ଆପଣ ଶୁଣିଲେ ବିଶ୍ୱାସ କରିବେ ନାହିଁ କିନ୍ତୁ ଏହା ସତ ଅଟେ । ନଣନ୍ଦ ଓ ଭାଉଜଙ୍କ ମଧ୍ୟରେ ସମଲିଙ୍ଗୀୟ ସମ୍ପର୍କ ଗଢି ଉଠିଥିଲା !

Spread the love

ଜଣେ ନଣନ୍ଦଙ୍କୁ ନିଜ ଭାଉଜ ସହ ହିନ ପ୍ରେମ ହୋଇଯାଇଥିଲା ଓ ପରେ କିଛି ଏପରି ହୋଇଥିଲା ଯାହା ଶୁଣିବା ପରେ ବିଶ୍ଵାସ କରି ପାରିବେ ନାହିଁ ।

ପ୍ରେମ କେବେ ମଧ୍ୟ କାହା ସହିତ ହୋଇଯାଇଥାଏ କେହି ଜାଣି ନଥାନ୍ତି । ପ୍ରତ୍ୟେକ ମଣିଷ ଜୀବନରେ ପ୍ରେମ ନିଶ୍ଚିୟ ଆସିଥାଏ । କିନ୍ତୁ କେତେବେଳେ କେଉଁ ସମୟରେ କିପରି ହେବ କାହାରିକୁ ଜଣା ପଡେ ନାହିଁ ।

ପ୍ରେମ ଏପରି ଏକ ଅନୁଭୂତି କେତେବେଳେ କାହା ସହିତ ହୋଇଯାଇଥାଏ କହି ପାରନ୍ତି ନାହିଁ । ବେଳେବେଳେ ଆମେ ଏହିକଥା ଅନ୍ୟ ଠାରୁ ଶୁଣି ଥାଉ କିମ୍ବା ଆମେ ମଧ୍ୟ ଅନ୍ୟକୁ ଏହି ବିଷୟରେ କହିଥାଉ ଯେ, “ପ୍ରେମ ଅନ୍ଧ ଅଟେ” । ଏହା ଜାତି, ଧର୍ମ, ବୟସ କିଛି ଦେଖେ ନାହିଁ, କିନ୍ତୁ ବର୍ତ୍ତମାନ ପ୍ରେମରେ ଲିଙ୍ଗର ତାରତମ୍ୟ ମଧ୍ୟ ରହି ନାହିଁ । ଆଜିର ଏହି ଦୁନିଆରେ ପ୍ରେମର ଏକ ନୂଆ ପରିଭାଷା ଲୋକେ ଲେଖିଛନ୍ତି । ଏହିପରି ଏକ ଘଟଣା ଆଜି ଆପଣଙ୍କ ପାଇଁ ଆମେ ନେଇ ଆସିଛୁ । ଯେଉଁଠି ନଣନ୍ଦ ନିଜ ଭାଉଜ ସହିତ ପ୍ରେମ ହୋଇଛି ଏବଂ ଯାହାସବୁ ଘଟଣା ଘଟିଥିଲା ସେହି ବିଷୟରେ କେହି କେବେ ମଧ୍ୟ ଭାବି ନଥିବେ ।

ଘଟଣାଟି ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାର । ହାପୁଡ଼ ଜିଲ୍ଲାର ତବଲି ଗ୍ରାମର ଦୁଇ ଜଣ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେମାନେ ଦୁଇଜଣ ସମ୍ପର୍କରେ ନଣନ୍ଦ ଓ ଭାଉଜ ଅଟନ୍ତି । ଦୁଇଜଣଙ୍କ ଭିତରେ ଦିନକୁ ଦିନ ପ୍ରେମ ବଢିବାକୁ ଲାଗିଲା । ଏହିପରି ଦିନେ ଘର ଲୋକଙ୍କ ସାମ୍ନାରେ ସେମାନଙ୍କ ସମ୍ପର୍କ ଧରା ପଡିଯାଇଥିଲା । ଘରଲୋକ ଜାଣିସାରିବା ପରେ, ଘଟଣାଟି ପୁଲିସ ପର୍ଯ୍ୟନ୍ତ ଚାଲି ଯାଇଥିଲା । ପ୍ରେମରେ ପଡିବା ଲୋକ କେବଳ ନିଜ ହୃଦୟର କଥା ଶୁଣେ ।

ନଣନ୍ଦ ଭାଉଜଙ୍କ ପ୍ରେମ ଖୁବ୍ ଗଭୀର ହୋଇପଡିଥିଲା :

ନଣନ୍ଦ ଓ ଭାଉଜ ଦୁଇଜଣଙ୍କ ବାହାଘର ହୋଇ ସାରିଥିଲା । ଉଭୟ ଉଭୟଙ୍କ ଶଶୁରଙ୍କ ଘରେ ରହୁଥିଲେ, କିନ୍ତୁ ଦିନେ ହଠାତ୍ ନଣନ୍ଦ ନିଜ ମାଆ ଘରକୁ ଆସି କାନ୍ଦିବାକୁ ଲାଗିଲା ଓ ଏହାପରେ ଘରଲୋକ ତାକୁ ଘରେ ରହିବାକୁ ଦେଇଥିଲେ । ନଣନ୍ଦ ଘରେ ରହିବା ଦିନଠୁ ହିଁ ନଣନ୍ଦ ଓ ଭାଉଜ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଥିଲା । ଯେତେବେଳେ ମଧ୍ୟ ଘରଲୋକ ନଣନ୍ଦକୁ ନିଜ ଶଶୁରଙ୍କ ଘରକୁ ଯିବା ପାଇଁ କହିଲେ, ସେ ବିଭିନ୍ନ ପ୍ରକାରର ବାହାନା ବନାଇବାକୁ ଲାଗେ ଓ ଶଶୁରଙ୍କ ଘରକୁ ଯାଇନଥିଲା । ଏପରିକି ଭାଉଜ ଖୋଲାଖୋଲି କହିବାକୁ ଲାଗିଲା ଆମ ଦୁଇଜଣଙ୍କ ସମ୍ପର୍କ ବିଗତ ୪ ବର୍ଷ ହେଲା ଚାଲିଛି ଓ ଆମେ ବହୁତ ଖୁସିରେ ଅଛୁ ।

ଭାଇ ଓ ସ୍ୱାମୀ ବୁଝାଇଲେ ପରେ ମଧ୍ୟ କିଛି ଫଳ ହେଲା ନାହିଁ :

ବାରମ୍ବାର କହିସାରିବା ପରେ ମଧ୍ୟ ନଣନ୍ଦ ନିଜ ଶ୍ୱଶୁରଙ୍କ ଘରକୁ ଯାଇନଥିଲା, ଏହାପରେ ବାପା ଘର ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା ହେଲା । ସବୁ ଜାଣିସାରିବା ପରେ ଉଭୟଙ୍କ ସ୍ଵାମୀ ଉଭଯଙ୍କୁ ବହୁତ ବୁଝାଇଲେ କିନ୍ତୁ କିଛି ଫଳ ମିଳି ନଥିଲା । ମାମଲା ଏତିକିରେ ରହି ନଥିଲା, ନଣନ୍ଦ ଓ ଭାଉଜ କୋର୍ଟକୁ ଯାଇ ବିବାହ କରି ଦେଇଥିଲେ । ଉଭୟଙ୍କ ଘର ଲୋକ ଜାଣିବା ପରେ ଘଟଣା ସାଂଘାତିକ ହୋଇଉଠିଲା । ଏହାପରେ ଉଭୟ ନଣନ୍ଦ ଓ ଭାଉଜ ନିଜ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ ।

ପୁଲିସ ମଧ୍ୟ ଏହି ମାମଲାରେ କିଛି ପଦକ୍ଷେପ ନେବା ପାଇଁ ମନା କରିଦେଇଥିଲା :

ମାମଲାର ସମାଧାନ କରିବା ପାଇଁ ଘରଲୋକ ପୋଲିସକୁ କହିଥିଲେ, କିନ୍ତୁ ପୋଲିସ କହିଥିଲା ସମଲିଙ୍ଗୀୟ ବିବାହ ଓ ସମ୍ପର୍କ ଅପରାଧ ନୁହେଁ । ସମଲିଙ୍ଗୀୟ ସମ୍ପର୍କ ଆଇନ ସହମତ ଅଟେ । ଏହି ପରିସ୍ଥିତିରେ ଆମେ କିଛି ମଧ୍ୟ କରିପାରିବୁ ନାହିଁ । ପୋଲିସ ଠାରୁ ଏହା ଶୁଣି ସାରିବା ପରେ ପରିବାର ଲୋକଙ୍କ ଚେତ ହଜି ଯାଇଥିଲା ଓ ପାଦତଳରୁ ମାଟି ଖସି ଯାଇଥିଲା । ବର୍ତ୍ତମାନ ନଣନ୍ଦ ଓ ଭାଉଜ ପରସ୍ପର ବହୁତ ଖୁସିରେ ଅଛନ୍ତି ।