ମେଟ୍ରୋରେ ଏକ ବର୍ଷ ର ପିଲା ଏକୁଟିଆ କରୁଥିଲା ଯାତ୍ରା, ଯେବେ କାରଣ ଜଣା ପଡିଲା ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

Spread the love

ନ୍ୟୁୟର୍କ ସହରରେ ଏକ ବର୍ଷର ପିଲା ଏକୁଟିଆ ଯାତ୍ରା କରୁଥିବାର ଦେଖାଯାଇ ଥିଲା । ପିଲାଟି ମେଟ୍ରୋରେ ବହୁତ ସମୟ ପର୍ଯ୍ୟନ୍ତ ଏକୁଟିଆ ବୁଲୁଥିବାର ଦେଖାଗଲା ଓ ଏହି ପିଲାଟିକୁ ଏପରି ଦେଖି ଅନ୍ୟ ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଗଲେ । ମେଟ୍ରୋରେ ଏହି ପିଲାପାଖରେ ଘର ଲୋକଙ୍କୁ ନ ଦେଖି କିଛି ଯାତ୍ରୀ ପୋଲିସଙ୍କୁ ଖବର ଦେଇଥିଲେ । ଯାହା ପରେ ମେଟ୍ରୋକୁ ଆସି ପୋଲିସ ପିଲାଟିକୁ ମେଟ୍ରୋରୁ ଓଲ୍ହାଇ ଥିଲେ । କୁହାଯାଉଛି କି, ପିଲାଟି ମେନହନଟନ୍ ମେଟ୍ରୋ ଷ୍ଟେସନରେ ମେଟ୍ରୋରେ ଚଢିଥିଲା ଓ ୯୬ ଷ୍ଟ୍ରୀଟ୍ ନାମକ ଷ୍ଟେସନ ରୁ ନେଇ ପେନ୍ ଷ୍ଟେସନ ପର୍ଯ୍ୟନ୍ତ ଏକୁଟିଆ ଯାତ୍ରା କରୁଥିଲା । ମେନହନଟନ ମେଟ୍ରୋ ଷ୍ଟେସନରେ ଏହି ପିଲା ସାଥିରେ ପିଲାଟିର କେୟାର୍ ଟେକର୍ ଥିଲା ଓ ସେ ଷ୍ଟେସନର କିଛି ରାସ୍ତା ପର୍ଯ୍ୟନ୍ତ ପିଲାଟି ସହ ଯାତ୍ରା କରିଥିଲା । କିନ୍ତୁ କିଛି ସମୟ ପରେ ସେ ପିଲାଟିକୁ ଏକୁଟିଆ ଛାଡି ଷ୍ଟେସନରୁ ଓଲ୍ହାଇ ଯାଇଥିଲା ।

ଏକୁଟିଆ କରିଥିଲା ବହୁତ ଗୁଡିଏ ମେଟ୍ରୋ ଷ୍ଟେସନ ପାର :

ଏହି ଘଟଣା ମାର୍ଚ୍ଚ ମାସର, ଯେବେ ଏକ ବର୍ଷର ପିଲା କେୟାର୍ ଟେକର୍ ସହ ମେଟ୍ରୋ ରେ ଯାତ୍ରା କରିବା ପାଇଁ ବାହାରିଥିଲା । କେୟାର୍ ଟେକର୍ ଟି ମେନହନଟନ ଷ୍ଟେସନ ରୁ ମେଟ୍ରୋରେ ଚଢିଥିଲେ ଓ କିଛି ଦୂର ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଏ ସମୟରେ ୯୬ ଷ୍ଟ୍ରୀଟ ନାମକ ଷ୍ଟେସନ୍ ରେ ସେ ଓଲ୍ହାଇ ଯାଇଥିଲେ ଓ ପିଲାଟିକୁ ଏକୁଟିଆ ଛାଡି ଦେଇଥିଲେ । ଯାହାପରେ ପିଲାଟି ଏକୁଟିଆ ହିଁ ମେଟ୍ରୋରେ ଯାତ୍ରା କରିଥିଲା । ବହୁତ ସମୟ ପର୍ଯ୍ୟନ୍ତ ବହୁତ ଷ୍ଟେସନ ବୁଲିବା ପରେ ପୋଲିସ ପିଲାଟିକୁ ମେଟ୍ରୋ ରୁ ଓଲ୍ହାଇ ଥିଲେ ।

କଣ ପାଇଁ କେୟାର୍ ଟେକର୍ ପିଲାଟିକୁ ଏକୁଟିଆ ଛାଡି ଦେଇଥିଲା :

ଯେତେବେଳେ କେୟାର୍ ଟେକର୍ ପିଲାଟି ସହ ଘରୁ ବାହାରି ଥିଲା, ସେତେବେଳେ ତାର ସ୍ୱାସ୍ଥ୍ୟ ଠିକ ଥିଲା । କିନ୍ତୁ ମେଟ୍ରୋରେ ଚଢିବା ପରେ ତାହାର ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା । ସେଥିପାଇଁ ସେ ୯୬ ଷ୍ଟେସନରେ ଓଲ୍ହାଇ ପଡ଼ିଥିଲେ ଓ ପିଲାଟିକୁ ସେମିତି ମେଟ୍ରୋରେ ରହିବାକୁ ଦେଇଥିଲେ । ସେଠି ପିଲାଟିକୁ ଏକୁଟିଆ ଦେଖି ପୋଲିସକୁ ଖବର କରାଯାଇଥିଲା । ଏହାପରେ ପୋଲିସ ଏହି ମାମଲାର ଯାଞ୍ଚ କରିଥିଲା ଓ ପିଲାଟିର ମାଆ ବିଷୟରେ ଛାନବିନ ଆରମ୍ଭ କରିଥିଲା । ଯାହାପରେ ପିଲାଟିର ମାଆକୁ ପିଲାଟିକୁ ଦିଆଯାଇଥିଲା । ପୋଲିସ ଅନୁସାରେ ପିଲାଟିର କେୟାର୍ ଟେକର୍ ପିଲାଟିର ମାଆ ବାପାଙ୍କ ଚିହ୍ନା ବ୍ୟକ୍ତି ଅଟେ ଓ ସେ ସେମାନଙ୍କୁ ଜଣାଇ, ପିଲାଟି ସହ ଯାତ୍ରା ପାଇଁ ବାହାରିଥିଲା । ପିଲାଟିର ପରିବାର ଲୋକ କେୟାର୍ ଟେକର୍ ବିରୋଧରେ କୌଣସି ବି ମାମଲା ରଜ୍ଜୁ କରିନାହାନ୍ତି । ପୋଲିସ କେୟାର୍ ଟେକର୍ କୁ ମଧ୍ୟ ପଚରା ପଚରି କରିଛି । କେୟାର୍ ଟେକର୍ ଅନୁସାରେ ତାହାର ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା ଓ ଚିକିତ୍ସକଙ୍କ ସହାୟତା ନେବା ପାଇଁ ମେଟ୍ରୋରୁ ଓଲ୍ହାଇବାକୁ ପଡିଥିଲା । କୌଣସି ମଧ୍ୟ ଷଡଯନ୍ତ୍ରର ଆଶଙ୍କା ପୋଲିସକୁ ଏହି ମାମଲାରେ ଆସିନାହିଁ । ସେଥିପାଇଁ ପୋଲିସ କେୟାର୍ ଟେକର୍ ବିରୋଧରେ କୌଣସି ବି ଅପରାଧ ଜନକମାମଲା ଦର୍ଜ କରିନାହିଁ ଓ ପିଲାଟିର ପରିବାର ଲୋକ ମଧ୍ୟ କୌଣସି ପ୍ରକାରର କ୍ୟାସ୍ କରି ନାହାନ୍ତି । କିନ୍ତୁ କେୟାର୍ ଟେକର୍ କୁ କଣ ହୋଇଥିଲା ପୋଲିସ ସେହି ବିଷୟରେ ନେଇ ଏବେ ମଧ୍ୟ ଚୁପ ରହିଛି । ଏହି ପୁରା ମାମଲାରେ ଖୁସିର କଥା ଏହା ଯେ, ପିଲାଟି ଠିକ୍ ଅଛି ଓ ନିଜ ମାତା ପିତାଙ୍କ ସାଥିରେ ଅଛି ।