ନୂଆ ବର୍ଷ 2019ରେ ମିଳି ପରେ ଅନେକ ସଫଳତା, ଆପଣାନ୍ତୁ ଏହି ଉପାୟ :

Spread the love

ଇଂରାଜୀ ନବବର୍ଷ 2019 ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ । 2019 ନୂଆ ବର୍ଷରେ ସମସ୍ତଙ୍କୁ ଆର୍ଥିକ ସ୍ଥିତି କିପରି ମଜବୁତ ହେବ, ସମସ୍ତଙ୍କୁ କିପରି ରୋଗରୁ ମୁକ୍ତି ମିଳିବ, ବ୍ୟାପାରରେ କେମିତି ସଫଳ ହେବେ, ଘରର ଦୁଃଖ ଅଶାନ୍ତି ସବୁ ଦିନ ପାଇଁ କେମିତି ଦୁରେଇ ଯିବ, ଚାକିରୀରେ ସଫଳତା କେମିତି ମିଳିବ, ବିବାହ କେମିତି ହେବ, ସବୁ ସମସ୍ୟାରୁ କେମିତି ମୁକ୍ତ ହେବେ ଆଜି ଆମେ ଏହାର ଉପାୟ ବତେଇବୁ ।

1) ଧନର ଅଭାବ ପୁରା ବର୍ଷ ହେବ ନାହିଁ କରନ୍ତୁ ଏହି ଉପାୟ :-

5ଟି ପଦ୍ମ, ଗୋଲାପ ଅତର ସହିତ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ତା’ସହିତ ଶ୍ରୀମନ୍ତ୍ରର 11 ଥର ଜପ କରନ୍ତୁ ଘରକୁ ଆସିବା ସମୟରେ ଦୁଇଟି ପଦ୍ମ ଲକ୍ଷ୍ମୀ ମାତାଙ୍କର ପାଦରେ ସ୍ପର୍ଶ କରି ଆଣି ପର୍ସରେ ରଖନ୍ତୁ ।

2) ମା’ଙ୍କ ଆଶୀର୍ବାଦ ଦ୍ୱାରା ହୋଇ ଯିବେ ମାଲାମାଲ ପୁରା ବର୍ଷ:-

ଗୋଟେ ପାନ ପତ୍ରରେ ଲାଲ ରଙ୍ଗର ଗୋଲାପ ଫୁଲ ରଖି ଅଶ୍ୱତ୍ଥ ଗଛ ତଳେ ରଖନ୍ତୁ ଆଉ ପ୍ରଣାମ କରନ୍ତୁ ଆଉ ନିଜର ମନସ୍କାମନା ପାଇଁ ପ୍ରାର୍ଥନା କରନ୍ତୁ ଏବଂ ଗରିବଙ୍କୁ ଖାଦ୍ୟ ଖୁଆନ୍ତୁ ।

3) ବ୍ୟାପାରରେ ହେବ ପୁରା ବର୍ଷ ଧନର ବର୍ଷା:-

ନିଜର ବ୍ୟାପାର ସ୍ଥଳକୁ ଯିବା ପରେ ସବୁଠାରୁ ପ୍ରଥମେ ଗଙ୍ଗା ଜଳର ସିଞ୍ଚନ କରନ୍ତୁ । ଗଣେଶ ଓ ଲକ୍ଷ୍ମୀ ଠାକୁରାଣୀଙ୍କ ସାମ୍ନାରେ ଗୋଲାପ ଧୂପ କାଠି ଜଳାନ୍ତୁ ଆଉ ଗଣେଶ ଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ ।  (ଓଁ ଶ୍ରୀ ଗଣେଶାୟଃ ନମଃ) (ଓଁ ଶ୍ରୀ ମହାଲକ୍ଷ୍ମୀ ନମୋ ନମଃ)

4) ବହୁତ ଲମ୍ବା ସମୟ ଧରି ରୋଗରେ ପଡିଛନ୍ତି ତୋ କରନ୍ତୁ ଏହି ଉପାୟ,;-

ନିଜର ଶୟନ କ୍ଷେତ୍ରରେ ଶୋଇବା ପୂର୍ବରୁ କର୍ପୂର ଜଳାନ୍ତୁ । ନିଜର ମୁଣ୍ଡ ଦକ୍ଷିଣ ଦିଗକୁ ରଖନ୍ତୁ, ଭଗବାନ ଶିବ ଶଙ୍କରଙ୍କୁ ପଞ୍ଚାମୃତ ଚଢାନ୍ତୁ, ଧଳା ଅର୍କ ଫୁଲ ଶିବ ଙ୍କ ମଥାରେ ଚଢାନ୍ତୁ, ସବୁବେଳେ ସଫା ସୁତରା ପୋଷାକ ପରିଧାନ କରନ୍ତୁ, ଆଉ ଆବଶ୍ୟକ ସମୟରେ ଡ଼ାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ।

5) ବର୍ଷସାରା ଭଲ ସ୍ୱାସ୍ଥ୍ୟ ପାଇଁ କରନ୍ତୁ ଏହି ଉପାୟ :-

ସକାଳୁ ଶୀଘ୍ର ଉଠାନ୍ତୁ ଆଉ ପ୍ରଣାୟମ କରନ୍ତୁ । ଖାଲି ପେଟରେ ତମ୍ବା ପାତ୍ରରେ ଜଳ ଖାଆନ୍ତୁ । ରୋଗାଗ୍ରସ୍ଥ ଲୋକଙ୍କୁ ଔଷଧ ଦାନ କରନ୍ତୁ ।

“ଓଁ ନମଃ ଶିବାୟଃ” ମନ୍ତ୍ର ଜପ କରନ୍ତୁ ।

6) ପିଲାମାନେ ସୁସ୍ଥ ରହିବା ପାଇଁ କରନ୍ତୁ ଏହି ଉପାୟ:-

ସର୍ବପ୍ରଥମେ ପିଲାମାନଙ୍କୁ ଘରର ଖାଦ୍ୟ ଖୁଆଇବା ପାଇଁ ଅଭ୍ୟାସ କରନ୍ତୁ । ବାହାର ଖାଦ୍ୟ ପେୟ ଠାରୁ ଦୂରେଇ ରଖନ୍ତୁ, ହେଇପାରେ ତୋ ମିଠା ଆମ୍ବଲା ଖୁଆନ୍ତୁ । ପ୍ରଚୁର ପାଣି ପିଇବାକୁ ଦିଅନ୍ତୁ ।

7) 2019ରେ ମିଳିବ ଉତ୍ତମ ଚାକରି ପାଇବା ପାଇଁ କରନ୍ତୁ ଏହି ଉପାୟ :-

ଗୋଟେ ଧଳା କନା ନିଅନ୍ତୁ ତାକୁ କେଶର ଦ୍ୱାରା ରଂଗାନ୍ତୁ ଆଉ ଶୁକ୍ଳପକ୍ଷ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ଡାହାଣ ହାତରେ ପିନ୍ଧାନ୍ତୁ । ହଳଦିଆ ମିଠାର ଭୋଗ ଲଗାନ୍ତୁ । ଏମିତି ଲଗାତାର 5 ଗୁରୁବାର କରନ୍ତୁ ଭଲ ଚାକିରୀ ନିଶ୍ଚିତ ମିଳିବ ।

8) ବିବାହରେ ଯଦି ସମସ୍ୟା ଆସୁଛି ତେବେ କରନ୍ତୁ ଏହି ଉପାୟ:-

ବିବାହ ସମସ୍ୟାକୁ ଦୁର କରିବା ପାଇଁ ସବୁଠାରୁ ପ୍ରଥମେ ଦେବୀ ଦେବତାଙ୍କର ପୂଜାର୍ଚନା କରନ୍ତୁ । ଯଦି କିଛି ପତ୍ରିକାରେ ଦୋଷ ଥାଏ ତେବେ ତାକୁ ଦୂର କରିବା ପାଇଁ ପ୍ରୟାସ କରନ୍ତୁ । ହାଲୁକା ହଳଦିଆ ଗୋଲାପ ରଙ୍ଗର ବସ୍ତ୍ରର ପ୍ରୟୋଗ କରନ୍ତୁ ତଥା ଭଗବାନ ଶିବଙ୍କର ପୂଜା କରନ୍ତୁ । ଗରିବଙ୍କୁ ବସ୍ତ୍ରଦାନ କରନ୍ତୁ ।

9) ଘରର ଦୁଃଖ ଅଶାନ୍ତି ହେବ ଦୂର, କରନ୍ତୁ ଏହି ଉପାୟ :-

ସର୍ବପ୍ରଥମେ ଘରର ବଡ଼ ବୟସ୍କ ବ୍ୟକ୍ତି ସକାଳୁ ଘରର ମୁଖ୍ୟ ଦ୍ୱାରା ଉପରେ ଜଳ ସିଞ୍ଚନ କରିବା ଦରକାର । ନିଜର ପୂର୍ବ ପୁରୁଷ ନାମରେ ଗାଈ ଘିଅରେ ଦୀପ ଅଶ୍ୱତ୍ଥ ଗଛ ତଳେ ଜଳାନ୍ତୁ । ସମୟ ସମୟରେ ପୂଜା ପାଠ ହୋମ ଆଦି ଘରେ କରୁଥିବା ଦରକାର ଅଟେ ।

10) ଡର ସମସ୍ୟାର ହେବ ସମାଧାନ :-

ଯଦି ଆପଣଙ୍କର ଘରେ ଆପଣ କିମ୍ବା ପରିବାରର ଅନ୍ୟ କେହି ବ୍ୟକ୍ତି ନିଜେ ଘରେ ହିଁ ଡରୁଛନ୍ତି ତେବେ ସକାଳୁ ଓ ସନ୍ଧ୍ୟା ସମୟରେ ହନୁମାନ ଚାଲିସା ପାଠ କରନ୍ତୁ । ନିଜର ଶୋଇବା ଘରେ ପାଣି ଭରି ରଖନ୍ତୁ ନାହିଁ । ନିଜ କୂଳଗୁରୁଙ୍କର ପୂଜନ କରନ୍ତୁ ।