:IPLରେ ମୁମ୍ବାଇ ଇଣ୍ଡିଆନର ବିଜୟ ପରେ KRK ମୁକେଶ ଅମ୍ବାନୀଙ୍କ ଉପରେ ଆରୋପ ଲଗାଇ କହିଛନ୍ତି : ଟଙ୍କା ମାଧ୍ୟମରେ ସବୁ କିଛି ସମ୍ଭବ ।

Spread the love

IPLରେ ମୁମ୍ବାଇ ଇଣ୍ଡିଆନର ବିଜୟ ପରେ KRK କେକେଆର ମୁକେଶ ଅମ୍ବାନୀଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛି ।

KRK ଓରଫ୍ କମାଲ ରସିଦ ଖାନ୍ ସର୍ବଦା ନିଜର ଓଲଟାସିଧା ଏବଂ ବିବାଦୀୟ ବୟାନ ପାଇଁ ଜଣା ଶୁଣା ଅଟନ୍ତି । ଖାସ କରି ନିଜର ଟୁଇଟର୍ ଆକାଉଣ୍ଟରେ ଏହିପରି ଟୁଇଟ୍ କରିଥାନ୍ତି; ଯାହା ମିଡ଼ିଆ ପାଇଁ ଚର୍ଚ୍ଚାର ବିଷୟ ପାଲଟି ଯାଇଥାଏ । ତାଙ୍କ ଦ୍ୱାରା କରାଯାଇଥିବା ଟୁଇଟ୍ କୁ ନେଇ ଲୋକେ ନିଜର ବିରୋଧ ପ୍ରକାଶ କରିଛନ୍ତି ।ଏକଦା ନିଜର ଏହି କାର୍ଯ୍ୟକଳାପ ପାଇଁ ତାଙ୍କର ଟୁଇଟର୍ ଆକାଉଣ୍ଟ ସସପେଣ୍ଡ ହୋଇ ଯାଇଥିଲା । କିନ୍ତୁ ସେ ନିଜର ଏହି କାର୍ଯ୍ୟକଳାପରୁ ବିରତି ନେଇ ନାହାନ୍ତି ।ଦେଶରେ ଯେକୌଣସି ବିଷୟ ହେଲେ ମଧ୍ୟ ସେ ନିଜର ମୁହଁ ଖୋଲିଥାନ୍ତି । ନିଜର ଟୁଇଟ୍ ଜରିଆରେ ଦେଶର ସବୁଠୁ ଧନୀ ବ୍ୟକ୍ତି ଏବଂ ରିଲାଏନ୍ସ ଇଣ୍ଡରଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କୁ ଟାର୍ଗେଟ କରିଛନ୍ତି । ମୁକେଶ ଅମ୍ବାନୀ ମୁମ୍ବାଇ ଇଣ୍ଡିଆନର ମାଲିକ ଅଟନ୍ତି । ଏହି ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ IPLର 12ତମ ସଂସ୍କରଣ ଜିତି ନେଇଛି ।ଏହି ପରିପ୍ରେକ୍ଷୀରେ କମାଲ ରସିଦ ଖାନ୍ ଦଳର ବିଜୟ ପରେ ପ୍ରଶ୍ନ ଉଠାଇ ମୁକେଶ ଅମ୍ବାନୀଙ୍କ ଫିରକି ନେଇଛନ୍ତି । ଆସନ୍ତୁ ବିସ୍ତାରରେ ଜାଣିବେ ଘଟଣା କଣ ହୋଇଛି ।

ଆପଣମାନେ ଜାଣିଛନ୍ତି IPL ସିଜନ 12 ଫାଇନାଲରେ ଚେନ୍ନାଇ ଏବଂ ମୁମ୍ବାଇ ମଧ୍ୟରେ ଖେଳା ଯାଇଥିଲା । ଏଥିରେ MI ଶେଷ ଓଭରରେ CSK ବିରୁଦ୍ଧରେ 1 ରନରେ ବିଜୟ ଲାଭ କରିଛି । ମୁମ୍ବାଇ ଇଣ୍ଡିଆନ୍ସ IPLରେ ଚତୁର୍ଥ ଥର ଫାଇନାଲରେ ବିଜୟ ଲାଭ କରିଛି । ଏହି ମ୍ୟାଚରେ କିଛି ଏପରି ୱିକେଟ ପଡିଛି; ଯାହା ଫଳରେ ଟୁଇଟରରେ ଅନେକ ପ୍ରତିକ୍ରିୟା ମିଳିଛି । ଏହି ପରିପ୍ରେକ୍ଷୀରେ KRK ଟୁଇଟ୍ କରିଛନ୍ତି, ଯାହା ଏହି ପ୍ରକାରର ଅଟେ ।

ଧୋନୀ, ରେନା, ରାଇଡୁ ଜାଣିଶୁଣି ଆଉଟ୍ ହୋଇଛନ୍ତି ଏବଂ ଅନ୍ତିମ ଓଭରରେ ବିନା କୌଣସି କାରଣରେ ୱାଟସାନ୍ ନିଜର ୱିକେଟ୍ ହରାଇଥିଲେ । ଏହା ଏହି କଥାର ପ୍ରମାଣ ଅଟେ ଅମ୍ବାନୀ, ଭାରତରେ କିଛି ମଧ୍ୟ କରିପାରେ ଏବଂ ଟଙ୍କା ଦୁନିଆରେ କିଛି ମଧ୍ୟ କରାଇପାରେ ।

କମାଲ ଖାନ୍ ଏହି ଟୁଇଟରେ ଚୁପ ରହି ନଥିଲେ । କିଛି ସମୟ ପରେ ଅନ୍ୟ ଗୋଟିଏ ଟୁଇଟ୍ କରି ଲେଖିଛନ୍ତି କିଛି ମଧ୍ୟ ହେଇଥାଇ ପାରେ ! “ଯିଏ ମଧ୍ୟ ଜିତି ଥାଉ ନା କାହିଁକି ଏହି IPL ସୁପର୍ ଡୁପର୍ ହିଟ୍ ହୋଇଛି । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ମନୋରଞ୍ଜନ ଫାଇନାଲ ମ୍ୟାଚ ଥିଲା । ମୁମ୍ବାଇ ଇଣ୍ଡିଆନ୍ସକୁ IPL ସଂସ୍କରଣ 12 ଜିତିବାର ବିଶେଷ ଶୁଭେଚ୍ଛା ।”

IPL ସଂସ୍କରଣ 12ର ଫାଇନାଲ ମ୍ୟାଚ ହାଇଦ୍ରାବାଦରେ ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା । ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସ 8 ୱିକେଟ୍ ବିନିମୟରେ 149 ରନ୍ ସ୍କୋର କରିଥିଲା । ଏହାପରେ ଚେନ୍ନାଇ ଏହି ରନ୍ ର ପିଛା କରି ଭଲ ପ୍ରଦର୍ଶନ ଜାରି ରଖିଥିଲା । ଶେଷ ଓଭରର ଶେଷ ବଲରେ ମାତ୍ର ଏକ ରନ କରିନପାରିବା କାରଣରୁ CSK ହାରି ଯାଇଥିଲା । CSKକୁ ଜିତିବା ପାଇଁ ଶେଷ ଓଭରରେ 9 ରନର ଆବଶ୍ୟକତା ରହିଥିଲା । ଏହି ସମୟରେ MIର କ୍ୟାପଟେନ୍ ରୋହିତ ଶର୍ମା ଲସିଥ ମାଲିଙ୍ଗାଙ୍କୁ ବୋଲିଂ କରିବା ପାଇଁ କହିଥିଲେ । ମୁମ୍ବାଇକୁ ନିରାଶ ନକରି ମାଲିଙ୍ଗା ବିଜୟର ଶ୍ରେୟ ଦେଇଥିଲେ । ପ୍ରଥମ 5ଟି ବଲରେ CSK 7 ରନ୍ କରି ନେଇଥିଲା । ଶେଷ ବଲରେ CSKକୁ 2 ରନର ଆବଶ୍ୟକ ରହିଥିଲା । ମାଲିଙ୍ଗା ଶେଷ ବଲରେ ସାରଦୁଲ୍ ଠାକୁରଙ୍କୁ LBW ଆଉଟ୍ କରି MIକୁ ବିଜୟର ମୁକୁଟ ପିନ୍ଧାଇଥିଲେ ।