ମଙ୍ଗଳ ଦୋଷ ଦୂର କରିବା ପାଇଁ ଆପଣାନ୍ତୁ ପ୍ରତି ମଙ୍ଗଳବାର ଦିନ ଏହି ଉପାୟ !! ଏହି ସବୁ ସମସ୍ୟା ମୁକ୍ତି ପାଇବେ :

Spread the love

ଅନେକ ଲୋକଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ଥାଏ ଓ ଏହି ଦୋଷ କାରଣରୁ ସେହି ବ୍ୟକ୍ତିଙ୍କୁ ସଫଳତା ହାସଲ ହୋଇପରି ନଥାଏ । କେବଳ ଏତିକି ହିଁ ନୁହେଁ; ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ଏହି ଦୋଷ ଥାଏ, ସେହି ବ୍ୟକ୍ତି ବିବାହ ସମପର୍ଣ୍ଣ ହେବା ପୂର୍ବରୁ ବହୁତ ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡ଼ିଥାଏ । ଯଦି ଆପଣଙ୍କ କୁଣ୍ଡଳୀରେ ମଧ୍ୟ ଏହି ଦୋଷ ଅଛି, ତେବେ ତଳେ ଦିଆଯାଇଥିବା ଉପାୟ ଗୁଡ଼ିକୁ ମଙ୍ଗଳବାର ଦିନ ନିଶ୍ଚୟ କରନ୍ତୁ । ଏହି ଉପାୟକୁ କରିଲେ ଆପଣଙ୍କର ଦୋଷ ଦୁରେଇବା ସହ ସବୁ ମନୋସ୍କମାନ ପୂରଣ ହୋଇଥାଏ ।

ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ, ମଙ୍ଗଳ ଦୋଷ ଦୂର ହୋଇଯିବ –

ଭଗବାନ କୃଷ୍ଣଙ୍କୁ ପୂଜା କରନ୍ତୁ –

ମଙ୍ଗଳବାର ଦିନ ଭଗବାନ କୃଷ୍ଣଙ୍କୁ ପୂଜା କରିଲେ ଆପଣଙ୍କୁ ବିଶେଷ ଫଳ ମିଳିଥାଏ ଓ ଯଦି ଏହି ଦିନ ଅର୍ଥାତ ମଙ୍ଗଳବାର ଦିନ ଭଗବାନ କୃଷ୍ଣଙ୍କୁ ପୂଜା ଭକ୍ତିପୂତ ଭାବରେ ଓ ନିର୍ମଳ ହୃଦୟରେ କରିଥାଅ, ତେବେ ମଙ୍ଗଳ ଦୋଷ ଆପଣଙ୍କ କୁଣ୍ଡଳୀ ଠାରୁ ଦୁରେଇ ଯାଏ । ଏହି ଦିନ ପ୍ରଥମେ ଭଗବାନ କୃଷ୍ଣଙ୍କ ଏକ ଫୋଟକୁ ତୁଳସୀ ଗଛ ପାଖରେ ରଖି ତୁଳସୀ ଗଛ ଓ କୃଷ୍ଣ ଭଗବାନଙ୍କୁ ଏକାଥରେ ଆରାଧନା କରନ୍ତୁ ।

ଗୁଡ଼ ଓ ଚନା ଖାଇବାକୁ ଦିଅନ୍ତୁ –

ଯେଉଁ ଲୋକଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ଥାଏ, ସେହି ଲୋକ ମଙ୍ଗଳବାର ଦିନ ମାଙ୍କଡ଼କୁ ଚନା ଓ ଗୁଡ଼ ଖାଇବାକୁ ଦିଅନ୍ତୁ । ଏହା ସହ ଆପଣ ଏହି ଦିନ ଗାଈକୁ ରୋଟି ସହ ଗୁଡ଼ ଖାଇବାକୁ ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ଥିବା ମଙ୍ଗଳ ଦୋଷ ଧୀରେ-ଧୀରେ ସମାପ୍ତ ହେବାକୁ ଲାଗିଥାଏ ।

ଶିବ ଲିଙ୍ଗର ପୂଜା କରନ୍ତୁ –

ଭଗବାନ ଶିବଙ୍କୁ ଭକ୍ତିପୂତ ଭାବରେ ଆରାଧନା କରି ଯେକୌଣସି ବି ଦୋଷରୁ ମଧ୍ୟ ମୁକ୍ତି ପାଇପାରିବ । ଏଥିପାଇଁ ମଙ୍ଗଳବାର ଦିନ ଶିବ ଲିଙ୍ଗକୁ ପୂଜା କରନ୍ତୁ ଓ ଶିବ ଲିଙ୍ଗ ଉପରେ ଲାଲ ମସୁର ଡାଲି ଓ ଲାଲ ଗୋଲାପ ଫୁଲ ଅର୍ପଣ କରନ୍ତୁ । ପୂଜା ହେବା ପରେ ଶିବ ଲିଙ୍ଗ ପାଖରେ ଗୋଟିଏ ଘିଅ ଦୀପ ଜଳାନ୍ତୁ । ଏଭଳି କରିଲେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଓ ମଙ୍ଗଳ ଦୋଷର ପ୍ରଖରତା କମି ଯାଏ ।

ନଦୀରେ ଏହି ଜିନିଷ ଗୁଡ଼ିକୁ ପ୍ରବାହିତ କରନ୍ତୁ –

ଯେଉଁ ଲୋକଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ଅଛି; ସେହି ଲୋକ ମଙ୍ଗଳବାର ଦିନ ଗୋଟିଏ ଲାଲ ରଙ୍ଗର କପଡ଼ାରେ ଅଳ୍ପ କୁମକୁମ୍, ମସୁର ଡାଲି, ଗୋଟିଏ ଲାଲ ଫୁଲ ଓ ଯେକୋୖଣସି ବି ମିଠା ଗୋଟିଏ କପଡ଼ାକୁ ବାନ୍ଧି ନଦୀରେ ପ୍ରବାହିତ କରି ଦିଅନ୍ତୁ । ଏହି ଉପାୟ କରିବା ତୁରନ୍ତ ଆପଣଙ୍କ ମଙ୍ଗଳ ଦୋଷ ଦୁରେଇ ଯିବ ।

ହନୁମାନ ଭଗବାନଙ୍କ ପୂଜା କରନ୍ତୁ –

ହନୁମାନ ଭଗବାନଙ୍କୁ ପୂଜା କରି ମଧ୍ୟ ମଙ୍ଗଳ ଦୋଷରୁ ପୁକ୍ତି ପାଇପାରିବା । ଏଥିପାଇଁ ଆପଣଙ୍କୁ ମଙ୍ଗଳବାର ଦିନ ହନୁମାନ ଭଗବାନଙ୍କ ମନ୍ଦିରକୁ ଯାଇ ଭଗବାନଙ୍କ ପାଦ ପାଖରେ ଲାଲ ରଙ୍ଗର ଗୋଟିଏ ଫୁଲ ଅର୍ପଣ କରନ୍ତୁ ଓ ୧୧ ଥର ପ୍ରଭୁ ହନୁମାନଙ୍କ ନାମକୁ ଜପ କରନ୍ତୁ । ଏଭଳି କରିଲେ ଆପଣଙ୍କୁ ଏହି ଦୋଷରୁ ମୁକ୍ତି ମିଳିଯିବ । ଏହାଛଡା ମଙ୍ଗଳବାର ଦିନ ହନୁମାନ ଭଗବାନଙ୍କ ବ୍ରତ କରି ମଧ୍ୟ ପ୍ରଭୁ ହନୁମାନଙ୍କୁ ପ୍ରସନ୍ନ କରାଯାଇ ପାରିବ ।

ତୁଲସୀ ଗଛର ପୂଜା କରନ୍ତୁ –

ମଙ୍ଗଳବାର ଦିନ ସନ୍ଧ୍ୟାରେ ଆପଣ ତୁଳସୀ ଗଛର ପୂଜା କରନ୍ତୁ । ଏହାଛଡା ଆପଣ ଲାଲ ରଙ୍ଗ ଫୁଲର ଗଛ ଲଗାନ୍ତୁ ଓ ଭଲ ଭାବରେ ଲଗାଇଥିବା ଗଛର ଯତ୍ନରେ ରଖନ୍ତୁ । ଏହି ଗଛରୁ ଯେଉଁ ଫୁଲ ବାହାରି ଥାଏ, ତାହାକୁ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ । ଏହି ଉପାୟ କରିଲେ, ମଙ୍ଗଳ ଦୋଷର ଖରାପ ପ୍ରଭାବ ଜୀବନ ଉପରେ ପଡ଼ିବ ନାହିଁ ।