ଏହି ମହିଳା ଜଣକ ଦିନେ ନାଲି ବତୀ ଜଳୁଥିବା ଗାଡ଼ିରେ ବୁଲୁଥିଲେ କିନ୍ତୁ ପରିସ୍ଥିତିରେ ପଡ଼ି ଆଜି ଛେଳି ଚରାଉଛନ୍ତି ।

Spread the love

କେବେ ଯଦି କାହାର ଖରାପ ସମୟ ଆସେ ସେତେବେଳେ ସେ ଯେ କୌଣସି କାମ କରିବାକୁ ପଛାଇ ନଥାଏ । ସେହି କାମ କେତେ ଛୋଟିଆ ହେଉନା କାହିଁକି ଟଙ୍କା ପାଇଁ ସବୁ କରିବାକୁ ପଡିଥାଏ । ଏହି ଦୁନିଆରେ କୌଣସି ଲୋକର ଭାଗ୍ୟ ବଦଳିବାକୁ ବେଶୀ ସମୟ ଲାଗିନଥାଏ । ଭାଗ୍ୟ ଚକ୍ର ଧନୀକୁ ଗରିବ ଆଉ ଗରିବକୁ ଧନୀ କରି ଦେଇଥାଏ । ଆମେ ଆଜି ଏହିପରି ଗୋଟିଏ ଘଟଣା କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇପଡିବେ ।

ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଆପଣ ବୁଝିପାରିବେ; ବେଳେବେଳେ ଭାଗ୍ୟ କିପରି ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ପ୍ରକୃତରେ ଏହି ଘଟଣାଟି ଶିବପୁରୀ ବନ୍ଦରଵାସ ଗ୍ରାମର ଅଟେ । ଜଣାଇବାକୁ ଚାହୁଞ୍ଚୁ ଯେ, ଏହି ଗ୍ରାମରେ ଗୋଟିଏ ଝିଅ ରହୁଥିଲା, ଯାହାର ନାମ ଜୁଲି । ଅତୀତରେ ଜୁଲି ଏହି ଗ୍ରାମର ଜିଲ୍ଲା ଅଧକ୍ଷ ଥିଲା । କିନ୍ତୁ ଦିନେ ଭାଗ୍ୟ ଏପରି ଏକ ଖେଳ ଖେଳି ଥିଲା, ଯାହା ଫଳରେ ଜୁଲି ରାସ୍ତାର ଭିକାରି ପାଲଟି ଯାଇଥିଲେ । ଜୁଲିକୁ ଦିନେ ସମସ୍ତେ ମ୍ୟାଡେମ୍ ବୋଲି ଡାକୁଥିଲେ କିନ୍ତୁ ଆଜି ଡାକିବାକୁ କୁଣ୍ଠାବୋଧ କରୁଛନ୍ତି ।

ସିଧା ଅର୍ଥରେ କହିବାକୁ ଗଲେ, ଦିନେ ଜିଲ୍ଲା ଅଧ୍ୟକ୍ଷ ଥିବା ଝିଅଟି ଆଜି ଗ୍ରାମଲୋକଙ୍କ ପାଇଁ ଅଜଣା ଲୋକର ଜୀବନ ବିତାଉଛନ୍ତି । ବର୍ତ୍ତମାନ ନିଜ ପରିବାରର ଭରଣ ପୋଷଣ ପାଇଁ ରାମପୁରୀର ଲୁହରପୁରୀ ଗ୍ରାମରେ ପରିଶ୍ରମିକ ବୃତ୍ତି କରିବାକୁ ପଡୁଛି । କହୁବାକୁ ଚାହୁଞ୍ଚୁ; ଆଜି ଜୁଲିର ଜୀବନ ଦରିଦ୍ର ସୀମାରେଖା ତଳକୁ ଚାଲିଆସିଛି । ଜୁଲିକୁ ଇନ୍ଦ୍ରିରା ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଛି ସତ କିନ୍ତୁ ଭ୍ରଷ୍ଟାଚାର ଯୋଗୁଁ ତାହା ମଧ୍ୟ ତାଙ୍କର ନିଜର ହୋଇପାରିଲା ନାହିଁ । ବର୍ତମାନ ଜୁଲି ପାଖରେ ରହିବା ପାଇଁ ଘର ଖଣ୍ଡିଏ ମଧ୍ୟ ନାହିଁ । ଜିଲ୍ଲା ପଞ୍ଚାୟତ ସଦସ୍ୟ ହେବା ପୂର୍ବରୁ ଜୁଲି ଦିନ ମଜୁରିଆ କାମ କରୁଥିଲା ।

ଜିଲ୍ଲା ପଞ୍ଚାଯତ ସଦସ୍ୟ ହେବାପରେ ଶିବପୁରୀର ପୂର୍ବତନ ବିଧାୟକ ବିରେନ୍ଦ୍ର ରଘୁବଂଶୀ ଜୁଲିକୁ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ କରିଥିଲେ । ଏହିପରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଲୋକେ ସମ୍ମାନ ଦେଇ ମ୍ୟାଡେମ୍ ମ୍ୟାଡେମ୍ ଡ଼ାକୁ ଥିଲେ, କିନ୍ତୁ ଆଜି ସେହି ମ୍ୟାଡେମ୍ ଙ୍କୁ ଛେଳି ମେଣ୍ଢା ଚରାଇବାକୁ ପଡୁଛି । କହିବାକୁ ଚାହୁଞ୍ଚୁ ଜୁଲିଙ୍କ ଘର ସରକାରୀ ଜମିରେ ତିଆରି ହୋଇଥିବାରୁ ଆଜି ସେହି ଘରେ ରହିବା ସମ୍ଭବ ନୁହେଁ । ଜୁଲିଙ୍କ କହିବା ଅନୁସାରେ ସରକାରୀ ବାସଗୃହ ଯୋଜନାରେ ଟଙ୍କା ଜୁଲିଙ୍କ ନାମରେ ଆସିଛି କିନ୍ତୁ ଏବେ ପର୍ଯ୍ୟନ୍ତ ଜୁଲିଙ୍କୁ ସେହି ଟଙ୍କା ମିଳି ପାରିନାହିଁ । ଏହି କାରଣ ପାଇଁ ଜୁଲିଙ୍କ ଘର ହୋଇପାରି ନାହିଁ ।

ଆଜିକାଲି ସେ ୪୦ଟି ଛେଳି ଚରାଇ ନିଜର ପରିବାର ଚଳାଉଛନ୍ତି । ଯେବେ ଛେଳି ମିଳିନଥାଏ, ତେବେ ଜୁଲି ମଜୁରି କରନ୍ତି । ଯେତେବେଳେ ଜୁଲିଙ୍କୁ କୌଣସି କାମ ମିଳେ ନାହିଁ, ପରିବାର ପେଟ ପୋଷିବା ପାଇଁ ଜୁଲିଙ୍କୁ ଗୁଜୁରାଟ ମଧ୍ୟ ଯିବାକୁ ପଡିଥାଏ । ଜୁଲି ଏହା ମଧ୍ୟ କହିଛନ୍ତି, ଯେଉଁ ଲୋକମାନେ ଦିନେ ତାଙ୍କୁ ବଡ଼ ସ୍ଥାନ ଦେଇଥିଲେ; ସେହିମାନେ ଆଜି ଜୁଲିଙ୍କୁ ଚିହ୍ନି ପାରୁନାହାନ୍ତି । ବର୍ତ୍ତମାନ ରହିବା ପାଇଁ ଯେଉଁ ଘର ଦିଆଯାଇଛି, ମଣିଷ ରହିବା ଦୁରେ ଥାଉ ପଶୁ ମଧ୍ୟ ସେହି ଘରେ ରହିପାରିବ ନାହିଁ ।