ନୂଆ ବର୍ଷରୁ ବଡ଼ ଦେଉଳରେ ଲାଗୁ ହେବ ନୂଆ ନିୟମ :

Spread the love

ପୁରୀର ବଡ ଦେଉଳ ନୂଆ ବର୍ଷରୁ ନୂଆ ନିୟମ ଲାଗିବ । ପୁରୀ ଶ୍ରୀମନ୍ଦିରରେ ନୂଆବର୍ଷରୁ ଲାଗୁ ହେବ ଅବଢା ଦର ତାଲିକା । ଆନନ୍ଦ ବଜାରରେ ଲାଗିବ ଅବଢା ଦର ତାଲିକା । ଅବଢାର ମୂଲ୍ୟ କେତେ ରହିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ରେଟ ଚାର୍ଟ ଲଗାଇବ । ଆନନ୍ଦବଜାରକୁ ଶୃଙ୍ଖଳିତ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଅବଢା ଦର ନିର୍ଦ୍ଧାରଣ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି । ଏତଦବ୍ୟତୀତ ତିନିଠାକୁରଙ୍କ ଭିତରକାଠ ନିକଟରୁ ଦର୍ଶନ ପାଇଁ ଅନଲାଇନ ଟିକେଟ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । କିନ୍ତୁ କେଉଁ ନିର୍ଦ୍ଦିଷ୍ଟ ତାରିଖରୁ ଏହି ନୂଆ ନିୟମ ଲାଗୁ କରାଯିବ ସେନେଇ କୌଣସି ନିଷ୍ପତି ନିଆ ଯାଇନାହିଁ ।

ଅନଲାଇଟ ଟିକେଟ କାଟି ଭକ୍ତ ମାନେ ଭିତରକାଠ ନିକଟରୁ ଜଗାକୁ ଦର୍ଶନ କରିପାରିବେ । ତେବେ ସାହାଣମେଳା ସମୟରେ ବିନା ଟିକେଟରେ ମଧ୍ୟ ଭକ୍ତ ମାନେ ପାରମାଣିକ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଭିନ୍ନ ସେବାୟତ ନିଯୋଗ ମଧ୍ୟ ସାମିଲ ହୋଇଛନ୍ତି ।

ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଥିଲେ, ଆଜିର ବୈଠକରେ ନୁଆବର୍ଷର ନୀତି ଓ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ପ୍ରତିବର୍ଷ ନୂଆବର୍ଷରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ହୋଇଥାଏ । ଏହି ବର୍ଷ ମଧ୍ୟ ପାଞ୍ଚରୁ ଛଅ ଲକ୍ଷ ଭକ୍ତ ଶ୍ରୀମନ୍ଦିର ଆସିବେ ବୋଲି ପୂର୍ବାନୁମାନ କରାଯାଇଛି । ବିଶେଷ କରି ଡିସେମ୍ବର 31 ଓ ଜାନୁଆରୀ 1 ତାରିଖ ଏହି ଦୁଇ ଦିନ ଶ୍ରୀମନ୍ଦିରରେ ଭିଡ଼ ଅଧିକ ରହିବ । ଏହାକୁ ଆଖି ଆଗରେ ରଖି ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ଼ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।