ପ୍ରକାଶ ପାଇଲା ଭାରତର ସର୍ବଶ୍ରେଷ୍ଠ ଧନୀ ତାଲିକା । ପୁଣିଥରେ ମୁକେଶ ଅମ୍ବାନୀ ଘୋଷିତ ହେଲେ ଦେଶର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ।

Spread the love

ମୁକେଶ ଅମ୍ବାନୀ ପୁଣିଥରେ ଘୋଷିତ ହେଲେ ଦେଶର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ! ଏତେ ମାତ୍ରାରେ ଧନ ସମ୍ପତ୍ତି ରହିଛି ଯେ ପୁରା ପାକିସ୍ତାନର ଖର୍ଚ୍ଚ ବହନ କରିପାରିବେ ।

ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହାନ୍ତି, ଯେଉଁଥି ପାଇଁ ସେମାନେ ଅନେକ ପ୍ରକାରର କାମ କରନ୍ତି କିନ୍ତୁ ନିଜ ଇଚ୍ଛା ଅନୁସାରେ ସମସ୍ତଙ୍କୁ ସଫଳତା ମିଳି ନ ଥାଏ । ତଥାପି ଧନ ସମ୍ପତିର ବିକାଶ କରିବା ପାଇଁ ସମସ୍ତେ ଚାହାନ୍ତି କିନ୍ତୁ ବେସରକାରୀ କାର୍ଯ୍ୟରେ ଅଧିକ ପରିଶ୍ରମ ଓ କମ ଦରମା ମିଳିଥାଏ । କିନ୍ତୁ ଯଦି କେହି ଯେତେବେଳେ ସଫଳ ହେବା ପାଇଁ ସ୍ଥିର କରି ନିଅନ୍ତି; ତେବେ ସେମାନଙ୍କୁ ଆଗକୁ ବଢ଼ିବାରେ କେହି ମଧ୍ୟ ଅଟକାଇ ପାରିବେ ନାହଁ । ଏମିତି ହିଁ କିଛି ବର୍ଷ ପୂର୍ବରୁ ସ୍ଵର୍ଗତ ଧିରୁଭାଇ ଅମ୍ବାନୀ କରିଥିଲେ ଏବଂ ତାଙ୍କ ବିଜନେସକୁ ତାଙ୍କ ସୁପୁତ୍ର ମୁକେଶ ଅମ୍ବାନୀ ବହୁତ ଆଗକୁ ବଢାଇଛନ୍ତି । ଏଥର ମଧ୍ୟ ୮ମ ବର୍ଷ ପାଇଁ ମୁକେଶ ଅମ୍ବାନୀ ଦେଶର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ରୂପେ ବିବେଚିତ ହେଲେ, ତାଙ୍କର ଏତେ ପରିମାଣରେ ଧନ ସମ୍ପତ୍ତି ଅଛି ଯେ, ସେ ନିଜେ ଏକ ଦେଶର ଖର୍ଚ୍ଚ ବହନ କରିପାରିବେ ।

ରିଲାଏନ୍ସର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଲଗାତାର ୮ମ ଥର ଭାରତର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ରୂପେ ବିବେଚିତ ହେଲେ । ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୩ ଲକ୍ଷ ୮୦ ହଜାର ୭୦୦ କୋଟି ଟଙ୍କା ବୋଲି କଳନା କରାଯାଇଛି । IIFL Wealth Hurun India Rich ତାଲିକା ଅନୁସାରେ ଲଣ୍ଡନରେ ରହୁଥିବା ଏସପି ହିନ୍ଦୁଜା ଓ ତାଙ୍କ ପରିବାର ୧ ଲକ୍ଷ ୮୬ ହଜାର ୫୦୦ କୋଟି ଟଙ୍କା ସମ୍ପତ୍ତି ସହ ଭାରତର ଦ୍ଵିତୀୟ ଧନଶୀଳ ବ୍ୟକ୍ତି ରୂପେ ବିବେଚିତ ହେଲେ ଏବଂ ସେଠାରେ ତୃତୀୟ ସ୍ଥାନରେ ୧ ଲକ୍ଷ ୧୭ ହଜାର ୧୦୦ କୋଟି ଟଙ୍କାର ସମ୍ପତ୍ତି ସହ ବିପ୍ରୋର ଆଜିମ ପ୍ରେମୀ ମଧ୍ୟ ଭାରତୀୟ ଧନୀ ତାଲିକାରେ ରହିଲେ । ଖବର ଅନୁସାରେ ବିଗତ ବର୍ଷ ତୁଳନାରେ ଏହି ବର୍ଷ ୧ ହଜାର କୋଟିରୁ ଅଧିକ ଥିବା ଭାରତୀୟ ଧନଶୀଳ ବ୍ୟକ୍ତିଙ୍କ ସଂଖ୍ୟା ୮୩୧ରୁ ବୃଦ୍ଧି ପାଇ ୯୫୩ରେ ପହଞ୍ଚିଛି, ଯେତେବେଳେ କି ଆମେରିକାର ଡଲାର ମୂଲ୍ୟ ତୁଳନାରେ ଅରବିପତିଙ୍କ ସଂଖ୍ୟା ୧୪୧ରୁ ହ୍ରାସ ପାଇ ୧୩୮ରେ ପହଞ୍ଚିଯାଇଛି ।

ଖବରରେ ଏହା ମଧ୍ୟ କୁହାଯାଇଛି ଯେ, ଦେଶର ସର୍ବଶ୍ରେଷ୍ଠ ୨୫ ଜଣ ଧନଶୀଳ ବ୍ୟକ୍ତିଙ୍କ ମୋଟ ସମ୍ପତ୍ତି ଭାରତର ଜିଡିପିର ୧୦ ପ୍ରତିଶତ ସହ ସମାନ । ପୁଣି ୧ ହଜାର କୋଟିରୁ ଅଧିକ ସମ୍ପତ୍ତି ରଖିଥିବା ସମସ୍ତ ୯୫୩ ବ୍ୟକ୍ତିଙ୍କ ମୋଟ ସମ୍ପତ୍ତି ଦେଶର ୨୭% ଜିଡିପି ସହ ସମାନ । ଭାରତୀୟ ଧନଶୀଳ ବ୍ୟକ୍ତିଙ୍କ ତାଲିକାରେ ଲକ୍ଷ୍ମୀ ମିତ୍ତଲ ୧ ଲକ୍ଷ ୭ ହଜାର ୩୦୦ କୋଟି ଟଙ୍କାର ସମ୍ପତ୍ତି ସହ ଚତୁର୍ଥ ସ୍ଥାନରେ ରହିଛନ୍ତି ଏବଂ ୯୪ ହଜାର ୧୦୦ କୋଟି ଟଙ୍କାର ମାଲିକ ସହ ଉଦୟ କୋଠକେ ଷଷ୍ଠ ସ୍ଥାନରେ, ସାଇରସ ପୁନାବାଲା ୮୮ ହଜାର ୮୦୦ କୋଟି ଟଙ୍କା ସହ ସପ୍ତମ ସ୍ଥାନରେ ଅଛନ୍ତି । ସାଇରସ ପଲ୍ଲୋନଜି ମିସ୍ତ୍ରୀ ୭୬ ହଜାର ୮୦୦ କୋଟି ଟଙ୍କା ସହ ଅଷ୍ଟମ ସ୍ଥାନରେ, ଶାପୋରଜି ପଲ୍ଲୋନଜି ୭୬ ହଜାର ୮୦୦ କୋଟି ଟଙ୍କା ସହ ନବମ ଓ ୭୧ ହଜାର ୫୦୦ କୋଟି ଟଙ୍କା ସହ ଦିଲୀପ ସାଙ୍ଘବି ଦଶମ ସ୍ଥାନ ତାଲିକାରେ ଅଛନ୍ତି ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରିବା ସଙ୍ଗେ ସଙ୍ଗେ ନିଜ ମତାମତ ମଧ୍ୟ କମେଣ୍ଟ ଜରିଆରେ ପ୍ରଦାନ କରନ୍ତୁ । ନିଜ ବନ୍ଧୁ ଓ ପରିବାର ମଧ୍ୟରେ ସେୟାର କରି ଅନ୍ୟଙ୍କୁ ଜାଣନ୍ତୁ । ଧନ୍ୟବାଦ !

ସୌଜନ୍ୟ : https://www.newstrend.news