ଓଡ଼ିଶାର ପୋଲିସ ବାତ୍ୟା ଫୋନି ସମୟରେ ଏହି ପ୍ରକାରର ଲୋକଙ୍କ ଜୀବନ ବଞ୍ଚିଥିଲା, ଇଣ୍ଟରନେଟରେ ଖୁବ ପ୍ରଶଂସା ହେଉଛି ।

Spread the love

ଓଡିଶାରୁ ଚକ୍ରବାହି ଫୋନି ଦୁରେଇ ଚାଲି ଯାଇଛି । ଏହି ବାତ୍ୟା ବିଗତ ଦୁଇ ଦଶନ୍ଧି ମଧ୍ୟରେ ସବୁଠୁ ବିପଦଜନକ ତୋଫାନ ଅଟେ । ଏହି ବାତ୍ୟାର ପରିଣତି ଏତେ ଭୟଙ୍କର ହୋଇପଡିଛି ଯେ, ଚାରିଆଡେ ଧ୍ୱଂସ ବିଧ୍ୱଂସ ହୋଇପଡିଛି । ଦିନରାତିର ପ୍ରଚେଷ୍ଠା ଫଳରେ ଓଡ଼ିଶାର ପୋଲିସ ଲୋକଙ୍କ ଧନ ଜୀବନକୁ କିଛି ପରିମାଣରେ ବିପଦମୁକ୍ତ ରଖିପାରିଛି ।

ଏହି ବାତ୍ୟା ପରେ ଭୁବନେଶ୍ୱର ଏବଂ ପୁରୀ ସମ୍ପୂର୍ଣ ଧ୍ୱଂସ ହୋଇପଡିଛି । ଏହି ସମୟରେ ପ୍ରଶାସନର କାର୍ଯ୍ୟ ପ୍ରଶଂସନୀୟ ହୋଇପଡିଛି । ପ୍ରଶାସନ 24 ଘଣ୍ଟା ମଧ୍ୟରେ 12 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ସଫଳ ହୋଇଥିଲା । ବିଗତ 1999ରେ ହୋଇଥିବା ସୁପର ସାଇକ୍ଲୋନରେ ଓଡ଼ିଶାରେ 10000 ରୁ ଅଧିକ ଜୀବନ ଯାଇଥିଲା । ଯେତେବେଳେ ବାତ୍ୟା ଫୋନି ବିଷୟରେ ପ୍ରଶାସନ ଏବଂ ପୋଲିସକୁ ଜଣା ପଡିଥିଲା; ଦୁହେଁ ଯଥା ସମ୍ଭବ ପ୍ରସ୍ତୁତି ରଖିଥିଲେ ଯାହା ଫଳରେ ହଜାର ହଜାର ଜୀବନ ବଂଚି ଯାଇପରିଥିଲା ।

ବାତ୍ୟାର ସମ୍ବାଦ ଦେବା ପାଇଁ ଲୋକଙ୍କୁ ପାଖାପାଖି 26 ଲକ୍ଷରୁ ଅଧିକ ଲୋକଙ୍କୁ ମେସେଜ କରାଯାଇଥିଲା । ଏହା ବ୍ୟତୀତ ଟିଭି ଏବଂ ରେଡ଼ିଓ ମାଧ୍ୟମରେ ବିଜ୍ଞାପନ ଜରିଆରେ ବାତ୍ୟାର ଖବର ଦେବା ପାଇଁ 43 ଜଣ ସ୍ୱୟଂସହାୟକ ସେବକଙ୍କୁ ନିଯୁକ୍ତ କରାଯାଇଥିଲା । ଏହା ସହ ପ୍ରଶାସନ ଏହି ବାତ୍ୟା ପାଇଁ ଏନ୍ଡ଼ିଆରଏଫର 16 ଅତିରିକ୍ତ ଦଳକୁ ଡାକିଥିଲେ ।

ପ୍ରଶାସନର ଅନେକ ଚିତ୍ର ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଚିତ୍ରରେ ଦେଖିବା ପାଇଁ ମିଳୁଛି କିପରି ମହିଳା ପୋଲିସ ମୋଟର ସାଇକେଲରେ ଗାଁ ଗାଁ ବୁଲି ଲୋକଙ୍କୁ ବାତ୍ୟାସ୍ଥଳରୁ ଦୁରେଇ ଯିବା ପାଇଁ ଚେତାବନୀ ଦେଉଛନ୍ତି । ଦ୍ଵିତୀୟ ଚିତ୍ରରେ ଆପଣ ଦେଖି ପାରୁଥିବେ ମହିଳା ପୋଲିସ କେନ୍ଦ୍ରାପଡାରେ ମୋଟର ସାଇକେଲରେ ଲୋକଙ୍କୁ ନିଜ ପଛ ସିଟରେ ବସାଇ ବିପଦମୁକ୍ତ ସ୍ଥାନକୁ ନେଇ ଯାଉଛନ୍ତି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଲୋକଙ୍କୁ ଟୁଇଟର ମାଧ୍ୟମରେ ଟୁଇଟ୍ କରି ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରତିଶୃତି ଦେଉଛନ୍ତି ।

ଅନେକ ବାଣିଜ୍ୟ ସଂସ୍ଥା ଆର୍ଥିକ ସହାୟତା ପାଇଁ ହାତ ବଢ଼ାଇଛନ୍ତି । ଦୁନିଆର ପ୍ରତିଟି କୋଣରେ ଭାରତୀୟ ଏଜେନ୍ସିସକୁ ପ୍ରଶଂସା କରୁଛନ୍ତି । ସଂଯୁକ୍ତ ରାଷ୍ଟ୍ର ମଧ୍ୟ ଏହି ବାତ୍ୟାର ସଫଳ ମୁକାବିଲା ପାଇଁ ଓଡିଶାକୁ ଭୁ ଭୁ ପ୍ରଶଂସା କରୁଛନ୍ତି । ୟୁଏନ ଏଜେନ୍ସି ଫର୍ ଡିଜାଷ୍ଟ୍ରେର ରିସ୍କ ରିଡକ୍ସନ ବାତ୍ୟାର ସଠିକ ଅନୁମାନ କରି ଏବଂ ତାହାର ପ୍ରକୃତ ସମୟ ଭିତରେ ଲୋକଙ୍କୁ ଚେତାବନୀ ଦେଇଥିବା କାରଣରୁ ଭାରତୀୟ ପାଣିପାଗ ବିଭାଗକୁ ପ୍ରଶଂସା କରିଛି ।