ଜିଭ ଉପରେ ଜମୁଥିବା ଧଳା ପରଦ ଗମ୍ଭୀର ରୋଗର ଲକ୍ଷଣ ଅଟେ ।

Spread the love

ସକାଳୁ ନିଜ ଦିନଚାର୍ଯ୍ୟା ଆରମ୍ଭ କରିବା ପୂର୍ବରୁ ସର୍ଵ ପ୍ରଥମେ ଆପଣ ଭଲ ରୂପେ ନିଜ ଦାନ୍ତ ସଫା କରିଥାନ୍ତି । ନିଜ ଦାନ୍ତକୁ ଚମକେଇବା ସହ ଆପଣ ନିଜ ଜିଭର ଯତ୍ନ ନେବା ଭୁଲିଯାନ୍ତି । ଯଦି ଦାନ୍ତକୁ ଚମକେଇବା ସହ ଜିଭ ଉପରେ ମଧ୍ୟ ଧ୍ୟାନ ଦେବେ, ତେବେ ଆପଣଙ୍କୁ କିଛି ଜିନିଷ ଜଣା ପଡିବ । ଆପଣଙ୍କ ଜିଭର ରଙ୍ଗ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ କିଛି ଜଣାଇଥାଏ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କଥା ନାହିଁ ।

ଯଦି ଜିଭ ସ୍ୱାଦ ଆମକୁ ଜଣାଇଥାଏ, ତେବେ ଏହା ଆମ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ଜଣାଇଥାଏ । ପ୍ରାୟତଃ ଆପଣ ଦେଖିଥିବେ ଯଦି କୌଣସି ରୋଗର ଚିକିତ୍ସା ପାଇଁ ଯାଇଥିବେ; ତେବେ ଡାକ୍ତର ଆପଣଙ୍କ ଜିଭ ନିଶ୍ଚିନ୍ତ ଦେଖିଥାନ୍ତି । ଏହା ଏଥିପାଇଁ କରାଯାଇ ଥାଏ, କାରଣ ଆମ ଜିଭର ରଙ୍ଗ ଦେଖି ଆମ ସ୍ୱାସ୍ଥ୍ୟ ବିଷୟରେ ଅନେକ କିଛି କୁହା ଯାଇପାରେ ।

ଧଳା ଛାଲି କିମ୍ବା ଲାଲ ଘାଆ :

ଯଦି ଆପଣଙ୍କ ଜିଭରେ ଧଳା କିମ୍ବା ଲାଲ ରଙ୍ଗର ଛୋଟ ଛୋଟ ଦାନା ହୋଇଯାଇଥାଏ; ତେବେ ଆପଣଙ୍କୁ ପେଟ ସମ୍ଭନ୍ଧୀୟ କୌଣସି ଅସୁବିଧା ହୋଇଥାଇ ପାରେ । ଜିଭ ସିଧାସଳଖ ଆମ ପାଚନ ଶକ୍ତି ଉପରେ ପ୍ରଭାବ ପକାଇଥାଏ । ବେଳେବେଳେ ଏହି ପ୍ରକାରର ଘାଆ ହାର୍ପିଜ ରୋଗର ଲକ୍ଷଣ ହୋଇପାରେ । ଯଦି ଏକ ସପ୍ତାହ ମଧ୍ୟରେ ଏଗୁଡିକ ଆପେ ଆପେ ଠିକ ନ ହୁଏ, ତେବେ ଡାକ୍ଟରଙ୍କ ସହ ପରାମର୍ଶ କରିବା ଉଚିତ୍ ।

ଧଳା ପରସ୍ତ ଆସିଯିବା :

ବେଳେବେଳେ ଆପଣ ଧ୍ୟାନ ଦେଇଥିବେ ଜିଭରେ ଧଳା ରଙ୍ଗର ଏକ ପରସ୍ତ ଜମା ହୋଇଥାଏ । ଏହା ଏକ ସାଧସରଣ କଥା ଅଟେ । ଏହା ଜିଭ ସୁସ୍ଥ ହେବାର ଲକ୍ଷଣ ଅଟେ । କହିବା ପାଇଁ ଚାହୁଁଛୁ; ଏହା ଏକ ପ୍ରକାରର ଫଫୁଦି ହୋଇଥାଏ ଯାହାକୁ କୌଣ୍ଡିଡା (Candida) କୁହାଯାଏ ଏବଂ ଏହା ହେବା ଦ୍ୱାରା ଜିଭରେ କୌଣସି କ୍ଷତି ହୋଇନଥାଏ କିନ୍ତୁ ଏହି ରଙ୍ଗ ହାଲ୍କା ହଳଦିଆ ହୋଇଯାଏ । ଏହି ପରସ୍ତ ସାମାନ୍ୟ ମୋଟା ହୋଇଯାଇଥାଏ, ତେବେ ଏହା ଇଷ୍ଟ ଇଂଫେକ୍ସନର ଲକ୍ଷଣ ଅଟେ ଏବଂ ଏହା ଆପଣଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।

ଲାଲ ରଙ୍ଗର ଛାଲି ପଡିଯିବା :

ବେଳେବେଳେ ଜିଭ ଉପରେ କିମ୍ବା ଜିଭ ତଳେ ଲାଲ ରଙ୍ଗର ଛାଲି ଚାଲି ଆସିଥାଏ ଯାହା କର୍କଟର ଲକ୍ଷଣ ଅଟେ । ଏହି ଛାଲି ଦୁଇ ସପ୍ତାହ ମଧ୍ୟରେ ଆପେ ଆପେ ଠିକ ହୋଇ ଯାଇଥାଏ କିନ୍ତୁ ବେଳେବେଳେ ଏହା ଦୁଇ ମାସ ପର୍ଯ୍ୟନ୍ତ ମଧ୍ୟ ଯାଇନଥାଏ । ସେହି କ୍ଷେତ୍ରରେ ଆପଣଙ୍କୁ ଯଥା ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ । ବେଳେବେଳେ ଆପଣଙ୍କୁ ଏହା ହେବା ଫଳରେ କଷ୍ଟ ଅନୁଭଵ ହୋଇନଥାଏ କିନ୍ତୁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ସର୍ବଦା କର୍କଟ ପରି ରୋଗ ପ୍ରାରମ୍ଭିକ ସ୍ତରରେ ଅସୁବିଧା ଦେଇ ନ ପାରେ କିନ୍ତୁ ଏଥିରୁ ନିବୃତ ରହିବା ପାଇଁ ଚେଷ୍ଟା କରନ୍ତୁ ।

ଜିଭରେ ଭୁରି କିମ୍ବା କଳା ଦାଗ ହୋଇଯିବା :

ଜିଭରେ ଏହି ପ୍ରକାରର ଦାଗ ଆସିଲେ ଦେଖିବା ପାଇଁ ଭଲ ଲାଗି ନପାରେ କିନ୍ତୁ ଏହା କୌଣସି ଗମ୍ଭୀର ରୋଗର ସଂକେତ ନୁହେଁ ବୋଲି ଡାକ୍ତର ମାନେ କହିଛନ୍ତି ।ଜିଭରେ ଅନେକ ଖଲଢ଼ିପ ରହିଛି ଯାହାକୁ ପୌପିଲା କୁହାଯାଏ । ସାଧାରଣତଃ ଏହା ଖାଦ୍ୟ ଖାଇବା ବେଳେ କିମ୍ବା ପାଣି ପିଇବା ସମୟରେ ଭାଙ୍ଗି ଥାଏ । ତେଣୁ ଆମକୁ ଜଣା ପଡିନଥାଏ କିନ୍ତୁ ବେଳେବେଳେ ଏପରି ହୋଇଥାଏ ବ୍ୟକ୍ତିର ବୟସ ହୋଇଯିବା କାରଣରୁ କିମ୍ବା ବ୍ୟକ୍ତିର ଜିଭରେ ବ୍ୟାକ୍ଟେରିଆ ଜମା ହୋଇଯିବା କାରଣରୁ ଏପରି ଦାଗ ଚାଲି ଆସିଥାଏ । ଏହା ଦ୍ୱାରା ନିଶ୍ୱାସ ନେବା ସମୟରେ ଗନ୍ଧ ହୋଇଥାଏ । ଏହି କାରଣରୁ ଜିଭ ଠିକ ରୂପେ ସଫା କରିବା ଉଚିତ୍ ।