ମଙ୍ଗଳବାର ଦିନ କରନ୍ତୁ କଳା ଦଉଡ଼ି ଏହି ଉପାୟ, ଧନଲାଭ ହେବା ସଙ୍ଗେ ସଙ୍ଗେ ହନୁମାନଙ୍କର ଆଶୀର୍ବାଦ ମଧ୍ୟ ମିଳିବ….

Spread the love

ଦେଖାଯାଏ ଯେ ବ୍ୟକ୍ତି ତାଙ୍କ ଜୀବନର ସମସ୍ୟା ଦୂର କରିବା ପାଇଁ ବଡ଼ ବଡ଼ ଉପାୟମନ ଆପଣାଇ ଥାଏ ହେଲେ ଛୋଟ ଛୋଟ ଉପାୟ ପ୍ରତି ଜମା ଧ୍ୟାନ ଦିଅନ୍ତି ନାହିଁ । ଏହି ଛୋଟ ଉପାୟ ଏତେ ପରିମାଣରେ ସିଦ୍ଧ ହୋଇଥାଏ ଯେ, ବ୍ୟକ୍ତିର ସମସ୍ତ କଷ୍ଟ ଦୂର କରିବାର କ୍ଷମତା ରହିଥାଏ । ହିନ୍ଦୁଧର୍ମରେ ବହୁତ ଧାର୍ମିକ ବିଷୟ ପ୍ରଚଳିତ ଅଛି, ସେଥି ମଧ୍ୟରୁ କଳା ଦଉଡ଼ି ପିନ୍ଧିବା ଏକ ପୁରୁଣା ପରମ୍ପରା ଏମିତି ଯଦି ଦେଖିବା କଳା ଦଉଡିକୁ ନଜର (ନକରାତ୍ମକ ଦୃଷ୍ଟି)ରୁ ରକ୍ଷା ପାଇବା ପାଇଁ ବ୍ୟବହାର କରାଯାଏ ।

ଏମିତି କୁହାଯାଏ କି କଳା ଦଉଡ଼ି ପିନ୍ଧିଲେ କାହାର ନକରାତ୍ମକ ଦୃଷ୍ଟି ପଡେ ନାହିଁ । ଏହାକୁ ହାତ, ଗୋଡ଼, ବେକ ଓ ଅଣ୍ଟାରେ ବନ୍ଧାଯାଏ । ଛୋଟ ପିଲା ଜନ୍ମ ହେଲେ ତା ଅଣ୍ଟାରେ କଳା ଦଉଡ଼ି ବନ୍ଧାଯାଏ । ହିନ୍ଦୁ ଧର୍ମର ପରମ୍ପରା ଓ ବୈଜ୍ଞାନିକ ଦୃଷ୍ଟି କୋଣରୁ କଳା ଦଉଡି ପିନ୍ଧିବା ବହୁତ ଶୁଭ ଅଟେ । ଯଦି କଳାଦଉଡି ଶରୀରରେ ଧାରଣ କରନ୍ତି; ତେବେ ଶରୀରକୁ ଉର୍ଜ୍ଜା ମିଳିଥାଏ ।

ଆପଣ ମାନଙ୍କ ମଧ୍ୟରୁ ଏମିତି ଅନେକ ଥିବେ ଯେଉଁମାନେ କଳା ଦଉଡି ଧାରଣ କରିଥିବେ । ଆପଣମାନେ ଖରାପ ନକରାତ୍ମକ ଦୃଷ୍ଟି (ନଜର)ରୁ ରକ୍ଷା ପାଇବା ପାଇଁ ଏହା ବ୍ୟବହାର କରୁଥିବେ । ଭାରତୀୟମାନେ ଅତୀତରୁ ହି ଖରାପ ନକରାତ୍ମକ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ କଳା ରଙ୍ଗର ଜିନିଷ ବ୍ୟବହାର କରନ୍ତି । କଳା ଦଉଡି ଓ କଳା ଟୀକା ୨ଟି ଯାକ ନକରାତ୍ମକ ଦୃଷ୍ଟିରୁ ରକ୍ଷା କରିଥାଏ । କଳା ଦଉଡି ଧାରଣ କଲେ ସମ୍ନାରେ ଠିଆ ହୋଇଥିବ ବ୍ୟକ୍ତିର ଖରାପ ନଜର ଓ ଦୃଷ୍ଟିର ଏକାଗ୍ରତା ଭଙ୍ଗ ହୋଇଯାଏ; ଯାହା ଦ୍ୱାରା ନକରାତ୍ମକ ଦୃଷ୍ଟି ଶକ୍ତି ଆମର କିଛି ନଷ୍ଟ କରିପାରେ ନାହିଁ ।

କଳା ଦୌଡିର ଗୋଟିଏ ନୁହେଁ ବରଂ ବହୁତ ଉପକାରିତ ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହା କରିବା ଦ୍ୱାରା ଆପଣ ଆପଣଙ୍କ ଭାଗ୍ୟ ବଦଳାଇ ପାରିବେ । ଯଦି ଆପଣ କଳା ଦଉଡ଼ିର ଏହି ଉପାୟ ଆପଣାନ୍ତି ତେବେ ଯଥାଶୀଘ୍ର ଧନୀ ହୋଇଯିବେ ।

କଳା ଦୌଡିର ଉପାୟ :

ଯଦି ଆପଣଙ୍କୁ କଳା ଦଉଡି ଏହି ଉପାୟ କରିବାର ଅଛି; ତେବେ ବଜାରରୁ ରେଶମ କିମ୍ବା କଳା ସୁତାର ଦଉଡ଼ି କିଣି ଆଣନ୍ତୁ । ମଙ୍ଗଳବାର କିମ୍ବା ଶନିବାର ଦିନ ନିକଟର ହନୁମାନ ମନ୍ଦିରକୁ ନେଇ ଦଉଡ଼ିରେ ଛୋଟ ଛୋଟ ଗଣ୍ଠି ଦେଇ ତାଙ୍କ ଚରଣର ସିନ୍ଦୁର ଲଗାଇ ଦେଲେ ଦଉଡ଼ିଟି ଶୁଦ୍ଧି ହୋଇଯିବ । ଏହାପରେ ଏହି ଦଉଡ଼ିଟିକୁ ଆପଣ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ ।

ଯଦି ଆପଣ ଏହି ଉପାୟ କରନ୍ତି; ତାହା ହେଲେ ଧନ ସମ୍ବନ୍ଧୀୟ ଅସୁବିଧା ଆପଣଙ୍କ ପରିବାରରେ କେବେ ଦେଖାଯିବ ନାହିଁ । ସବୁବେଳେ ଆପଣଙ୍କ ଘରେ ପଇସା ଭରପୁର ରହିବ । କେବଳ ଏତିକି ନୁହେଁ ଏହା ଦ୍ଵାରା ଆପଣଙ୍କ ପରିବାରରେ ଖୁସି ଆସିବ ଏବଂ ନକରାତ୍ମକ ଦୃଷ୍ଟିର ପ୍ରଭାବ ପଢିବ ନାହିଁ । ଆପଣଙ୍କ ପରିବାର ଉପରେ ହନୁମାନଙ୍କର ଆଶିର୍ବାଦ ରହିବ ।