ବଲିଉଡ ଜଗତର ଏହି ପ୍ରସିଦ୍ଧ ଗାୟକଙ୍କ ସହ କାମ କରିବେ ରାନୁ ମଣ୍ଡଲ !

Spread the love

ଇଣ୍ଟରନେଟ ଜରିଆରେ ପ୍ରସିଦ୍ଧତା ପାଇଥିବା ରାନୁ ମଣ୍ଡଲଙ୍କ ନାମ ଆଜି ସମଗ୍ର ଭାରତର କୋଣନୁକୋନରେ ବସ କରୁଥିବା ଲୋକେ ମଧ୍ୟ ଜାଣି ସାରିଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, କୋଲକାତା ରେଲୱେ ଷ୍ଟେସନରେ ଗୀତା ଗାଇ ନିଜ ଗୁଜୁରାଣ ମେଣ୍ଟଉଥିବା ରାନୁ ମଣ୍ଡଲଙ୍କ ମର୍ଯ୍ୟାଦା ଆଜି ବଲିଉଡ ସେଲିବ୍ରେଟିଙ୍କ ଠାରୁ କିଛି କମ୍ ନୁହେଁ । ସେ ତାଙ୍କର ପ୍ରଥମ ଗୀତା “ତେରୀ ମେରୀ….” ହିଟ ହେବା ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣରେ ରହିଛନ୍ତି । ବର୍ତ୍ତମାନର ତାଜା ଖବର ଅନୁସାରେ ହିନ୍ଦୀ ଚଳଚିତ୍ର ଜଗତର ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କ ସହିତ କାମ କରିବେ ।

ହିମେଶ ରେଶମୀୟଙ୍କ ପରେ ଦେଶର ପ୍ରସିଦ୍ଧ ଗାୟକ କୁମାର ସାନୁ, ରାନୁ ମଣ୍ଡଲ ସହିତ ଗୀତା ଗାଇବା ପାଇଁ ଇଚ୍ଛା ପ୍ରକୋଟ କରିଛନ୍ତି । କୁମାର ସାନୁଙ୍କ ଦ୍ଵାରା ଦୂର୍ଗା ପୂଜା ଆଲବମ୍ ଉପସ୍ଥାପନ ଉତ୍ସବରେ ବର୍ତ୍ତମାନର ରାଇଜିଙ୍ଗ ଷ୍ଟାର ରାନୁ ମଣ୍ଡଲଙ୍କୁ ବହୁତ ପ୍ରଶଂସା କରିଥିଲେ ।

ପ୍ରସିଦ୍ଧ ଗାୟକ କୁମାର ସାନୁ PTI ସହ ବାର୍ତ୍ତାଳାପ କରିବା ସମୟରେ କହିଛନ୍ତି କି, “ଯଦି ବଲିଉଡ ଜଗତକୁ ନୂଆ ଗାୟକ ବା ଗାୟିକା ଆସୁଛନ୍ତି, ତେବେ ଆମକୁ ଖୁସି ଲାଗିଥାଏ । ଯଦି ରାନୁ ସଙ୍ଗୀତ (Singing)ର ଦୁନିଆରେ ଭଲ ଭାବରେ କାମ କରିବେ, ତେବେ ତାଙ୍କର କାମକୁ ଆହୁରି ଅଧିକ ପ୍ରଶଂସା ମିଳିବ । ଯଦି କିଛି ଭଲ ସୁଯୋଗ ମିଳୁଛି; ତେବେ ମୁଁ ତାଙ୍କ ସହ ନିଶ୍ଚୟ ଗାଇବା ପାଇଁ ଚାହିଁବି ।” ଏହା ବ୍ୟବତୀ ସେ ଆହୁରି ମଧ୍ୟ କହିଛନ୍ତି କି ରାନୁ ମଣ୍ଡଲ, ହିମେଶ ରଶମୀୟଙ୍କ ସହ ଗୀତ ଗାଇଛନ୍ତି । କିନ୍ତୁ କୌଣସି କାରଣ ବଶତଃ ସେ (କୁମାର ସାନୁ) ରାନୁଙ୍କ ଗୀତା ଶୁଣି ପାରିଲେ ନାହିଁ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବା । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ପରିଜନଙ୍କ ମଧ୍ୟରେ ଶେୟାର କରନ୍ତୁ । ଏହିପରି ଖବର ପାଇବା ପାଇଁ ଆମକୁ Follow କରନ୍ତୁ । ଧନ୍ୟବାଦ