ବର୍ଷରେ କେବଳ ଥରେ ମାତ୍ର ଲଗାନ୍ତୁ ଏହି ଜିନିଷ, ଅତି ପୁରୁଣା ଯାଦୁ ତୁରନ୍ତ ଭଲ ହୋଇଯିବ ।

Spread the love

ଗ୍ରୀଷ୍ମ ଋତୁରେ ଅନେକ ପ୍ରକାର ସମସ୍ୟା ଦେଖାଯାଏ । ସେହି ସମସ୍ୟା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଯାଦୁ ଏବଂ କୁଣ୍ଡିଆ । ଯାଦୁ ଏବଂ କୁଣ୍ଡିଆ ଏମିତି ଏକ ରୋଗ, ଯାହାକୁ ଲୋକେ ଅନ୍ୟଙ୍କୁ କହିବା ପାଇଁ ମଧ୍ୟ ଲାଜ କରିଥାନ୍ତି । ଏତିକି ହିଁ ନୁହେଁ ଯଦି ଆପଣ ଏହାର ଚିକିତ୍ସା ଠିକ ସମୟରେ ନ କରନ୍ତି; ତେବେ ଆପଣଙ୍କୁ ଅନେକ ଅସୁବିଧାରେ ଲଢ଼ିବାକୁ ପଡିବ । ଯାଦୁ ଏବଂ କୁଣ୍ଡିଆ ହୁଏତ ଦେଖିବା ପାଇଁ ଛୋଟ ସମସ୍ୟା ହୋଇପାରେ କିନ୍ତୁ ଯାହାକୁ ହୋଇଥାଏ ତାଙ୍କର ଅବସ୍ଥା ଖରାପ ହୋଇ ଯାଇଥାଏ । ତେବେ ଚାଲନ୍ତୁ, ଜାଣିବା ଆମର ଏହି ପୋଷ୍ଟରେ ଆପଣଙ୍କ ପାଇଁ କଣ ଖାସ ରହିଛି ?

ଯାଦୁ କୁଣ୍ଡିଆ ଏକ ପ୍ରକାର ଚର୍ମରୋଗ । ଏଥିରୁ ମୁକ୍ତି ପାଇବା ପାଇଁ ଯଦି ଆପଣ ଅନେକ ଉପାୟ କରି ସାରିଛନ୍ତି, ତେବେ ଆମ ଲେଖାର ଶେଷ ପର୍ଯ୍ୟନ୍ତ ପଢିବାକୁ ଭୁଲନ୍ତୁ ନାହିଁ । କାରଣ ଏଥିରେ ଯାଦୁ କୁଣ୍ଡିଆରୁ ମୁକ୍ତି ପାଇବାର ରାମବାଣ ଉପାୟ ଉଲ୍ଲେଖ କରାଯାଇଛି । ସାଧାରଣତଃ ଯାଦୁ ଏବଂ କୁଣ୍ଡିଆ ମଇଳା ଯୋଗୁଁ ହୋଇଥାଏ କିନ୍ତୁ ଏହା ଅନୁବଂଶୀକ ମଧ୍ୟ ହୋଇଥାଏ । ଧରି ନିଅନ୍ତୁ ଆପଣଙ୍କ ଘରର ଗୁରୁଜନ ମାନଙ୍କୁ ଅର୍ଥାତ ନିଜର ଜେଜେ, ଜେଜେମାଆଙ୍କୁ ଯଦି ଏହି ସମସ୍ୟା ଥାଏ, ତେବେ ଆପଣଙ୍କୁ ମଧ୍ୟ ହୋଇପାରେ ।

ଯାଦୁ କୁଣ୍ଡିଆର ଲକ୍ଷଣ :

ଯଦି ଆପଣଙ୍କ ଶରୀରରେ ଲାଲ ଚିହ୍ନ ଅର୍ଥାତ ଗୋଲାକାର ଚିହ୍ନ ହେଲେ ଏହା ଯାଦୁ ହୋଇଥାଏ । ହଁ ଆଜ୍ଞ, ଯାଦୁ ଏବଂ କୁଣ୍ଡିଆ ଅଧିକାଂଶ ଗୁପ୍ତାଙ୍ଗ ପାଖରେ ହୋଇଥାଏ । ଯଦି ଆପଣଙ୍କୁ କୌଣସି ଜାଗାରେ ବାରମ୍ବାର କୁଣ୍ଡିଆ ହୁଏ ଏବଂ ଜଳେ, ତେବେ ଆପଣ ଜାଣି ନିଅନ୍ତୁ ଯେ ଆପଣଙ୍କୁ ଚର୍ମରୋଗ ହୋଇଛି । ଚର୍ମରେ ଯାଦୁ ହେଲେ ବେଳେବେଳେ ଏଥିରେ ଘିମିରି ସଦୃଶ ଛୋଟ ଛୋଟ ଘା’ଆ ହୋଇଯାଏ ଏବଂ ସେଥିରେ ପୂଜ ଜମି ଯାଏ, ଯାହା ଶୀଘ୍ର ଭଲ ହୁଏ ନାହିଁ ।

ଯଦି ଆପଣ ମଧ୍ୟ ଯାଦୁ ଏବଂ କୁଣ୍ଡିଆ ପାଇଁ ଚିନ୍ତିତ ଅଛନ୍ତି ଏବଂ ଆପଣ ବାରମ୍ବାର ଚିକିତ୍ସା କରିବା ସତ୍ତ୍ୱେ ଏହା ପୁଣିଥରେ ଦେଖାଯାଏ । ଯେଉଁଥି ପାଇଁ ଆପଣ ଅତ୍ୟାଧିକ ଚିନ୍ତିତ ହୋଇଯାନ୍ତି । ତେବେ ସେଥିପାଇଁ ଆପଣଙ୍କୁ ଆଜି ଆମେ ଏକ ବିସ୍ମୟକର ଉପାୟ କହିବୁ, ଯାହାର ବ୍ୟବହାର କରି ଆପଣ ଏଥିରୁ ମୁକ୍ତି ପାଇ ପାରିବେ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ଗୁଡିକ କଣ ?

୧. ଯଦି ଆପଣ ବାରମ୍ବାର ଯାଦୁ ହେବା ଯୋଗୁଁ ଚିନ୍ତିତ ଅଛନ୍ତି, ତେବେ ଚନ୍ଦନ ତେଲରେ ଲେମ୍ଭୁ ରସ ମିଶାଇ ଯାଦୁ ହୋଇଥିବା ଜାଗାରେ ୬ କିମ୍ବା ୭ ଥର ଲଗାନ୍ତୁ । ଏହା ପରେ ଆପଣ ଏଥିରୁ ମୁକ୍ତି ପାଇଁ ପାରିବେ ।

୨. ନିମ୍ବ ପତ୍ରକୁ ଭଲଭାବରେ ବାଟି ଏକ ପେଷ୍ଟ ବନନ୍ତୁ । ଏହା ପରେ ଯାଦୁ ହୋଇଥିବା ଜାଗାରେ ଲଗାଇ, ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏଠାରେ ଧ୍ୟାନ ରଖିବା ଉଚିତ ଯେ ଆପଣ ଆପଣଙ୍କର ଶୋଇବା ସେଜକୁ ସମ୍ପୂର୍ଣ୍ଣ ଭାବେ ସଫାସୁତୁରା ରଖିବେ ।

୩. ଯାଦୁକୁ ପ୍ରଥମେ କୁଣ୍ଡେଇ ଦିଅନ୍ତୁ, ଏହାପରେ ଲେମ୍ବୁ ରସ ଲଗେଇ ଦିଅନ୍ତୁ । କିନ୍ତୁ ମନେ ରଖନ୍ତୁ ଯେ, ଲେମ୍ବୁ ରସ ସେତିକି ହି ଲଗାନ୍ତୁ, ଯେତିକି ଆପଣ ସହ୍ୟ କରି ପାରିବେ ଅର୍ଥାତ ଆପଣ କିଛି ସମୟ ରହି ରହି ୨-୩ ଥର ଏହି ପ୍ରକ୍ରିୟା କରିପାରିବେ ।