ହେ ପ୍ରଭୁ, ପୁଣି ମାଡି ଆସୁଛି ଲଘୁଚାପ, ଖୋଲିଲା ହୀରାକୁଦ 30 ଗେଟ୍, ଆଗକୁ ବଡ଼ ବନ୍ୟା

Heavy rain Flood

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାରେ ରହିଛି ଭୀଷଣ ବର୍ଷାର ଆଶଙ୍କା । ତେବେ ଏ ବର୍ଷ ହେବ ଭୟଙ୍କର ବନ୍ୟା । ଯାହା ଭାଙ୍ଗିବ ୧୦ ବର୍ଷର ରେକର୍ଡ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବାତ ରେ ପରିଣତ ହୋଇଛି । ଭୂବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ପାଣିପାଗ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ ସୁଦୃଶ୍ୟ ଲଘୁଚାପ ଘନିଭୂତ ହୋଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପକୂଳରେ ଏକ ଅବପାତରେ ପରିଣତ ହୋଇଛି ।

ବର୍ତ୍ତମାନ ଏହା ଦକ୍ଷିଣ ପୂର୍ବ ଦିଗରେ ୧୦ କିଲୋମିଟର ଏବଂ ବାଲେଶ୍ଵର ଠାରୁ ଉତ୍ତର ପୂର୍ବ ଦିଗରେ ୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଅଛି । ଆଗାମୀ ୬ଘଣ୍ଟା ମଧ୍ୟରେ ଉପକୂଳ ଅତିକ୍ରମ କରିବ ଅବପାତ । ଏହି ୬ ଘଣ୍ଟା ମଧ୍ୟରେ ଅବପାତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦୀଘା ନିକଟରେ ପଶ୍ଚିମବଙ୍ଗ ଉପକୂଳକୁ ଅତିକ୍ରମ କରିବ ।

rain 1

ତେବେ ଆଗାମୀ ୨୪ ଘଣ୍ଟା ଯାଏ ନିଜର ତୀବ୍ରତା ବଜାଏ ରଖିବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ୭୩ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଅଛି । ସେପଟେ ଫୁଲୁଚି ମହାନଦୀ ଆସୁଛି ବଡବନ୍ୟା । ଏଥର ମଧ୍ୟ ହୋଇପାରେ ବନ୍ୟା । ହୀରାକୁଦ ଜଳ ଭଣ୍ଡାର ଉଛୁଳୁଛି ।

ତେବେ ବିଗତ ବର୍ଷ ପରେ ଏଥର ମଧ୍ୟ ହୋଇପାରେ ସମ୍ବଲପୁର ତଥା ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି । ଯେହେତୁ ଲଘୁଚାପ ଜନିତ ବର୍ଷା କାରଣରୁ ଏବେ ହୀରାକୁଦ ଜଳ ଭଣ୍ଡାର ଗେଟ୍ ପର୍ଯ୍ୟାୟ କ୍ରମେ ଖୁଲୁଛି । ସେଥିପାଇଁ ସମ୍ବଲପୁର ସତଳିଆ ଅଞ୍ଚଳରେ ବନ୍ୟାର ପାଦ୍ରୁଭାବକୁ ଏଡାଇ ଦିଆଯାଇପାରିବ ନାହିଁ । ବର୍ତ୍ତମାନ ଛତିଶଗଡ଼ ତଥା ହୀରାକୁଦର ଉପରମୁଣ୍ଡରେ ବର୍ଷା ଲାଗି ରହିଛି । ଏହି କାରଣରୁ ନଦୀ ବନ୍ଧର ଜଳ ସ୍ଥଳ ବୃଦ୍ଧି ପାଉଛି ।

ସେଥିପାଇଁ ମହାନଦୀ ଅବବାହିକାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ ଅବଲମ୍ବନ ଓ ବନ୍ୟା ଆଶ୍ରୟ ସ୍ଥଳୀକୁ ଏବଂ ଉଇଡ୍ର ଟିମ୍ କୁ ଆଲଣ୍ଟ ଜାରି କରାଯାଇଛି । ଲଘୁଚାପ ଜନିତ ବର୍ଷା ଓଡିଶାର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି । ତିନିଦିନ ଅପେକ୍ଷା ପାଣିପାଗ ବିଭାଗ ଆଲଣ୍ଟ ଜାରି କରିଛନ୍ତି । ଆଜି ଅପେକ୍ଷା କାଲି ଓ ପରଦିନ ଲଗାତାର ଭାବେ ଦୁଇଦିନ ପର୍ଯ୍ୟନ୍ତ ଆହୁରି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ