷୀର ଆପଣଙ୍କ ପାଖରେ ପହଞ୍ଚୁଛି, ତାହା ଶୁଦ୍ଧ ହୋଇନଥାଏ । ସେଥିରେ ଅନେକ ଜିନିଷ ମିଶାଇ ଆପଣଙ୍କ ପାଖରେ ପହଞ୍ଚାଇ ଥାଏ । ଆଜି ଆମେ ଏପରି ଗୋଟିଏ ଜାଗା ବିଷୟରେ କହିବୁ ଯେଉଁଠି ୫୦ ଟଙ୍କା ଖର୍ଚ୍ଚ କରି ୧୦୦୦ ଟଙ୍କାର ନକଲି କ୍ଷୀର ପ୍ରସ୍ତୁତ କରାଯାଇଥାଏ । ଏହି ନକଲି କ୍ଷୀରକୁ ଲାକ୍ଟୋ ମିଟରରେ ମଧ୍ୟ ଅସଲି କି ନକଲି ବାରି କରାଯାଇ ପାରେ ନାହିଁ ।

ମାତ୍ର ୫୦ ଟଙ୍କା ଖର୍ଚ୍ଚ କରି ୧୦୦୦ ଟଙ୍କାର ନକଲି କ୍ଷୀର ପ୍ରସ୍ତୁତ କରାଯାଇଥାଏ :

କ୍ଷୀରରେ ପାଣି ମିଶେଇବା, ଇଉରିଆ ଏବଂ ଫମୋଲିନ ମିଶାଇ ବିକିବା ପ୍ରଣାଳୀ ଆପଣମାନେ ଜାଣିଥିବେ । କିନ୍ତୁ ବର୍ତ୍ତମାନ କ୍ଷୀର ବେପାରୀମାନେ ନକଲି କ୍ଷୀର ପ୍ରସ୍ତୁତ କରିଛନ୍ତି ଏବଂ ସେହି ନକଲି କ୍ଷୀରକୁ ଅସଲି କ୍ଷୀରରେ ମିଶାଇ ବଜାରରେ ବିକୁଛନ୍ତି । ଏହି ନକଲି କ୍ଷୀର ସାମ୍ପୁ, ରିଫାଇନ, ଗ୍ଳୁକୋଜ ଏବଂ ଫେବ୍ରିକ୍ରସ ରଙ୍ଗ ମିଶ୍ରଣରେ ଏହି କ୍ଷୀର ପ୍ରସ୍ତୁତ କରାଯାଇଥାଏ; ଯାହା ଅସଲି କ୍ଷୀର ପରି ଜଣ ପଡିଥାଏ । ଏହି ନକଲି କ୍ଷୀର ପ୍ରସ୍ତୁତ କରିବା ପାଇଁ ମାତ୍ର ୫୦ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିଥାଏ । ଏହି ଘଟଣା ବିଷୟରେ ସେହି ସମୟରେ ଜଣା ପଡିଥିଲା; ଯେତେବେଳେ ବିକ୍ରମଶିଳା କ୍ଷୀର ଡାଏରୀ (ସୁଧା)ର ପ୍ଲାଟରେ ଲାକ୍ଟୋମିଟରରେ ଯାଞ୍ଚ କରାଯାଇଥିଲା । ଲାକ୍ଟୋମିଟରରେ ଅନୁନ୍ୟୟ ୦.୩ ସ୍କେଲ୍ ଆସିବା ପରେ କ୍ଷୀର ଶୁଦ୍ଧ ଅଟେ ବୋଲି ମାନା ଯାଇଥାଏ । କିନ୍ତୁ ଯେତେବେଳେ ନକଲି କ୍ଷୀର ଲାକ୍ଟୋମିଟରରେ ମପା ଯାଇଥିଲା, ସେତେବେଳେ ଏହା ୪.୦ ସ୍କେଲ୍ ଆସିଥିଲା । କ୍ଷୀରକୁ ସୁଧ ମନା ଯାଇଥିଲା ଓ ଏହାକୁ କିଛି ଅସଲି କ୍ଷୀରରେ ମିଶାଇ ବିହାର ଏବଂ ଝାଡଖଣ୍ଡରେ ବିକ ଯାଇଥିଲା । ବିହାର ଝାଡଖଣ୍ଡର ବୋର୍ଡରର ନଦୀ ଅଞ୍ଚଳରେ ବକିୟା ଗାଆଁରେ ନକଲି କ୍ଷୀର ପ୍ରସ୍ତୁତ ହୋଇଥାଏ । ଏଠାରେ ବହୁତ ଗୁଡିଏ କ୍ଷୀର ବ୍ୟବସାୟୀ ଅସଲି କ୍ଷୀରରେ କୌଶଳ କ୍ରମେ ନକଲି କ୍ଷୀର ମିଶାଇ ଡଙ୍ଗା, ରେଳ ଗାଡିରେ ତଥା ସାଇକେଲରେ ନେଇ କ୍ଷୀର ବିକ୍ରି କରିଥାନ୍ତି ।

ଦାମ କମ ହୋଇଥିବା କାରଣରୁ ଏହି କ୍ଷୀରକୁ ଚାହା ବ୍ୟାପାରୀ ଏବଂ ମିଠା କାରିଗର ବ୍ୟବହାର କରିଥାନ୍ତି । ଭାଗଲପୁରର ଜଣେ ଦୋକାନୀ କହିଛନ୍ତି; ନକଲି କ୍ଷୀରର ପ୍ରସ୍ତୁତି ପାଇଁ ତାଙ୍କ ଦୋକାନରୁ ସ୍ୟାମ୍ପୁ, ରିଫାଇନ, ଗ୍ଲିକୋଜ ଏବଂ ଫେବ୍ରିକସ ରଙ୍ଗ କିଣି ନେଇଥାନ୍ତି । ଏହାପରେ ସମ୍ବାଦ ଦଳ ବକିୟା ଗାଆଁ ଯାଇ ବ୍ୟବସାୟୀ ରାଧେ ଯାଦବ ସହ କଥା ହୋଇଥିଲେ । ନିଜର ପରିଚୟ ଲୁକ୍କାୟିତ ରହିବା ସର୍ତରେ ପୁରା ପ୍ରଣାଳୀ କହିଥିଲେ ।

ଏହି ଦୁଇ ପ୍ରଣାଳୀ ଅନୁସାରେ ନକଲି କ୍ଷୀର ପ୍ରସ୍ତୁତ ହୋଇଥାଏ :

ପ୍ରଥମେ ଗୋଟିଏ ସାଫା ପାତ୍ରରେ, କପଡା ସାଫା କରିବା ଲିକ୍ୟୁଇଡ ଇଜିର ତରଳ ପଦାର୍ଥ ସହ ରିଫାଇନ ତେଲ ମିଶ୍ରଣ କରାଯାଇଥାଏ । ପରେ ସେଥିରେ ଗ୍ଳୁକାଜ ମିଶା ଯାଇଥାଏ । ଦୁଇ ଚାରି ମିନିଟ ମିଶ୍ରଣ ହେବା ପରେ ସେଥିରେ ପାଣି ମିଶା ଯାଇଥାଏ । ପରେ ଫେବ୍ରିକ୍ ପକାଇ କ୍ଷୀରର ରଙ୍ଗ ଧଳା କରାଯାଇଥାଏ । ୧୦ ମିନିଟରେ ନକଲି କ୍ଷୀର ପ୍ରସ୍ତୁତ ହୋଇଯାଇଥାଏ ଏବଂ ୧୦୦ ଲିଟର କ୍ଷୀରରେ ୨୦ ଲିଟର ନକଲି କ୍ଷୀର ମିଶା ଯାଇଥାଏ । ଏହି କ୍ଷୀର ପ୍ରସ୍ତୁତ କରିବା ପାଇଁ ତିନି ରୁ ଚାରି ଜଣ ଲୋକ ଦରକାର ପଡନ୍ତି । ପ୍ରଥମ ପ୍ରଣାଳୀରେ ଗୋଟିଏ ବଡ ବାସନରେ ସାମ୍ପୁ ପକାଇ ସେଥିରେ ଅଧା ଲିଟର ରିଫାଇନ ତେଲ ମିଶ୍ରଣ କରାଯାଇଥାଏ । ପରେ ଅଧା ଲିଟର ଅସଲି କ୍ଷୀର ମିଶ୍ରଣ କରାଯାଇଥାଏ । ଏହାପରେ ଏହାକୁ ଗାଢ କରିବା ପାଇଁ ଏଥିରେ ଚିନି ଏବଂ ପାଣି ପକା ଯାଇଥାଏ ଏଥିରେ ଘିଅ ମଧ୍ୟ ପକାଯାଇଥାଏ । ଏହାର ଦ୍ଵିତୀୟ ପ୍ରଣାଳୀରେ କପଡା ସାଫା କରିବା ଲିକ୍ୟୁଇଡ ଇଜିରେ ମଇଦା, ରିଫାଇନ ତେଲ ମିଶ୍ରଣ କରାଯାଇଥାଏ ପରେ ଏଥିରେ ଖାଇବା ସୋଢା, କ୍ଷୀର ପାଉଡର ଗ୍ଳୁକାଜ ଏବଂ ଅଳ୍ପ କିଛି ଅଳେଇଚର ପାଣି ମିଶ୍ରଣ କରାଯାଇଥାଏ ।