ପୁଣି ଥରେ ସଲମାନ ଖାନ୍ ଙ୍କ କଷ୍ଟ ବଢି ଯାଇଛି । ମୁମ୍ବାଇରେ ସଲମାନଙ୍କ ବିରୁଦ୍ଧରେ କେଶ ଦାଏର ହୋଇଛି ।

Spread the love

ମୁମ୍ବାଇରେ ଜଣେ ବ୍ୟକ୍ତିଙ୍କ ଠାରୁ ସଲମାନ ମୋବାଇଲ ଛଡାଇ ନେଇଛନ୍ତି । ପୋଲିସରେ କେସ୍ ରଜ୍ଜୁ ହୋଇଛି ।

ସଲମାନ ଖାନ୍ ଏବଂ ବିବାଦ ଦୁହେଁ ପରସ୍ପର ବନ୍ଧୁ ଅଟନ୍ତି । ନିଜ ଚଳଚିତ୍ର ସହ ବିବାଦକୁ ନେଇ ସଲମାନ୍ ଚର୍ଚ୍ଚାରେ ରୁହନ୍ତି । ବର୍ତ୍ତମାନ ସଲମାନ ନିଜରର ଚଳଚିତ୍ର ଭାରତ ଏବଂ ସଞ୍ଜୟ ଲୀଳା ଭଂଶାଳୀଙ୍କ ଇଂନସାଆଲ୍ଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ସେ ପୁଣି ଥରେ ଚର୍ଚ୍ଚାର ଆସିଛନ୍ତି । ନିଜ ଚଳଚିତ୍ରକୁ ନେଇ ନୁହେଁ ଏକ ବିବାଦକୁ ନେଇ ଚର୍ଚାରେ ଅଛନ୍ତି । ସଲମାନଙ୍କ ବିରୁଦ୍ଧରେ ମୁମ୍ବାଇରେ ଏକ କେସ୍ ଦୟାର ହୋଇଛି ଯେଉଁଥିରେ ସଲମାନଙ୍କ ଉପରେ ଆରୋପ ଲାଗିଛି ଯେ, ସେ ଜଣେ ବ୍ୟକ୍ତିର ମୋବାଇଲ ଛଡାଇ ନେଇଛନ୍ତି । ଆସନ୍ତୁ ଜାଣିବେ ପୁରା ଘଟଣା କଣ ଅଟେ ।

ସୂଚନା ଅନୁସାରେ ସଲମାନ ମୁମ୍ବାଇର ଜଣେ ବ୍ୟକ୍ତିର ମୋବାଇଲ ଛାଡ଼ିବା ଆରୋପରେ କେସ୍ ଦାଏର ହୋଇଛି । ଏହି ଆରୋପ ପରେ ସଲମାନଙ୍କ ଅଙ୍ଗରକ୍ଷକ ମୁମ୍ବାଇ ପୋଲିସ ପାଖରେ କ୍ରାନ୍ସ ଏପ୍ଲିକେସନ ଦାଏର କରିଛନ୍ତି । ଯେଉଁଥିରେ ଲେଖା ହୋଇଛି, ଏହି ବ୍ୟକ୍ତି ସଲମାନଙ୍କ ବିନା ଅନୁମତିରେ ତାଙ୍କର ପିଛା କରୁଥିଲା । ଏହା ସହ ଏହି ବ୍ୟକ୍ତି ସଲମାନଙ୍କ ଭିଡ଼ିଓ ମଧ୍ୟ ବନାଉଥିଲା । ପୀଡିତ ବ୍ୟକ୍ତି ସଲମାନଙ୍କ ବିରୁଦ୍ଧରେ ଲିଖିତ ଆକାରରେ କେସ୍ ଦେଇ କହିଛିନ୍ତି, ହୋଇଥାଇ ପାରେ ସଲମାନ ସେଲିବ୍ରେଟି ହୋଇପାରନ୍ତି କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ସେ କାହାର ମଧ୍ୟ ଗାଡ଼ିରେ ହାତ ପୁରାଇ ମୋବାଇଲ କାଢି ନେବେ ।

ବ୍ୟକ୍ତି ଜଣଙ୍କ ଏହି ମାମଲାର ଉଚିତ୍ ନ୍ୟାୟ ପାଇଁ ବରାଦ କରିଛନ୍ତି । ଘଟଣାଟି ଏହି ପ୍ରକାରର ଅଟେ ଗୁରୁବାର ଦିନ ସକାଳେ ଜୁହୁର କାନ୍ଦିବାଲି ଆଡକୁ ସଲମାନ ଯାଉଥିଲେ । ବ୍ୟକ୍ତି ଜଣକ ସଲମାନଙ୍କୁ ସାଇକେଲରେ ଯିବାର ଦେଖି ଆତ୍ମବିଭୋର ହୋଇପଡି ସଲମାନଙ୍କ ଭିଡ଼ିଓ ତିଆରି କରିବାରେ ଲାଗିଲା । ଏହି କଥାରେ ସଲମାନ ରାଗି ଯାଇଥିଲେ । ସେ ବ୍ୟକ୍ତିଟିର ମୋବାଇଲ ନେଇ ନିଜ ଅଙ୍ଗରକ୍ଷକକୁ ଦେଇଥିଲେ । କିନ୍ତୁ ପରେ ଅଙ୍ଗରକ୍ଷକ, ବ୍ୟକ୍ତିଙ୍କୁ ମୋବାଇଲ ଫେରାଇ ଦେଇଥିଲେ । କିନ୍ତୁ ବ୍ୟକ୍ତି ଜଣକ ପୋଲିସରେ କେଶ ଦେଇଥିଲେ । ବର୍ତ୍ତମାନ ଦେଖିବାକୁ ବାକି ଅଛି ଏହି ଘଟଣାରେ ଆଗକୁ କଣ ସବୁ ଘଟିବ ?

ଆଜିକାଲି ସଲମାନ ନିଜ ଚଳଚିତ୍ର “ଭାରତ”କୁ ନେଇ ବ୍ୟସ୍ତ ରହୁଛନ୍ତି । ଭାରତ ସହ “ଦବଙ୍ଗ-୩” ମଧ୍ୟ ରିଲିଜ ହୋଇପାରେ । ସଲମାନ ନିଜ ଚଳଚିତ୍ର ଭାରତର ପ୍ରମୋସନ ସୋସିଆଲ ମିଡ଼ିଆ ମାଧ୍ୟମରେ କରୁଛନ୍ତି । ଏହି ଚଳଚିତ୍ରରେ ସଲମାନଙ୍କ ସହ କ୍ୟାଟ୍ରିନା କ୍ୟାଫ୍, ଦିଶା ପଠାନି, ସୁନୀଲ ଗ୍ରୋବର, ତବୁ ମଧ୍ୟ ଦେଖିବା ପାଇଁ ମିଳିବେ । ଏହି ଚଳଚିତ୍ର ଏହି ବର୍ଷ ଇଦରେ ରିଲିଜ ହେବ ।