ଓଡ଼ିଶାର ୮ଟି ସ୍ଥାନରୁ ମିଳିଲା ସୁନାଖଣିର ସନ୍ଧାନ ! ନଈ ବଳିରୁ ମିଳୁଛି ସୁନା

Spread the love

ସାମ୍ପ୍ରତିକ ଦିନୁଆଁରେ ସୁନା ଦର ଯେଉଁ ଭଳି ଭବାରେ ବଢ଼ିବାରେ ଲାଗିଛି, ମଧ୍ୟବିତ ଲୋକମାନେ କିଣିବା କଷ୍ଟକର ହୋଇଗଲାଣି । ଦିନକୁ ଦିନ ସୁନା ବଢ଼ିବାରେ ଲାଗିଛି । ଅନ୍ୟପଟେ ରାଜ୍ୟବାସୀଙ୍କ ଗୋଟିଏ ଖୁସି ଖବର ଆସିଛି । ନଈ ବାଲିରେ ମିଳୁଛି ସୁନା । ଓଡିଶାରେ ମଧ୍ୟ ରହିଛି ସୁନାଖଣି । ଗୋଟିଏ କିମ୍ଭା ଦୁଇଟି ଖଣି ନୁହେଁ ୮ଟି ସ୍ଥାନରେ ସୁନା ଖଣି ରହିବ ସନ୍ଧାନ ମିଳିଛି । ରାଜ୍ୟ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥା ମାଧ୍ୟମରେ କରାଯାଇଥିବା ଅନୁସନ୍ଧାନ ଦ୍ୱାରା ରାଜ୍ୟର ୮ଟି ସ୍ଥାନରେ ସୁନା ଥିବା ସୂଚନା ମିଳିଛି ।

ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ଏହି ନେଇ ବିଧାନ ସଭାରେ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ଏଠାରେ କେତେ ମାତ୍ରାରେ ସୁନା ରହିଛି ତାହା ସ୍ପଷ୍ଟ ଜଣାପଡିନାହିଁ । କିନ୍ତୁ ଓଡ଼ିଶାରେ ସୁନା ଖଣି ନ ଥିବାର ସମ୍ଭାବନା କରିବା ଠିକ ହେବ ନାହିଁ ବୋଲି ମଧ୍ୟ କହିଛନ୍ତି ଯଥାର୍ଥତା ନୁହେଁ ବୋଲି ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥା ମତ ଦେଇଛି ।

ସୁନ୍ଦରଗଡ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ସୁନା ଥିବା ଆକଳନ କରାଯାଇଛି । ତେବେ ସ୍ୱଳ୍ପ ପରିମାଣରେ ଓ ବିକ୍ଷିପ୍ତ ଭାବରେ ମିଳୁଥିବାରୁ ଏହାର ସବିଶେଷ ଆକଳନ କରାଯାଇନାହିଁ । ଖାସକରି ନଦୀ ପଠା ଅଞ୍ଚଳରେ ସୁନା ଥିବା ଆକଳନ କରାଯାଇଛି ।

ବଜାରରେ ସୁନା ଦର ଦଶ ଗ୍ରାମ ପ୍ରତି ପାଖାପାଖି 34000 ଟଙ୍କା ରହିଛି । ପାରମ୍ପରିକ ଭାବେ ଭାରତୀୟମାନେ ସୁନା ପ୍ରତି ଅହେତୁକ ଆଗ୍ରହ ଓ ଦୁର୍ବଳ ରହିଛି । ନଈ ବଳିରୁ ମିଳୁଛି ସୁନା ଏହି ଖବର ଶୁଣିବା ପରେ ଆପଣଙ୍କୁ ମଧ୍ୟ ଆକର୍ଷିତ ହେବେ । ଠିକ ସେହିପରି ମାଲକାନଗିରି ଶୂନଧରିଆ ଗ୍ରାମବାସୀମାନେ ଆକର୍ଷିତ ହୋଇଛନ୍ତି । ଏହିଗ୍ରାମ ଲୋକମାନେ ଦିନତମାମ ମାତୁଛନ୍ତି ବଳି ସାଉଁଟି ସୁନା ବାହାର କରିବାରେ । ଏହିର ଅଧିକବାସୀଙ୍କ କହିବା କଥା ଯେ, ଗୋଟିଏ ସପ୍ତାହ ମଧ୍ୟରେ 10 ରୁ 12 ଗ୍ରାମ ସୁନା ମିଳିଯାଉଛି ।