କଲରେ କଥା ହଉଥିଲା ଶୁଭଶ୍ରୀ, କେତେ ଥର କଥା ହଉଥିଲା ଦିବ୍ୟରଞ୍ଜନ, ସବୁ ରେକର୍ଡ ପାଇଛି ପୋଲିସ

Shubhashree

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଲା ଡକ୍ଟର ଶୁଭଶ୍ରୀ କରଙ୍କ କଲ ଡିଟେଲସ । କଲ୍ ଡିଟେଲସ ସଂଗ୍ରହ କରିଛି ପୋଲିସ । ଆଉ ଏଥିରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଁଛି ପୋଲିସ । ଯାହାକୁ ନେଇ ଆଗକୁ ତଦନ୍ତ ସକ୍ରିୟ କରିବ । ଡକ୍ଟର ଶୁଭଶ୍ରୀ କରଙ୍କ ମୃ-ତ୍ୟୁ ମାମଲା ର ଉନ୍ନମୋଚନ କରିବ ଏହି ମୋବାଇଲ କଲ୍ ଡିଟେଲସ । ପୋଲିସ ଏବେ ଉଭୟଙ୍କ କଲ୍ ଡିଟେଲସ ରିପୋର୍ଟ ସଂଗ୍ରହ କରିଛି ।

ଶୁଭଶ୍ରୀ କର ଆଉ ତାଙ୍କ ପୁରୁଷ ଡକ୍ଟର ବନ୍ଧୁଙ୍କ ର କଲ୍ ଡିଟେଲସ ରିପୋର୍ଟ ସଂଗ୍ରହ କରିଛି । ଡାକ୍ତର ଶୁଭଶ୍ରୀ କର ଉଭୟ ଜିଓ ଏବଂ ଏୟାରଟେଲ ନଂ ବ୍ୟବହାର କରୁଥିଲେ । ଏବଂ ତାଙ୍କର ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ ମଧ୍ୟ ବ୍ୟବହାର କରୁଥିଲେ ତିନୋଟି ସିମ୍ । ଗୋଟିଏ ଜିଓ, ଅନ୍ୟଟି ଏୟାରଟେଲ ଆଉ ଗୋଟିଏ ଭିଏସିନାଲ ନଂ ଥିଲା ।

da 1

ତେବେ ପୋଲିସ ଏହି ସବୁ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ପାଖରୁ ଉଭୟ ସିବିଆର ସଂଗ୍ରହ କରିଛି । ଏହି ଦୁଇଜଣ ପ୍ରେମୀ ଯୁଗଳ ଅର୍ଥାତ୍ ଡାକ୍ତର ଶୁଭଶ୍ରୀ କର ଆଉ ତାଙ୍କର ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ କେତେଥର କଥା ହୋଇଛନ୍ତି । ଶେଷ ସାତଦିନ ରେ କେତେଥର ଉଭୟଙ୍କ ଭିତରେ କଥାବାର୍ତ୍ତା ହୋଇଛନ୍ତି । କ’ଣ କଥାବାର୍ତ୍ତା ହୋଇଛନ୍ତି ଏସବୁ ର ତଥ୍ୟ ସଂଗ୍ରହ କରିଛି ପୋଲିସ ।

ତେବେ ଘଟଣାକୁ ସାତଦିନ ବିତି ଯାଇଥିଲେ ବି ଏ ପର୍ଯ୍ୟନ୍ତ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଦିବ୍ୟରଞ୍ଜନ ମାଝୀଙ୍କ ପାଖରେ ପହଞ୍ଚି ପାରିନି ପୋଲିସ ପୁରୁଷ ବନ୍ଧୁକୁ ଖୋଜିବା ପାଇଁ ପୋଲିସ ଏକାଧିକ ଟିମ୍ ଗଠନ କରିଛି । କିନ୍ତୁ ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝୀଙ୍କ ପାଖରେ ପୋଲିସ ପହଞ୍ଚି ପାରୁନି କି ଅଧିକ ତଦନ୍ତ କରିପାରୁନି । ଆଉ ଏପଟେ କଥା ଉଠୁଛି କି ଦିବ୍ୟରଞ୍ଜନ ମାଝୀ ଏବେ ଓଡିଶା ବାହାରକୁ ଚାଲିଯାଇଛନ୍ତି । ବିଭିନ୍ନ ସ୍ଥାନରେ ଚଢାଉ ପରେ ବି ଏବେବି ଦିବ୍ୟରଞ୍ଜନ କୁ ପାଉନି ପୋଲିସ ।

କେବେ ପୋଲିସ ପଞ୍ଜାରେ କେବେ ଦିବ୍ୟରଞ୍ଜନ ପଡିବ । ଦିବ୍ୟରଞ୍ଜନ କୁ କେବେ ତଦନ୍ତ ପରିସର ଭୁକ୍ତ କରାଯିବ । ଦିବ୍ୟରଞ୍ଜନକୁ ତଦନ୍ତ ପରିସର ଭୁକ୍ତ କରାଗଲେ କେଉଁ କେଉଁ ତଥ୍ୟ ସାମ୍ନାକୁ ଆସିବ । ତା ଉପରେ ରହିଛି ସମସ୍ତଙ୍କ ନଜର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *