ପୁଣି ଥରେ ସୋସିଆଲ ମିଡ଼ିଆରେ ୟୁଜର୍ସ କଲେ ଅଜୟ ଦେବଗନଙ୍କ ଝିଅକୁ କଲେ ଟ୍ରୋଲ । କହିଲେ – ଲାଗୁଛି କେହି ଏହାକୁ….

Spread the love

ସବୁଦିନ କଳାକାର ମାନେ ନିଜର ଫେନ୍ସ ମାନଙ୍କ ପାଇଁ ଫୋଟୋ ଏବଂ ଭିଡ଼ିଓ ସେୟାର କରନ୍ତି । କିନ୍ତୁ ଦର୍ଶକ କେବେ କଣ ପ୍ରତିକ୍ରିୟା ପ୍ରକାଶ କରନ୍ତି ଏହି କଥାର କିଛି ଜଣା ନ ଥାଏ । ନିଜର ଫୋଟୋ ଏବଂ ଭିଡ଼ିଓ ପାଇଁ କେବେ ତାଙ୍କୁ ବହୁତ ପ୍ରଶଂସା ମିଳିଥାଏ ତୋ କେବେ ସେମାନେ ଏପରି ଭାବରେ ଟ୍ରୋଲ ହୁଅନ୍ତି ଯେ, ଯାହାର ଉତ୍ତର ମଧ୍ୟ ନଥାଏ । ତେବେ ଛାଡ଼ନ୍ତୁ ସେ କଥା, କାହିଁକି ନା ଟ୍ରୋଲ କରିବା ଯେପରି ଗୋଟିଏ ସାଧାରଣ କଥା ପାଲଟି ଯାଇଛି । କେବେ କେବେ ଲୋକ ଏହି କଳାକାର ମାନଙ୍କୁ ବିନା କାରଣରେ ମଧ୍ୟ ଟ୍ରୋଲ କରିବାକୁ ଲାଗନ୍ତି । ବଲିଉଡର କେତେ ବଡ଼ ବଡ଼ କଳାକାର ମାନେ ଅଛନ୍ତି, ଯେଉଁମାନେ ଅଧିକାଂଶ ସମୟରେ ଟ୍ରୋଲିର ଶିକାର ହୁଅନ୍ତି ।

କିନ୍ତୁ ଆଜିକାଲି ଫ୍ୟାସନ ଷ୍ଟାର କିଡ୍ସ ମାନଙ୍କୁ ମଧ୍ୟ ଟ୍ରୋଲ କରିବା ଆରମ୍ଭ ହୋଇ ଯାଇଛି । ଏମିତିରେ କିଛି ଦିନ ତଳେ ହିଁ ପୁଣିଥରେ ଅଜୟ ଦେବଗନ ଏବଂ କାଜଲଙ୍କ ଝିଅ ନ୍ୟାସା ଦେବଗନଙ୍କୁ ସୋସିଆଲ ମିଡ଼ିଆ ୟୁଜର୍ସମାନେ ଟ୍ରୋଲ କରିଥିଲେ । ଆମେ ପୁଣିଥରେ ଏହା କହୁଛୁ, କାରଣ ଏହା ପୂର୍ବରୁ ମଧ୍ୟ ନ୍ୟାସା କେବେ ତାଙ୍କ ପୋଷାକ ପାଇଁ ତୋ ଆଉ କେବେ ତାଙ୍କ ଲୁକ୍ କୁ ନେଇ ମଧ୍ୟ ଟ୍ରୋଲ ହୋଇ ସାରିଛନ୍ତି । ଥରେ ସୋସିଆଲ ମିଡ଼ିଆ ୟୁଜର୍ସମାନେ ନ୍ୟାସାଙ୍କୁ ଏପରି ଭାବରେ ଟ୍ରୋଲ କଲେ ଯେ, ତାଙ୍କ ପିତା ଅଜୟ ଦେବଗନଙ୍କୁ ବହୁତ କ୍ରୋଧ ଆସିଥିଲା ଏବଂ ସେ ଟ୍ରୋଲର ମାନଙ୍କୁ ବହୁତ କିଛି କହିଥିଲେ । କିନ୍ତୁ ଯାହାକୁ ଟ୍ରୋଲ କରିବାର ଥାଏ, ସେ କାହା ବିଷୟରେ ମଧ୍ୟ ଚିନ୍ତା କରନ୍ତି ନାହିଁ ।

ରେଷ୍ଟୋରେଣ୍ଟ ବା ହୋଟେଲ ବାହାରେ ନଜର ଆସିଲେ ନ୍ୟାସା :

ଆପଣଙ୍କୁ ଜଣାଇ ଦେଉଛୁ ଯେ, କିଛି ଦିନ ତଳେ ହିଁ ନ୍ୟାସା ମୁମ୍ବାଇର ଗୋଟିଏ ରେଷ୍ଟୋରେଣ୍ଟ ବା ହୋଟେଲର ବାହାରେ ନଜର ଆସିଥିଲେ । ସେ ନିଜର କିଛି ବନ୍ଧୁମାନଙ୍କ ସହିତ ବାହାରକୁ ବୁଲିବା ପାଇଁ ଯାଇଥିଲେ । ଏହା ସମୟରେ ସେ ବର୍ଟଇକଲ ଷ୍ଟ୍ରାଇପ୍ସର ଗୋଟିଏ ଶର୍ଟ ଡ୍ରେସ ପିନ୍ଧିଥିଲେ । ଯେପରି ହିଁ ନ୍ୟାସା ରେଷ୍ଟୋରେଣ୍ଟରୁ ବାହାରକୁ ଆସିଲେ ମିଡ଼ିଆ ତାଙ୍କୁ ଘେରିଗଲେ ଏବଂ ତାଙ୍କର କିଛି ଫୋଟୋ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଗଲା । ଏହି ଫୋଟୋ ଗୁଡ଼ିକ ପାଇଁ ସୋସିଆଲ ମିଡ଼ିଆ ୟୁଜର୍ସ ନ୍ୟାସାକୁ ଟ୍ରୋଲ କରିବାକୁ ଆରମ୍ଭ କଲେ ।

ହୋଇଗଲେ ଟ୍ରୋଲିଂଗର ଶିକାର :

କିନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏଥର ସେ ନିଜର ଲୁକ୍ସ ଏବଂ ପୋଷାକ ପାଇଁ ଟ୍ରୋଲ ହୋଇ ନ ଥିଲେ । ଏହିଥର ଲୋକମାନେ ତାଙ୍କୁ ତାଙ୍କ ଏକ୍ସପ୍ରେସନ ବା ଅଭିବ୍ୟକ୍ତି ଦେଖି ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଯେତେବେଳେ ନ୍ୟାସା ତାଙ୍କ ସାଙ୍ଗମାନଙ୍କ ସହ ରେଷ୍ଟୋରେଣ୍ଟରୁ ବାହାରକୁ ଆସୁଥିଲେ, ତେବେ ବାହାରେ ପପରାଜି ଛିଡା ହୋଇଥିଲେ, ଯାହାଙ୍କୁ ଦେଖି ସେ ଟିକିଏ ବ୍ୟସ୍ତ ହୋଇଗଲେ ଏବଂ ତାଙ୍କର କିଛି ବ୍ୟସ୍ତ ବିବ୍ରତ ଚେହେରା କ୍ୟାମେରାରେ ଆବଦ୍ଧ ହୋଇଗଲା । କେବଳ ଏହି କାରଣରୁ ଲୋକେ ତାଙ୍କୁ ଟ୍ରୋଲ କରିବାକୁ ଲାଗିଲେ ।

ସିଙ୍ଗାପୁରରେ କରୁଛନ୍ତି ଶିକ୍ଷା :

ଯଦିଓ, କିଛି ଦିନ ପୂର୍ବରୁ ଯେବେ ନ୍ୟାସା ନିଜ ମାଆ କାଜଲଙ୍କ ସହିତ ଗୋଟିଏ ସେଲୁନ ବାହାରେ ନଜର ଆସିଥିଲେ, ତେବେ ଲୋକେ ତାଙ୍କର ପ୍ରସଂଶା କରିବାରେ ଲାଗିଥିଲେ । ଏହି ସମୟରେ କାଜଲ କଳା ରଙ୍ଗର ସୁଟ ଏବଂ ପିନ୍ଧିଥିଲେ ଏବଂ ନ୍ୟାସା ଧଳା ରଙ୍ଗର ଡ୍ରେସ ପିନ୍ଧି ଥିଲେ । ଜଣାଇ ଦେଉଛୁ ଯେ, କାଜଲ କଳା ରଙ୍ଗର ଜମ୍ପ ସୁଟ ପିନ୍ଧିଥିଲେ ଏବଂ ନ୍ୟାସା ଧଳା ରଙ୍ଗର ଟପ ଏବଂ ଶର୍ଟସ ପିନ୍ଧିଥିଲେ । ବ୍ଲାକ ଏବଂ ହ୍ଵାଇଟ ରଙ୍ଗର ଏହି ପୋଷାକରେ ମାଆ ଏବଂ ଝିଅଙ୍କ ଯୋଡ଼ି ବହୁତ ଷ୍ଟାଇଲିସ ଦେଖାଯାଥିଲେ । ବର୍ତ୍ତମାନ ନ୍ୟାସା ସିଙ୍ଗାପୁର ଠାରେ ରହି ନିଜର ଶିକ୍ଷା ଜାରି ରଖିଛନ୍ତି ଏବଂ କେବେ କେବେ ଛୁଟି କାଟିବା ପାଇଁ ନିଜ ପରିବାର ପାଖକୁ ମୁମ୍ବାଇ ଆସନ୍ତି ।