ରାଣୀ ଶୋଇଥିବା ଅବସ୍ଥାରେ କହିଲେ କି, ହେ ! ଭଗବାନ ସେହି ବିଚରାର କଣ ହେବ ? ଏହି କଥା ରାଜା ଶୁଣି, ଭାବିଲେ ରାଣୀଙ୍କ ମନରେ କୌଣସି ପର ପୁରୁଷ ଅଛି । ପଢନ୍ତୁ ଥରଟିଏ

Spread the love

ଦିନ ଗୋଟିଏ ରାଜା ନିଜ ପତ୍ନୀଙ୍କ ସହ ତୀର୍ଥ ଯାତ୍ରା କରି ଫେରିଲେ, ଅତ୍ୟଧିକ ଥଣ୍ଡା ଯୋଗୁଁ ମହଲରେ ପହଞ୍ଚିବା ପରେ ରାଣୀଙ୍କ ଦେହ ଅସୁସ୍ଥ ହୋଇଗଲା । ଶୋଇବା ସମୟରେ ରାଣୀ ନିଦରେ କହିଲେ କି, ହେ ! ଭଗବାନ ସେହି ବେଚରାର କି ପରିସ୍ଥିତି ହେବ, ଏହି କଥା ରାଜା ଶୁଣିଦେଲେ, ଭାବିଲେ ରାଣୀଙ୍କ ମନରେ କୌଣସି ପର ପୁରୁଷ ଅଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଭାବରେ :

ପତି ପତ୍ନୀ ଉଭୟଙ୍କୁ ଯେତେବେଳେ ପର୍ଯ୍ୟନ୍ତ ସମ୍ପୂର୍ଣ ବିଷୟ ଜଣା ନ ଥାଏ, କୌଣସି ନିର୍ଣ୍ଣୟରେ ପହଞ୍ଚିବା ଉଚିତ ନୁହେଁ ।

ଗୋଟିଏ ଲୋକଗଳ୍ପ ବା ଲୋକକଥା ଅନୁସାରେ ପୁରାତନ ସମୟରେ ଗୋଟିଏ ରାଜା ନିଜ ରାଣୀଙ୍କ ସହ ତୀର୍ଥ ଯାତ୍ରା କରିବାକୁ ଯାଇଥିଲେ । ରାସ୍ତାରେ ସେମାନେ ଗୋଟିଏ ସନ୍ଥ (ସାଧୁ)ଙ୍କୁ ଦର୍ଶନ କରିଥିଲେ । ସେମାନେ ଭଗବାନ ମହାବୀରଙ୍କୁ ମଧ୍ୟ ଦର୍ଶନ କରିଥିଲେ । ସବୁ ସନ୍ଥ ଭିନ୍ନ ଭିନ୍ନ ରୂପରେ ତପସ୍ୟା କରୁଥିଲେ । ସେହି ସମୟରେ ଶୀତ ଋତୁ ଚାଲୁଥିଲା ଓ ତାପମାତ୍ରା ବହୁତ କମ୍ ଥିଲା । ରାଣୀ ଦେଖିଲେ କି, ଗୋଟିଏ ସନ୍ଥ ବହୁତ ଥଣ୍ଡାରେ ବିନା ପୋଷାକ ତପସ୍ୟା କରୁଥିଲେ । ସେହି ରାତିରେ ରାଜା ଓ ରାଣୀ ମହଲାକୁ ଫେରି ଆସିଲେ ।

ରାତ୍ରରେ ଶୋଇବା ସମୟରେ ଥଣ୍ଡା ଯୋଗୁଁ ରାଣୀଙ୍କ ଦେହ ଅସୁସ୍ଥ ହୋଇଗଲେ । ଅସୁସ୍ଥ ଶାରୀରି ଓ ଥକ୍କାୱପଣ ଯୋଗୁଁ ରାଣୀ ଗଭୀର ନିଦରେ ଶୋଇପଡିଲେ । ଶୋଇଥିବା ଅବସ୍ଥାରେ ସେହି ସନ୍ଥଙ୍କୁ ମନେ ପଡ଼ିଗଲା, ଯିଏକି ଥଣ୍ଡାରେ ବିନା ପୋଷାକରେ ତପସ୍ୟା କରୁଥିଲେ । ରାଣୀ ଭାବିବାକୁ ଲାଗିଲେ କି, ମୋ ପାଖରେ ସବୁ ସୁବିଧା ଅଛି ତଥାପି ମୁଁ ଏହି ଥଣ୍ଡାକୁ ସହ୍ୟ କରିପାରୁ ନାହିଁ ଓ ନିଦରେ କହିବାକୁ ଲାଗିଲେ । “ହେ ଭଗବାନ ! ଏତେ ଥଣ୍ଡାରେ ସେହି ବିଚରାର କଣ ଅବସ୍ଥା ହେବ ?”

ଏହି କଥା ରାଜା ଶୁଣିଦେଲେ । ରାଜାଙ୍କୁ ସନ୍ଦେହ ଆସିଲା କି, ରାଣୀଙ୍କ ମନରେ କୌଣସି ପରପୁରୁଷ ଅଛି, ଯାହାର ଚିନ୍ତା ରାଣୀଙ୍କୁ ନିଦରେ ମଧ୍ୟ ହେଉଛି । ଏହି କଥା ମନେ ଭାବି ତୁରନ୍ତ ରାଜାଙ୍କୁ ବହୁତ କ୍ରୋଧ ଆସିଗଲା । ରାଜା ସେହି କକ୍ଷରୁ ବାହାରକୁ ଆସିଗଲେ ଓ ନିଜ ମନ୍ତ୍ରୀଙ୍କୁ ଆଦେଶ ଦେଲେ କି, ରାଣୀ ଶୋଇଥିବା କକ୍ଷକୁ ନିଆଁ ଲଗାଇ ଦିଅ ।

ଏହାପରେ ରାଜା ନିଜ ମନକୁ ଶାନ୍ତ କରିବା ପାଇଁ ଭଗବାନ ମହାବୀରଙ୍କ ପାଖରେ ପହଞ୍ଚିଗଲେ ଓ ସବୁ ଘଟଣା ଜଣାଇଲେ । ମହାବୀର ସ୍ୱାମୀ କହିଲେ ରାଜା, ରାଣୀ ପବିତ୍ରତା ଅଟନ୍ତି, ସେ ପବିତ୍ର, ତୁମେ ଏହା କଣ କରିଦେଲ ?

ଏହା ଶୁଣିବା ତୁରନ୍ତ ରାଜାଙ୍କୁ ନିଜ ଭୁଲର ଅନୁତାପ ହେଲା ଓ ରାଜା ଯଥା ଶୀଘ୍ର ମହଲାକୁ ଫେରି ନିଜ ମନ୍ତ୍ରୀଙ୍କୁ ପଚାରିଲେ ତୁମେ ରାଣୀଙ୍କ କକ୍ଷରେ ନିଆଁ ଲଗେଇ ଦେଲ କି ?

ମନ୍ତ୍ରୀ କହିଲେ ରାଜା, ଆପଣଙ୍କ ଆଦେଶ ତ ପାଳନ କରିବାକୁ ଥିଲା । ଏହା ଶୁଣି ରାଜା ନିରାଶ ହୋଇଗଲେ । ସେତେବେଳେ ମନ୍ତ୍ରୀ କହିଲେ, ରାଜା ଆପଣ ନିରାଶ ହୁଅନ୍ତୁ ନାହିଁ, ମହଲା ଓ ରାଣୀ ଦୁହେଁ ସୁରକ୍ଷିତରେ ଅଛନ୍ତି । ମୁଁ ଜାଣିଥିଲି କି, ଆପଣ ଏହି ଆଦେଶ କ୍ରୋଧରେ ଦେଇଥିଲେ । ତେଣୁ ମୁଁ ଏହି ଆଦେଶକୁ ପାଳନ କରିଲିନାହିଁ ।

ରାଜା ତୁରନ୍ତ ରାଣୀଙ୍କ ପାଖରେ ପହଞ୍ଚିଲେ ଓ ସଂକଳ୍ପ ନେଲେ କି, “ଆଜିଠାରୁ କୌଣସିବି ନିର୍ଣ୍ଣୟ କ୍ରୋଧରେ କରିବି ନାହିଁ । ଯେତେବେଳେ ପର୍ଯ୍ୟନ୍ତ କୌଣସି ବିଷୟରେ ସମ୍ପୁର୍ଣରୂପେ ନ ଜାଣିବି ସେତେବେଳେ ପର୍ଯ୍ୟନ୍ତ କିଛି ନିର୍ଣ୍ଣୟ ନେବି ନାହିଁ ।”

ଏହି ଗଳ୍ପରୁ ଶିକ୍ଷଣୀୟ କଥା –

ପତି ପତ୍ନୀଙ୍କ ସମ୍ପର୍କ, ପରସ୍ଵର ଭରସା ଉପରେ ନିର୍ଭର କରିଥାଏ । ଦୁହେଁଙ୍କୁ ଧ୍ୟାନ ଦେବା ଆବଶ୍ୟକ କି, ଯେତେବେଳେ ପର୍ଯ୍ୟନ୍ତ କୌଣସି ବିଷୟର ସତ୍ୟତା ନ ଜାଣି, କୌଣସି ନିର୍ଣ୍ଣୟ ନେବା ଉଚିତ ନୁହେଁ । ବୈବାହିକ ଜୀବନରେ କେବେ ମଧ୍ୟ କ୍ରୋଧରେ ନିର୍ଣ୍ଣୟ ନେବା ଉଚିତ ନୁହେଁ ।