ହନୀମୁନ ରାତିରେ ସ୍ତ୍ରୀ କିଛି ଏମିତି କାମ କଲେ, ଯାହାଫଳରେ ସ୍ୱାମୀଙ୍କୁ ଯିବାକୁ ପଡ଼ିଲା ପୋଲିସ ଥାନା ।

Spread the love

ବର୍ତ୍ତମାନ ନିକଟରେ ହିଁ ରାଜସ୍ଥାନର ଉଦୟପୁରଠାରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଅପରାଧିକ ଘଟଣା ସାମନାକୁ ଆସିଛି । ଏହି ଘଟଣାକୁ ନେଇ ମିଳିଥିବା ଖବର ଅନୁଯାୟୀ ଏଠାକାର ଜଣେ ନବ-ବିବହିତା ସ୍ତ୍ରୀ ହନୀମୁନ ରାତ୍ରିରେ ହିଁ ନିଜ ସ୍ୱାମୀଙ୍କୁ ଛାଡ଼ି ଘରୁ ପଳାଇ ଯାଇଥିଲା । ଏହାପରେ ଘଟଣାରେ ଆହତ ସ୍ୱାମୀ ପୋଲିସ ଥାନାରେ ଠକାମି ଓ ଛଳନାର ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଉଦୟପୁର ଜିଲ୍ଲାର ଋଷଭଦେବ କ୍ଷେତ୍ରରେ ରହୁଥିବା ଦିନେଶ ଯୋଶୀ ସୁରଜପୋଲ ଥାନାରେ ମକଦ୍ଦମା ରଜ୍ଜୁ କରି କହିଛିନ୍ତି ଯେ, ତାଙ୍କ ସ୍ତ୍ରୀ ପୁଷ୍ପା ୨ ଜଣ ଅନ୍ୟ ମହିଳାଙ୍କ ସହିତ ମିଶି ଘରୁ ଚାଲିଯାଇଛନ୍ତି ।

ଏହି ମାମଲାକୁ ନେଇ ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତ ଯୁବକ ଜଣକ ଥାନାରେ ମକଦ୍ଦମା ରଜ୍ଜୁ କରି ଅଭିଯୋଗରେ କହିଛିନ୍ତି ଯେ, ଗାଁର ହିଁ ଜଣେ ଯୁବକ ଆତ୍ମାରାମ ଯୋଶୀ ମହାରାଷ୍ଟ୍ରରେ ରହୁଥିବା ପୁଷ୍ପାଙ୍କ ସହିତ ତାଙ୍କର ବିବାହ ପ୍ରସ୍ତାବ ସ୍ଥିର କରିଥିଲେ । ପୀଡ଼ିତ ଯୁବକ ପୁଣି କହିଥିଲେ ଯେ, ବିବାହ କରିବା ପାଇଁ ସେହି ଯୁବକ ଜଣକ ତାଙ୍କ ସ୍ତ୍ରୀ ପୁଷ୍ପାଙ୍କର ଗାଁକୁ ଯାଇ ତାଙ୍କ ମାତା ପିତାଙ୍କୁ ଦେଢ଼ଲକ୍ଷ ଟଙ୍କା ଦେଇଥିଲା ।

ପୀଡ଼ିତ ଯୁବକ କହିଛନ୍ତି ଯେ, ଆତ୍ମାରାମ ଯୋଶୀ ମଧ୍ୟ ଦିନେଶ ଯୋଶୀଙ୍କ ଠାରୁ ପଚାଶ ହଜାର ଟଙ୍କା ନେଇଥିଲା । ଏହା ପରେ ଦିନେଶ ଓ ପୁଷ୍ପା ଦୁହେଁ ବିବାହ କରିଥିଲେ । ପୀଡ଼ିତ ଆହୁରି ମଧ୍ୟ କହିଛନ୍ତି ଯେ, ଆରୋପୀ ପୁଷ୍ପା ତାଙ୍କୁ ହନୀମୁନରେ ଉଦୟପୁର ଯିବା ପାଇଁ ଜିଦ କରିଥିଲେ । ଯାହାଫଳରେ ସେ ପୁଷ୍ପାକୁ ଉଦୟପୁର ବୁଲେଇବା ପାଇଁ ନେଇ ଆସିଥିଲେ । ତଥା ସେଠାରେ ଅଭିଯୁକ୍ତ ସ୍ତ୍ରୀ ପୁଷ୍ପା ନିଜ ସ୍ୱାମୀଙ୍କୁ ଦାଢ଼ି କାଟିବ ପାଇଁ ଦୋକାନକୁ ପଠେଇ ଥିଲେ । କିନ୍ତୁ ଯେତେବେଳେ ସ୍ୱାମୀ ଜଣକ ନିଜର ଦାଢ଼ି ବନାଉ ଥିଲେ ସେତେବେଳେ ପୁଷ୍ପା ଓଟୋ ରିକ୍ସାରେ ଆସିଥିବା ୨ଜଣ ମହିଳାଙ୍କ ସହିତ ପଳେଇ ଗଲେ ।

ଏହି ମାମଲାରେ ମିଳିଥିବା ସୂଚନା ଅନୁସାରେ, ପୋଲିସ ପୀଡ଼ିତ ଯୁବକଙ୍କ କଥା ଶୁଣିଲେ ଓ ଏହି ଆଧାରରେ ମକଦ୍ଦମା ରଜ୍ଜୁ କରି ଆରୋପୀ ମହିଳା ପୁଷ୍ପାଙ୍କ ଖୋଜ ଆରମ୍ଭ କରିଛନ୍ତି ।

ବର୍ତ୍ତମାନ ନିକଟରେ ହିଁ ରାଜସ୍ଥାନର ଉଦୟପୁର ଠାରେ ଏକ ନବ-ବିବହିତା ହନୀମୁନ ସମୟରେ ନିଜ ସ୍ୱାମୀକୁ ଛାଡ଼ି ଘରୁ ପଳାଇ ଗଲେ । ଏହାପରେ ଘଟଣାରେ ଆହତ ସ୍ୱାମୀ ପୋଲିସ ଥାନାରେ ଠକାମି, ମିଛ ଓ ଛଳନାର ମକଦ୍ଦମା ରଜ୍ଜୁ କରିଥିଲେ । ପୋଲିସ ପୀଡ଼ିତ ସ୍ୱାମୀଙ୍କ କଥା ଶୁଣି ସେହି ଆଧାରରେ ମକଦ୍ଦମା ରଜ୍ଜୁ କରିଥିଲେ ଓ ଆରୋପୀ ମହିଳାଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ହନୀମୁନ ରାତ୍ରିରେ ପତ୍ନୀ କିଛି ଏମିତି କାମ କଲେ ଯେ, ସ୍ୱାମୀଙ୍କୁ ଯିବାକୁ ପଡ଼ିଲା ପୋଲିସ ଥାନା ।