ସାଧାରଣ ଲୋକଙ୍କୁ ଆହୁରି କନ୍ଦାଇବ ପିଆଜ, ଗୋଟିଏ ସପ୍ତାହରେ ଏତିକି ଦାମ୍ ବଢ଼ିପାରେ… !

Spread the love

ପିଆଜ ଏବେ ପୁଣିଥରେ ସାଧାରଣ ଲୋକଙ୍କର ଅଶ୍ରୁର କାରଣ ହୋଇଛି । ବିଗତ କିଛିଦିନ ହେବ ପିଆଜ ଦରଦାମ ଦୁଇଗୁଣା ବଢ଼ିଛି । ଶୁକ୍ରବାର ଦିନ ଦିଲ୍ଲୀର ଆଜାଦପୁର ବଜାରରେ ଏହାର ଦାମ୍ ୨୫ ପ୍ରତିଶତ ବଢ଼ି ଚାରି ବର୍ଷର ଉଚ୍ଚ ସ୍ତର ଛୁଇଁଛି । ଏହାପରେ ଦିଲ୍ଲୀ ଏନସିଆର କ୍ଷେତ୍ରରେ ୫୦ ରୁ ଆରମ୍ଭ କରି ୭୫ ଟଙ୍କା ପ୍ରତି କିଲୋରେ ବିକ୍ରୀ ହୋଇଥିଲା । ଏପଟେ ସରକାର ପିଆଜର ଦାମକୁ ସଂଯତରେ ରଖିବାକୁ ପୁରା ପ୍ରଚେଷ୍ଟା ରଖିଛନ୍ତି । ସରକାରୀ ଏଜେନ୍ସି ମାନେ ଖୋଲା ବଜାରରେ ପିଆଜ ବିକ୍ରୀ କରୁଛନ୍ତି । ଏହାର ଉତ୍ପତ୍ତି ପରେ ଦିଆଯାଇଥିବା ସମସ୍ତ ଲାଭ ଉଠାଇ ଦିଆଯାଇଛି । ଏହା ବ୍ୟତୀତ ପିଆଜର ମିନିମମ ଏକ୍ସପର୍ଟ ଦାମ୍ (ଏମଇପି) ମଧ୍ୟ ବଢ଼ାଇ ଦିଆଯାଇଛି ।

ପିଆଜର ଦାମ୍ ଅନୁସାରେ ଉପଲବ୍ଧତା ବହୁତ କମ୍ । ଯାହାଦ୍ୱାରା ପିଆଜର ଦରଦାମକୁ ସମ୍ଭାଳିବା କଠିନ ହେଉଛି । ପିଆଜ ବେପାରୀ ସଂଗଠନର ପ୍ରମୁଖ ରାଜେନ୍ଦ୍ର ଶର୍ମା କହିଲେ ଯେ, ଦିଲ୍ଲୀରେ ପିଆଜର ବହୁଳତା ପ୍ରତିଦିନ ପାଖାପାଖି ୩,୦୦୦ ଟୋନ ମାତ୍ର ବଜାରରେ କେବଳ ୧ ଟୋନର ପିଆଜ ପହଂଚୁଛି । ଯଦି ଏମିତି ଚାଲିବ ତା’ହେଲେ ଦୀପାବଳି ପର୍ଯ୍ୟନ୍ତ ପିଆଜର ଦାମ୍ ୬୫ ଶହ ରୁ ୮ ହଜାର କ୍ୱିଣ୍ଟାଲ ପ୍ରତି ପହଂଚି ଯାଇପାରେ । ଯେଉଁଠି ଏହା ଉପଭୋକ୍ତାଙ୍କୁ ୯୦ ରୁ ୧୦୦ ଟଙ୍କା କିଲୋ ପ୍ରତି ମିଳିବ ।

ଏମିତି ହେବା ଦ୍ୱାରା ପିଆଜର ଦାମ୍ ଅଧିକ ବଢ଼ିବାରେ ଲାଗିଛି । ଏହା ବ୍ୟତୀତ ଅଧିକ ବର୍ଷା ହେବା କାରଣରୁ ପିଆଜ ଫସଲ ଅଧିକ କ୍ଷତି ହୋଇଛି । ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଦକ୍ଷିଣରୁ ଆସୁଥିବା ପିଆଜ ଠିକ ସମୟରେ ପହଞ୍ଚି ପାରୁନାହିଁ । ଯାହା ଦ୍ୱାରା ଉପଲବ୍ଧତାର ସଙ୍କଟ ସୃଷ୍ଟି ହୋଇଛି ।