ରବିବାର ଦିନ ଆପଣନ୍ତୁ ଏହି ଉପାୟ: ଖରାପ ସମୟର ହେବ ଅନ୍ତ ଓ ଜଟିଳରୁ ଜଟିଳ ସମସ୍ୟାରୁ ମଧ୍ୟ ପାଇବେ ତ୍ରାହି ।

Spread the love

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରବିବାର ଦିନ ଜନ୍ମ ହୋଇଥିବା ଲୋକ ସ୍ୱାମୀ ଗ୍ରହ ସୂର୍ଯ୍ୟ ଅଟନ୍ତି ଓ ସୂର୍ଯ୍ୟଙ୍କୁ ଖୁସି କରେଇ ଏହି ଲୋକମାନେ ନିଜ ଜୀବନରେ ସବୁକିଛି ହାସଲ କରିପାରିବେ । ରବିବାର ଦିନ ଜନ୍ମ ହୋଇଥିବା ଲୋକମାନେ ଯଦି ସୂର୍ଯ୍ୟଙ୍କୁ ପୂଜା କରିବେ, ତେବେ ସେମାନଙ୍କ ସବୁ ସମସ୍ୟା ଦୁରେଇ ଯିବ । ତଳେ କୁହାଯାଇଥିବା ଉପାୟ ଗୁଡ଼ିକୁ ଯଦି ଆପଣାଇବେ, ତେବେ ଆପଣଙ୍କ ସବୁ ଆଶା ନିଶ୍ଚୟ ପୂରଣ ହେବ । ଏଥିପାଇଁ ଆପଣଙ୍କୁ କେବଳ ରବିବାର ଦିନ ସ୍ଵଛ ମନରେ ପୂଜା କରିବା ଆବଶ୍ୟକ । ସୁର୍ଜ୍ୟଦେବଙ୍କ କୃପା ଓ ଆଶୀର୍ବାଦ ପାଇବା ପାଇଁ ସମସ୍ତ ବ୍ୟକ୍ତି ଏହି ପୂଜା କରିପାରିବେ ।

ଭଗବାନ ସୂର୍ଯ୍ୟଙ୍କ କୃପା ଚାହୁଁଛନ୍ତି, ତେବେ ରବିବାର ଦିନ ଏହି ଉପାୟ ଗୁଡ଼ିକୁ ଆପଣନ୍ତୁ :-

ଭଗବାନ ସୂର୍ଯ୍ୟଙ୍କୁ ଦିଅନ୍ତୁ ଅର୍ଘ୍ୟ –

ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠାରୁ ଉତ୍ତମ ପ୍ରୟୋଗ ହେଉଛି, ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରିବା । ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ତାଙ୍କର କୃପା ଆପଣଙ୍କ ଉପରେ ସର୍ବଦା ବଜାୟ ରହିବ ଓ ସବୁ ମନୋସ୍କମାନ ପୂରଣ ହେବ । ଆପଣ କେବଳ ସବୁଦିନ ସକାଳେ ସ୍ନାନ କରିବା ପରେ ପ୍ରଥମେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ଓ ସୂର୍ଯ୍ୟଙ୍କ ନାମ ଜପ କରନ୍ତୁ । କିନ୍ତୁ ମନେ ରଖନ୍ତୁ ସକାଳେ ୮ଟା ଭିତରେ ପ୍ରଥମେ ତାଙ୍କୁ ଜଳ ଅର୍ପଣ କରନ୍ତୁ ଓ ଅର୍ଘ୍ୟ କରିବା ସମୟରେ ଜଳ ଅର୍ପଣ ପାଇଁ ପିତ୍ତଳ ଢାଲ ବ୍ୟବହାର କରନ୍ତୁ । ଅର୍ଘ୍ୟ ଦେବା ସହ କୁମକୁମ ଓ ଚାଉଳ ମଧ୍ୟ ନିଶ୍ଚୟ ଅର୍ପଣ କରନ୍ତୁ । କେବେବି ଆପଣ ଜୋତା ପିନ୍ଧି ଅର୍ଘ୍ୟ ଦିଅନ୍ତୁ ନାହିଁ । ଏଭଳି କରିଲେ ଆପଣଙ୍କୁ କିଛିବି ଲାଭ ମିଳିବ ନାହିଁ ଓ ଆପଣଙ୍କର ସବୁ ପରିଶ୍ରମ ବ୍ୟର୍ଥରେ ଚାଲିଯିବ ।

ଗୂଡ଼ ଓ ଗହମର ଦାନ –

ରବିବାର ଦିନ ଗୂଡ଼ ଓ ଗହମକୁ ଦାନ କରିବା ବହୁତ ଶୁଭ ବୋଲି କୁହାଯାଏ । ଏହି ଦୁଇଟି ଜିନିଷକୁ ଗରିବ ଲୋକମାନଙ୍କୁ ଦାନ କରିଲେ ଲାଭ ମିଳିଥାଏ । ଆପଣ ଏହି ଦୁଇଟି ଜିନିଷକୁ କୌଣସି ଲାଲ କପଡ଼ାରେ ରଖି ସକାଳେ ଦାନ କରନ୍ତୁ । ଏହି ଦୁଇଟି ଜିନିଷକୁ ଲାଲ କପଡ଼ାରେ ରଖି ମନ୍ଦିର ବାହାରେ ବସିଥିବା ଗରିବ ଲୋକଙ୍କୁ ମଧ୍ୟ ଦାନ କରି ପାରିବେ । ପେଟ କିମ୍ଭା ଆଖି ଜନିତ କିଛି ଅସୁବିଧା ଥିଲେ ଆପଣ ତମ୍ବା ନିର୍ମିତ କିଛି ବସ୍ତୁ ଦାନ କରନ୍ତୁ, ତେବେ ପେଟ କିମ୍ଭା ଆଖି ଜନିତ ସମସ୍ୟା ଯଥାଶୀଘ୍ର ଠିକ ହୋଇଯିବ ।

ତମ୍ବାର ମୁଦ୍ରା ପାଣିରେ ପ୍ରବାହିତ କରନ୍ତୁ :-

ରବିବାର ଦିନ ତମ୍ବାର ମୁଦ୍ରା ବା ଅନ୍ୟ କୌଣସି ଧାତୁ ମୁଦ୍ରା ପ୍ରବାହିତ ହେଉଥିବା ପାଣିରେ ଭସାଇଲେ, ଆପଣଙ୍କ ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟା ଗୁଡ଼ିକ ଦୁରେଇ ଯିବ । ଏହାଛଡା ଅଟାକୁ ପେଶୀ ଛୋଟ-ଛୋଟ ଗୋଲାକାର କରି ମାଛମାନଙ୍କୁ ଖାଇବାକୁ ଦେଲେ, ଆପଣଙ୍କୁ ଆହୁରି ଲାଭ ମିଳିଥାଏ । ଏହି ପ୍ରୟୋଗ ସକାଳେ ହିଁ କରିବ ।

ଗୂଡ଼ ଓ ଚାଉଳ ପ୍ରବାହିତ କରନ୍ତୁ –

ଗୂଡ଼ ଓ ଚାଉଳକୁ ଆପଣ ଏକ ଲାଲ କପଡ଼ାରେ ରଖି ବାନ୍ଧି ଦିଅନ୍ତୁ ଓ ସେଭଳି ହିଁ କୌଣସି ନଦୀରେ ଏହାକୁ ପ୍ରବାହିତ କରି ଦିଅନ୍ତୁ । ଏହି ଉପାୟ ପ୍ରୟୋଗ କରିବା ସମୟରେ ଆପଣ ସୂର୍ଯ୍ୟଙ୍କ ନାମ ଜପ କରନ୍ତୁ । ଏହି ଉପାୟ ପ୍ରୟୋଗ କରିବା ପରେ କେବେବି ପଛକୁ ବୁଲି ଦେଖନ୍ତୁ ନାହିଁ ।

ହରିବଂଶ ପୁରାଣ ପଢନ୍ତୁ –

ରବିବାର ଦିନ ହରିବଂଶ ପୁରାଣ ପଢିବା ବହୁତ ଉତ୍ତମ ବୋଲି କୁହାଯାଏ ଓ ଏହାକୁ ପଢିବା ଦ୍ୱାରା ସବୁ ପ୍ରକାରର ସମସ୍ୟା ଦୁରେଇ ଯିବ । ଯେଉଁ ଦମ୍ପତ୍ତିର ସନ୍ତାନ ନାହିଁ, ସେମାନେ ଏହି ପୁରାଣ ପଢିବା ନିଶ୍ଚୟ ଆବଶ୍ୟକ । ଏହି ପୁରାଣ ପଢିବା ଦ୍ୱାରା ଜୀବନରେ ସୁଖ-ଶାନ୍ତି ଆସିଥାଏ ।

ତମ୍ବାକୁ ପର୍ସରେ ରଖନ୍ତୁ –

ଧନର ପ୍ରାପ୍ତ ପାଇଁ ଆପଣ ତମ୍ବା ଧାତୁର କୌଣସି ବି ବସ୍ତୁକୁ ନେଇ ତାହାକୁ ଦୁଇ ଭାଗ କରି ଦିଅନ୍ତୁ । ଏହି ଦୁଇ ଭାଗରୁ ଗୋଟିଏ ଭାଗକୁ ଆଲମାରୀ ବା ପର୍ସରେ ରଖି ଦିଅନ୍ତୁ ଓ ଅନ୍ୟ ଏକ ଭାଗକୁ ନଦୀରେ ପ୍ରବାହିତ କରି ଦିଅନ୍ତୁ । ଏହାକୁ ପ୍ରବାହିତ କରିବା ସମୟରେ ନିଜ ଇଚ୍ଛା ଗୁଡ଼ିକୁ ମନରେ କୁହନ୍ତୁ । ଆପଣ ଏହି ଉପାୟକୁ ରବିବାର ଦିନରେ ହିଁ କରନ୍ତୁ ।