ଆମୀର ଖାନଙ୍କ ସହ ପ୍ରଥମ ଫିଲ୍ମରେ ରୋମାନ୍ସ କରିଥିଲେ ଏହି ଅଭିନେତ୍ରୀ । ବର୍ତ୍ତମାନ ସନ୍ନ୍ୟାସିନୀ ହୋଇଯାଇଛନ୍ତି ।

Spread the love

୯୦ କିମ୍ବା ୨୦୦୦ ଦଶକରେ ଯେଉଁ ଅଭିନେତ୍ରୀ ମାନେ ବଲିଉଡରେ କାମ କରୁଥିଲେ, ସେମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀ ଗୁମନାମୀରେ ହଜି ଯାଇଥିବା ବେଳେ କିଛି ଅଭିନେତ୍ରୀ ଘର ସଂସାରରେ ଲାଗି ରହିଛନ୍ତି । ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଅଭିନେତ୍ରୀ ଗ୍ରେସୀ ସିଂହ, ଯିଏ ଆମୀର ଖାନଙ୍କ ସହ ଫିଲ୍ମ ଲଗାନରେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଗ୍ରେସୀ ୨୦ ଜୁଲାଇରେ ନୂଆଦିଲ୍ଲୀରେ ନିଜର ୩୯ତମ ଜନ୍ମ ଦିବସ ପାଳନ କରିଛନ୍ତି । କିନ୍ତୁ ବିଗତ କିଛି ସମୟ ପୂର୍ବରୁ ଗ୍ରେସୀ ବାଲିଉଡ଼ ଇଣ୍ଡଷ୍ଟ୍ରିରୁ ଉଭାନ ହୋଇଯାଇଛନ୍ତି ଏବଂ ଖବର ମିଳିଛି ଆମୀର ଖାନଙ୍କ ସହ ନିଜର ପ୍ରଥମ ଫିଲ୍ମରେ ରୋମାନ୍ସ କରିସାରିଥିବା ଏହି ଅବିନେତ୍ରୀ ବର୍ତ୍ତମାନ ସନ୍ନ୍ୟାସିନୀ ଭାବରେ ଜୀଵନ ଅତିବାହିତ କରୁଛନ୍ତି । ଆସନ୍ତୁ ଜାଣିବେ ଏହି କଥାରେ କେତେ ସତ୍ୟତା ରହିଛି ।

ଆମୀର ଖାନଙ୍କ ସହ ନିଜର ପ୍ରଥମ ଫିଲ୍ମରେ ରୋମାନ୍ସ କରିଥିଲେ ଏହି ଅଭିନେତ୍ରୀ ଜଣଙ୍କ :

୧୯୯୭ରେ ଜି-ଟିଭିରେ ଆସିଥିବା ପ୍ରସିଦ୍ଧ ଧାରାବାହିକ ଅମାନତରେ ଗ୍ରେସୀ ସିଂହ, ଡିଙ୍କି ଚରିତ୍ରରେ ଅଭିନୟ କରିଥିଲେ । ଏହା ପରେ କିଛି ଧାରାବାହିକରେ ଅଭିନୟ କରିବା ପରେ ଫିଲ୍ମ ଲଗାନରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା । ନିର୍ଦ୍ଦେଶକ ଆଶୁତୋଷ ଗୋବିରକର ଫିଲ୍ମ ଲଗାନରେ ଭାରତୀୟ ସଂସ୍କୃତିର ନୃତ୍ୟ କରିପାରୁଥିବା ଅଭିନେତ୍ରୀଙ୍କ ସନ୍ଧାନ କରୁଥିଲେ ଏବଂ ଆଶୁତୋଷଙ୍କ ସନ୍ଧାନ ଧାରାବାହିକ ଅମାନତର ଡିଙ୍କି ଚରିତ୍ରରେ ଶେଷ ହୋଇଥିଲା ।

ଅଡିସନରେ ଯେତେବେଳେ ଗ୍ରେସୀ ପହଞ୍ଚିଥିଲେ, ସେଠାରେ ସହସ୍ର ସଂଖ୍ୟାରେ ଝିଅମାନେ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ଗ୍ରେସୀଙ୍କୁ ବଛା ଯାଇଥିଲା ଏବଂ ଗ୍ରେସୀଙ୍କ କ୍ୟାରିୟରର ଗାଡି ଆଗକୁ ଗଢି ଚାଲିଥିଲା । ଫିଲ୍ମ ଲଗାନ ହିଟ୍ ହୋଇଯାଇଥିଲା ଏବଂ ଫିଲ୍ମର ସମସ୍ତ ଚରିତ୍ର ଚର୍ଚ୍ଚିତ ହୋଇଯାଇଥିଲେ । ଗୋଟିଏ ଇଣ୍ଟରଭିୟୁରେ ଗ୍ରେସୀ କହିଥିଲେ, ସେ ଭାରତୀୟ ସଂସ୍କୃତିର ନର୍ତ୍ତକୀ ହେବା ପାଇଁ ଚାହିଁଥିଲେ କିନ୍ତୁ ସେ ଅଭିନେତ୍ରୀ ହୋଇଯାଇଥିଲେ । ତାଙ୍କର ସ୍ୱପ୍ନ ଥିଲା ଇଣ୍ଡଷ୍ଟ୍ରିରେ ତାଙ୍କର ନାମ ଜଣେ କୋରିୟଗ୍ରାଫର ରୂପେ ପରିଚିତ ହେଉ । ଏହି କାରଣରୁ ସେ ଲଗାନର ଅଡିସନ କୋରିୟଗ୍ରାଫର ରୂପେ ଦେଇଥିଲେ କିନ୍ତୁ ତାଙ୍କୁ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ରୂପେ ଚୟନ କରାଯାଇଥିଲା ।

ଗ୍ରେସୀ କହିଥିଲେ, ପ୍ରକାଶ ଝାଙ୍କ ଫିଲ୍ମ “ଗଙ୍ଗାଜଳ”ରେ ଅଜୟ ଦେବଗନଙ୍କ ବିପରିତରେ କାମ ମିଳିଥିଲା କିନ୍ତୁ ଫିଲ୍ମରେ ତାଙ୍କର ବହୁତ କମ ସମୟ ପାଇଁ ଅଭିନୟ ଥିଲା, ଏହି କାରଣରୁ ତାଙ୍କୁ ହାନି ସହିବା ପାଇଁ ପଡିଥିଲା । ୨୦୦୪ରେ “ମୁନ୍ନା ଭାଇ ଏମବିବିଏସ”ରେ ସଞ୍ଜୟ ଦତ୍ତଙ୍କ ସହ ଗ୍ରେସୀ ସିଂହ ନଜରକୁ ଆସିଥିଲେ ଏବଂ ଏହି ରୋଲର ମଧ୍ୟ କୌଣସି ଫାଇଦା ଗ୍ରେସୀଙ୍କୁ ମିଳି ନଥିଲା । ଫିଲ୍ମ ନ ମିଳିବା କାରଣରୁ ଗ୍ରେସୀ ବି ଗ୍ରେଡ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ ଏବଂ ୨୦୦୮ରେ କମାଲ ରସିଦ ଖାନଙ୍କ ସହ ଦେଶଦ୍ରୋହୀରେ ସେ ନଜରକୁ ଆସିଥିଲେ । ଫିଲ୍ମରେ କାମ ନ ମିଳିବା କାରଣରୁ ସେ ଟିଭି ଜଗତକୁ ଫେରିବା ପାଇଁ ଚିନ୍ତା କରିଥିଲେ ଏବଂ ଅନେକ ବର୍ଷ ପରେ ତାଙ୍କୁ ସନ୍ତୋସି ମାଆ ଶୋରେ ମୁଖ୍ୟ ଚରିତ୍ର ମିଳିଥିଲା । ନିଜର ଏହି ଚରିତ୍ର ପାଇଁ ଗ୍ରେସୀଙ୍କୁ ପୁଣିଥରେ ପରିଚୟ ମିଳିଥିଲା ।

ବର୍ତ୍ତମାନ ନିଜର ନୃତ୍ୟ ସଂସ୍ଥା ଖୋଲିଛନ୍ତି :

୨୦୦୯ରେ ଗ୍ରେସୀ ସିଂହ ଗୋଟିଏ ନୃତ୍ୟ ସଂସ୍ଥା ଆରମ୍ଭ କରିଥିଲେ, ଯେଉଁଠି ପିଲାମାନଙ୍କୁ ସେ ଭାରତୀୟ ସାଂସ୍କୃତିକ ନୃତ୍ୟ ଶିକ୍ଷା ଦେଉଛନ୍ତି । ବର୍ତ୍ତମାନ ଦିନ ଗୁଡିକରେ ଗ୍ରେସୀ ସିଂହ ଆଧ୍ୟାତ୍ମିକ ପ୍ରବଚନରେ ସମୟ ଅତିବାହିତ କରୁଛନ୍ତି । ନିକଟରେ ସେ ବ୍ରହ୍ମକୁମାରୀ ଆଧ୍ୟାତ୍ମିକ ସଂଗଠନର ସଦସ୍ୟା ହୋଇଛନ୍ତି ଏବଂ ପ୍ରାୟତଃ ସମୟ ଆଧ୍ୟାତ୍ମିକ ତାଲିମ ନେବା ଏବଂ ଦେବା କାମ କରୁଛନ୍ତି । ମିଡ଼ିଆ ରିପୋର୍ଟ ଅନୁସାରେ ବ୍ରହ୍ମକୁମାରୀ ସଂସ୍ଥାର ସଦସ୍ୟ ହେବା ପରେ ଗ୍ରେସୀ ବିବାହ କରିନାହାନ୍ତି । ଗ୍ରେସୀ କହିଛନ୍ତି; ତାଙ୍କର ନିଜସ୍ୱ କୌଣସି ଯୋଜନା ନାହିଁ । ଘର ଲୋକେ ବିବାହ ପାଇଁ କହୁଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଏହି ବିଷୟରେ କୌଣସି ଚିନ୍ତା କରି ନାହାଁନ୍ତି ।