କନ୍ୟା ବିଧିବୋଧ ଭାବରେ ଯୋଜନା କରି ଆସିଥିଲା ! ବରକୁ କହିଥିଲା, “ବିବାହର ପ୍ରଥମ ରାତିରେ କ୍ଷୀର ନୁହେଁ ଲେମ୍ବୁ ପାଣି ପିଇନିଅନ୍ତୁ” ।

Spread the love

ହରିୟାଣାର ବରବାଲା ରୋଡ଼ ସ୍ଥିତ ଜି.ବି.ପି ଇକୋ ଗ୍ରୀନର ଘଟଣା ଜାଣିବା ପରେ ଆପଣଙ୍କ ହୋସ୍ ଉଡ଼ିଯିବ । ବିଶ୍ୱାସ କରନ୍ତୁ; ଏହିପରି ଘଟଣା ଆପଣ କେବଳ ଫିଲ୍ମରେ ହିଁ ଦେଖିଥିବେ । କିନ୍ତୁ ଅସଲ ଜୀବନରେ ଏହି କାହାଣୀ ଶୁଣିବା ପରେ ଆପଣଙ୍କ ହୋସ୍ ଉଡ଼ିଯିବ । ଜଣେ କନ୍ୟା ବିବାହର ପ୍ରଥମ ରାତିରେ ନିଜ ପତିକୁ ନିଶା ଔଷଧ ପିଆଇ ଘରର ସମସ୍ତ ମୂଲ୍ୟବାନ ଜିନିଷ ନେଇ ଗାଏବ ହୋଇଯାଇଛି । ପୀଡିତ ବ୍ୟକ୍ତି ଏହି ବିଷୟରେ ପୋଲିସରେ ଜଣାଇଛି । ପୋଲିସ ଫେରାର ହୋଇ ଯାଇଥିବା କନ୍ୟାକୁ ଖୋଜିବା ଆରମ୍ଭ କରିଦେଇଛି ।

ପୀଡିତ ବ୍ୟକ୍ତି ଦୀପକ କହିଛି ଅନିଚ୍ଛା ସ୍ୱତେ ରଞ୍ଜିତର ବିବାହ ହୋଇଥିଲା । ବିବାହର ଭୋଜିର ଆୟୋଜନ କରଯାଇ ଥିଲା । ବିବାହର ପ୍ରଥମ ଦିନ ରଞ୍ଜିତା, ଦୀପକକୁ କହିଥିଲା ଘରଲୋକେ ତାହାର ବିବାହ ତାର ଅନିଚ୍ଛା ସ୍ୱତେ କରିଛନ୍ତି । ଏଥିପାଇଁ ସେ ଏହି ବିବାହରେ ଖୁସି ନାହିଁ । ଏହି କଥା ଦୀପକ, ରଞ୍ଜିତାର ପିତାମାତାଙ୍କୁ କହିଥିଲା । ରଞ୍ଜିତାର ବାପା ସବୁ କିଛି ଠିକ୍ ହୋଇଯିବ ବୋଲି କହିଥିଲେ । ଦୀପକ କହିଛି ରଞ୍ଜିତା ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଦୁଇ ମାସ ସମୟ ରଖିଥିଲା ।

ଲେମ୍ବୁ ପାଣିରେ ମିଶାଇ ଥିଲା ନିଶା ଔଷଧ ଏବଂ ଦୀପକର ପତ୍ନୀ ସେହି ରାତିରେ ତା ମାଆଙ୍କ ସହ ଶୋଇବା ପାଇଁ ଚାଲି ଯାଇଥିଲା । ଶୋଇବା ପୂର୍ବରୁ, ସେ ଦୀପକକୁ ଲେମ୍ବୁ ପାଣି ପିଇବା ପାଇଁ ଦେଇଥିଲା । ଯାହାକୁ ପିଇବା ପରେ ଦୀପକକୁ ନିଦ ଆସି ଯାଇଥିଲା । ଯେତେବେଳେ ସକାଳେ ଦୀପକର ମାଆ ଏବଂ ଭଉଣୀଙ୍କ ନିଦ ଭାଙ୍ଗିଥିଲା; ସେମାନେ ଦେଖିଥିଲେ ରଞ୍ଜିତା ଫେରାର ହୋଇଯାଇଛି । ଯେତେବେଳେ ସେମାନେ ରୁମକୁ ଯାଇଥିଲେ, ସେଠାକାର ପରିସ୍ଥିତି ଦେଖି ସେମାନଙ୍କ ହୋସ୍ ଉଡି ଯାଇଥିଲା । ଘରର ସମସ୍ତ ମୂଲ୍ୟବାନ ଜିନିଷ, ସେଠାରେ ନ ଥିଲା । ଦୀପକ ସେହି ସମୟ ପର୍ଯ୍ୟନ୍ତ ବେହୋସ୍ ଥିଲା । ଯେତେବେଳେ ରଞ୍ଜିତାକୁ ଫୋନ କରିଥିଲା, ରଞ୍ଜିତାର ଫୋନ ବନ୍ଦ ଥିଲା ।

କୌଣସି ଅନ୍ୟ ପିଲା ସହ ଥାଇପାରେ ସମ୍ବନ୍ଧ । ଦୀପକ କହିଛି ଏକ ଲକ୍ଷ ନଗଦ ଟଙ୍କା, ୧୦ ଭରି ସୁନା ଏବଂ ଘରର ଅନ୍ୟ ମୂଲ୍ୟବାନ ଜିନିଷ ନେଇ ଫେରାର ହୋଇଯାଇଛି । ଏ.ଏସ୍.ଆଇ କେଵଲ ସିଂହ କହିଛନ୍ତି, ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ରଞ୍ଜିତାର କୌଣସି ଅନ୍ୟ ପିଲା ସହ ସମ୍ପର୍କ ରହିଛି । ସେ ବିବାହର ପ୍ରଥମ ଦିନ ରାତିରେ ଘରୁ ସମସ୍ତ ଗହଣା ଏବଂ ମୂଲ୍ୟବାନ ଜିନିଷ ନେଇ, ଘର ପଛ କାନ୍ଥ ଡେଇଁ ଫେରାର ହୋଇଯାଇଛି ।

ଯାଉତୁକ ପାଇଁ ହଇରାଣ କରୁଥିଲେ । ଦୀପକର ଘର ପଛ ପଟେ ବିଡିର ଦୁଇ ଖଣ୍ଡ ମିଳିଛି । ଯାଞ୍ଚରୁ ଜଣା ପଡିଛି ଦୀପକ ବିଡ଼ି ପିଏ ନାହିଁ । ଘର ପଛ ପଟେ ବୁଟ୍ (Boot)ର ଚିହ୍ନ ମଧ୍ୟ ମିଳିଛି । ଅନ୍ୟପଟେ ରଞ୍ଜିତାର ପିତା, ସମ୍ପର୍କୀୟ ଏବଂ ସାଙ୍ଗମାନେ ପ୍ରଥମରୁ ହିଁ ଦୀପକ ବିରୁଦ୍ଧରେ ଯାଉତୁକ ସମ୍ବନ୍ଧୀୟ କେଶ ଦାଏର କରି ଦେଇଛନ୍ତି । ଦୀପକ ଏବଂ ଦୀପକର ପରିବାର ରଞ୍ଜିତାକୁ ଯାଉତୁକ ପାଇଁ ହଇରାଣ କରୁଥିଲା । ରଞ୍ଜିତାର ପିତା ଆରୋପ ଲଗାଇଛନ୍ତି; ହୋଇଥାଇ ପାରେ ଏମାନେ ରଞ୍ଜିତାକୁ କେଉଁଠି ଲୁଚାଇ ରଖିଥାଇ ପାରନ୍ତି କିମ୍ବା ଜୀବନରେ ମାରି ଦେଇଥିବେ ।