ଏକଦା ସାରୁଖ ଖାନଙ୍କ ସହ ଏହି ଅଭିନେତ୍ରୀ ଜଣଙ୍କ ରୋମାନ୍ସ କରିଥିଲେ । ବର୍ତ୍ତମାନ ଏହିପରି ଦେଖା ଯାଉଛନ୍ତି ।

Spread the love

ଗାୟତ୍ରୀ ଯୋଶୀ ୨୦ ମାର୍ଚ୍ଚରେ ନିଜର ୪୫ତମ ଜନ୍ମଦିନ ପାଳନ କରିଛନ୍ତି । ସାରୁଖ ଖାନଙ୍କ ସହ ବଲିଉଡରେ ଡେବ୍ୟୁ କରିଥିଲେ କିନ୍ତୁ କିଛି ସମୟ ପରେ ବାଲିଉଡ଼ରୁ ଉଭେଇ ଯାଇଥିଲେ ।

ବଲିଉଡରେ ଅନେକ ଅଭିନେତ୍ରୀ ବଡ଼ ବଡ଼ ଅଭିନେତାଙ୍କ ସହ ଫିଲ୍ମରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ସେମାନେ ବଲିଉଡ଼ରୁ ଦୁରେଇ ଯାଇଥିଲେ । ଏହିଭଳି ଜଣେ ଅଭିନେତ୍ରୀ ଥିଲେ, ଯାହାଙ୍କ ପ୍ରଥମ ଚଳଚିତ୍ର ହିଟ୍ ହୋଇଥିଲା କିନ୍ତୁ କୌଣସି ଫିଲ୍ମର ଅଫର ନ ମିଳିବା କାରଣରୁ ଫିଲ୍ମ ଜଗତରୁ ଦୁରେଇ ଯାଇଥିଲେ ଏବଂ ବିବାହ କରି ନିଜର ଘରପରିବାର ସମ୍ଭାଳି ଥିଲେ । ଆମେ ଏଠି ଅଭିନେତ୍ରୀ ଗାୟତ୍ରୀ ଯୋଶୀଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ । ଏକଦା ସାରୁଖ ଖାନଙ୍କ ସହ ଫିଲ୍ମରେ ଅଭିନୟ କରିଥିଲେ କିନ୍ତୁ ଏହାପରେ ଅନ୍ୟ କୌଣସି ଫିଲ୍ମରେ ନଜରକୁ ଆସିନଥିଲେ । ବର୍ତ୍ତମାନ ଖବର ମିଳିଛି; ନିଜ ପତି ଏବଂ ପିଲାଙ୍କ ସହ ଖୁସିରେ ଜୀବନ ବିତାଉଛନ୍ତି ।

ଏକଦା ସାରୁଖ ଖାନଙ୍କ ସହ ଏହି ଅଭିନେତ୍ରୀ ଜଣଙ୍କ ରୋମାନ୍ସ କରିଥିଲେ :

ଗାୟତ୍ରୀ ଯୋଶୀ ୨୦ ମାର୍ଚ୍ଚରେ ନିଜର ୪୫ତମ ଜନ୍ମଦିନ ପାଳନ କରିଥିଲେ । ସେ ସାରୁଖ ଖାନଙ୍କ ସହ “ସ୍ଵଦେଶ” (୨୦୦୪) ଫିଲ୍ମରେ କାର୍ଯ୍ୟ କରିଥିଲେ ।ସ୍ୱଦେଶରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣି ପାରିଥିଲେ କିନ୍ତୁ ଏହାପରେ ସେ ଅନ୍ୟ କୌଣସି ଫିଲ୍ମରେ ନଜରକୁ ଆସିନଥିଲେ । ଏହା ପଛର ମୁଖ୍ୟ କାରଣ ହେଉଛି, ନିଜସ୍ୱ ଜୀବନ । ୨୭ ଅଗଷ୍ଟ ୨୦୦୫ରେ ତାଙ୍କର ବିବାହ ଜଣେ ବ୍ୟବସାୟୀ ବିକାଶ ଓବ୍ରଏଙ୍କ ହୋଇଥିଲା । ଵିଵାହ ପରେ ସେ ଏକ ସୁଖଦ ବୈବାହିକ ଜୀବନ ବିତାଇବାରେ ଲାଗିଲେ ଏବଂ ଫିଲ୍ମ ଜଗତରୁ ଦୁରେଇ ଯାଇଥିଲେ । ଗାୟତ୍ରୀ ବିବାହ ପରେ ନା କୌଣସି ଇଭେଣ୍ଟ ନା କୌଣସି ସେଲିବ୍ରେତିଙ୍କ ପାର୍ଟିରେ ଦେଖିବା ପାଇଁ ମିଳିଥିଲେ । କିନ୍ତୁ ବର୍ତ୍ତମାନ ଖବର ମିଳିଛି, ସେ ଟୁଇଙ୍କଲ୍ ଖାନାଙ୍କ ସମ୍ପର୍କରେ ରହିଛନ୍ତି ।

“ମିଡ ଡେ”ର ଏକ ରିପୋର୍ଟ ଅନୁସାରେ ଅକ୍ଷୟ କୁମାରଙ୍କ ପତ୍ନୀ ଟୁଇଙ୍କଲ୍ ଖାନାଙ୍କ ସମ୍ପର୍କରେ ରହି ଅବସର ସମୟରେ ଛୁଟି କାଟିବା ପାଇଁ ଯାଉଛନ୍ତି । ତାଙ୍କର ଏହି କାର୍ଯ୍ୟକଳାପକୁ ଦେଖିବା ପରେ ଜଣା ପଡୁଛି; ସେ ଲାଇମଲାଇଟରୁ ଦୁରେଇ ରହିବା ପାଇଁ ଚେଷ୍ଟା କରୁଛନ୍ତି । ତାରକା ହେବା ତାଙ୍କୁ ପସନ୍ଦ ନୁହେଁ ।

ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ଗାୟତ୍ରୀ ଯୋଶୀ :

୧୯୯୯ ମସିହାରେ ଗାୟତ୍ରୀ ଯୋଶୀ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପରେ ୨୦୦୦ରେ ମିସ୍ ଇଣ୍ଟରନ୍ୟାସନଲ୍ ପ୍ରତିଯୋଗିତାରେ ଗାୟତ୍ରୀ ଭାରତ ତରଫରୁ ଜାପାନ ଯାଇଥିଲେ ଏବଂ ତାହାପରେ ଗାୟତ୍ରୀଙ୍କୁ କିଛି ମିୟୁଜିକ ଭିଡ଼ିଓରେ କାମ କରିବା ପାଇଁ ସୁଯୋଗ ମିଳିଥିଲା । ଯେଉଁଥିରେ ଦିବଙ୍ଗତ ଜଗଦିତ ସିଂହଙ୍କ ଅନେକ ଗୀତ ସାମିଲ ଅଟେ । ଏହି ସମୟରେ ଆଶୁତୋଷ ଗାଏକ୍ୱାର୍ଡଙ୍କ ନଜର ଗାଯାତ୍ରୀଙ୍କ ଉପରେ ପଡିଥିଲା ଏବଂ ନିଜର ଫିଲ୍ମ “ସ୍ଵଦେଶ”ରେ ସୁଯୋଗ ଦେଇଥିଲେ । ଏହି ଫିଲ୍ମରେ ଗାୟତ୍ରୀ, ସାରୁଖ ଖାନଙ୍କ ସହ ରୋମାନ୍ସ କରିଥିଲେ । ଗାଯାତ୍ରୀଙ୍କ ପତି ଓବ୍ରଏ ରିଏଲିଟିର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ଅଟନ୍ତି ଏବଂ ତାଙ୍କର ଏକ ଗ୍ରାଣ୍ଡ ହୋଟେଲ ମଧ୍ୟ ରହିଛି । ଗାଯତ୍ରୀଙ୍କ ଦୁଇଟି ପିଲା ଅଛନ୍ତି ଏବଂ ସେ ନିଜ ପାରିବାର ସହ ଖୁସିରେ ଅଛନ୍ତି ।