ଏକ ମାସ ପର୍ଯ୍ୟନ୍ତ ଘରେ ଏକୁଟିଆ ରହିଥିଲା ଗାଈଟି, ଯେତେବେଳେ ମାଲିକ ଘରର କବାଟ ଖୋଲିଲା, ଘରର ଅବସ୍ଥା ଦେଖିଲେ ଆଖିରୁ ଲୁହ ନିଗିଡି ଯାଇଥିଲା ।

Spread the love

ନୂଆ ଘରକୁ ଯିବା ପାଇଁ ପ୍ରତି ବ୍ୟକ୍ତିଙ୍କ ସ୍ୱପ୍ନ ହୋଇଥାଏ । ନିଜ ଧନରେ କିଣିଥିବା ଘର ପ୍ରତି ବ୍ୟକ୍ତିଙ୍କୁ ଉତ୍ସାହିତ କରିଥାଏ । ଯେତେବେଳେ ଘର ନୂଆ ହୋଇଥାଏ, ତେବେ ଘର ବହୁତ ଚମକି ଥାଏ ଏବଂ ଏହା ବହୁତ ସଫାସୁତର ଓ ନିର୍ମଳ ହୋଇଥାଏ । ଏହି କାରଣରୁ ଏହି ଘରେ ରହିବାର ମଜା ଦୁଇଗୁଣ ହୋଇ ଯାଇଥାଏ । କିନ୍ତୁ ଥରେ ଭାବି ଦେଖନ୍ତୁ, ଯେତେବେଳେ ଆପଣ ନିଜ ନୂଆ ଘରକୁ ଯାଉଛନ୍ତି ଏବଂ ଘରକୁ ଯିବା କ୍ଷଣି ଯେତେବେଳେ ଆପଣ ଘରର କବାଟ ଖୋଲି ଦେଖନ୍ତି ଯେ, ଆପଣଙ୍କ ନୂଆ ଘର ଗୋବରରେ ଭର୍ତି ହୋଇଯାଇଛି କେବଳ ଏତିକି ନୁହେଁ ଆପଣ ଯେତେବେଳେ ଦେଖିବେ ଆପଣଙ୍କ ଘରେ ଏକ ଗାଈ ବୁଲୁ ଥିବାର ଦେଖିବେ, ତେବେ ଆପଣଙ୍କ ହୋସ ଉଡ଼ିଯିବ । ଆପଣ ଚିନ୍ତା କରିବାରେ ଲାଗିବେ ଆପଣଙ୍କ ନୂଆ ଘରେ ଗାଈ କେଉଁଠୁ ଆସିଲା । ଆପଣଙ୍କ ନୂଆ ଘରର ଅବସ୍ଥା ଦେଖି ଆପଣଙ୍କ ଆଖିରୁ ଦୁଃଖରେ ଲୁହ ନିଗିଡି ଯିବ । ଏହିଭଳି ହିଁ କିଛି ଘଟିଥିଲା ଆମେରିକାର ମୋଟାନାରେ ।

ଏଠାରେ ଏକ ବ୍ୟକ୍ତି ୱାସିଂଟନରେ ରହୁଥିଲେ ଏବଂ ମୋଟାନାରେ ନିଜ ପରିବାର ସହ ଘର ପରିବର୍ତ୍ତନ କରିବା ପାଇଁ ଚାହିଁଥିଲା । ନିଜ ନୂଆ ଘରର ଯତ୍ନ ନେବା ପାଇଁ ସେ ଜଣେ ମାଉସୀଙ୍କୁ ଦାୟିତ୍ୱ ଦେଇଥିଲା । ଯେତେବେଳେ ଏହି ବ୍ୟକ୍ତି ଜଣଙ୍କ ନିଜ ଜିନିଷପତ୍ର ନେଇ ନୂଆ ଘରକୁ ଆସିଥିଲା, ସେହି ସମୟରେ ନିଜ ନୂଆ ଘରର ଅବସ୍ଥା ଦେଖି ଦୁଃଖରେ ଭାଙ୍ଗି ପଡିଥିଲା । ଘର ଭିତରେ ଏକ ଗାଈ ସାରା ଘରେ ଗୋବର କରି ଦେଇଥିଲା । ଏହି ବ୍ୟକ୍ତର ନୂଆ ଘର ଗୋବରରେ ଭର୍ତ୍ତି ହୋଇ ଯାଇଥିଲା । ଏହି ଅବସ୍ଥା ଦେଖିବା ପରେ ବ୍ୟକ୍ତିଟିର ହୋସ ଉଡି ଯାଇଥିଲା । ସେ ବୁଝି ପାରିନଥିଲା, ଏହିଭଳି ତାର ଘରର ଅବସ୍ଥା କଣ ପାଇଁ ହୋଇଛି ।

ଶୁଣିବା ପାଇଁ ମିଳିଛି ଗାଈଟି, ଏକ ମାସ ହେବ ବ୍ୟକ୍ତିଟିର ଘରେ ରହି ଆସୁଥିଲା । ଘରର ଆଖପାଖରେ ସବୁଜିମା ଭରି ହୋଇରହିଛି । ଯାହାଫଳରେ ଗାଈଟିର ଖାଇବାର କୌଣସି ଅସୁବିଧା ହେଉନଥିଲା । ଯାହାର ପରିଣାମ ସ୍ୱରୂପ ଗାଈଟି ଘର ଭିତରେ ରହି ଘରକୁ ଗୋବରରେ ଭର୍ତ୍ତି କରି ଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି କଥା ସ୍ପଷ୍ଟ ହୋଇନାହିଁ ଯେ, ଗାଈଟି କେଉଁ ଭଳି ଘର ଭିତରେ ପଶି ଯାଇଥିଲା । ଗାଈଟିର ମାଲିକଙ୍କୁ ମଧ୍ୟ ଏହି ବିଷୟରେ କୌଣସି ପ୍ରକାରର ଖବର ନାହିଁ । ଥରେ ଟିକିଏ ଭାବି ଦେଖନ୍ତୁ ବ୍ୟକ୍ତି ଜଣଙ୍କ କେଉଁଭଳି ରୂପେ ନିଜ ଘରକୁ ନିର୍ମଳ କରିବ ।

ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଘରଟି ଗୋବରରେ ଭର୍ତି ହୋଇଥିବା ଫୋଟ ଖୁବ ଭାଇରାଲ ହେବାରେ ଲାଗିଛି । କିଛି ବ୍ୟକ୍ତି ଏହି ଫୋଟ ଦେଖି ଥଟ୍ଟା ମଜା କରୁଥିବା ବେଳେ କିଛି ବ୍ୟକ୍ତି ଏହି ଘରଟିର ମାଲିକ ପ୍ରତି ସମ୍ବେଦନା ଜ୍ଞାପନ କରିଛନ୍ତି । ଆପଣମାନେ ଏହି ଘଟଣାଟି ପଢିବା ପରେ ଜାଣି ପାରୁଥିବେ କିପରି ଗୋଟିଏ ଗାଈ ଘରେ ଏକୁଟିଆ ରହିଲେ ଘରର ଅବସ୍ଥା ବଦଳାଇ ଦେଇଥାଏ । ଏହି ଘଟଣାଟି ଭାରତରେ ହୋଇଥିଲେ, ଲୋକେ ଗୋବରର କିପରି ବ୍ୟବହାର କରିଥାନ୍ତେ ଥରେ ଭାବି ଦେଖନ୍ତୁ ।