ଶେଷରେ ପାକିସ୍ଥାନ ନିଜର ଭୁଲ୍ ସ୍ଵୀକାର କରି ଭାରତକୁ ମାଗିଛି ଜୀବନ ରକ୍ଷକ ଔଷଧ ।

Spread the love

ଭାରତ ସହ ସମସ୍ତ ପ୍ରକାରର ବ୍ୟବସାୟ ସମ୍ବନ୍ଧ ଶେଷ କରିଥିବା ପାକିସ୍ଥାନକୁ ବର୍ତ୍ତମାନ ନିଜ ଭୁଲର ପ୍ରାୟଶ୍ଚିତ ହୋଇଛି ଏବଂ ପାକିସ୍ଥାନ ବର୍ତ୍ତମାନ ନିଜର ବ୍ୟବସାୟିକ ସମ୍ବନ୍ଧ ପୁଣିଥରେ ଆରମ୍ଭ କରିବା ପାଇଁ ଚାହିଁଛି । ଏକ ମାସ ପୂର୍ବରୁ ପାକିସ୍ଥାନ ଭାରତ ସହ ସମସ୍ତ ପ୍ରକାରର ବ୍ୟବସାୟିକ ସମ୍ବନ୍ଧ ଶେଷ କରିଦେଇଥିଲା । କିନ୍ତୁ ପାକିସ୍ଥାନର ଏହି ନିର୍ଣ୍ଣୟ ପାକିସ୍ଥାନ ଉପରେ ହିଁ ଭାରି ପଡିଥିଲା ଏବଂ ବର୍ତ୍ତମାନ ପାକିସ୍ଥାନରେ ଜୀବନ ରକ୍ଷକ ଔଷଧର ଅଭାବ ଯୋଗୁଁ ପାକିସ୍ଥାନ ପୁଣିଥରେ ଭାରତରୁ ଜୀବନ ରକ୍ଷକ ଔଷଦ ଆମଦାନୀ କରିବା ପାଇଁ ପ୍ରସ୍ତୁତ ରହିଛି ।

ବ୍ୟବସାୟିକ ସମ୍ବନ୍ଧକୁ ନେଇ କରିଥିବା ଏହି ନିର୍ଣ୍ଣୟ ଭାରତ ପାଇଁ କୌଣସି ଚିନ୍ତାର ବିଷୟ ପାଲଟି ନଥିଲା । କିନ୍ତୁ ଏକ ମାସ ପରେ ପାକିସ୍ଥାନକୁ ଜଣା ପଡିଯାଇଥିଲା, ଏହି ନିର୍ଣ୍ଣୟ ନେବା ପରେ ପାକିସ୍ଥାନ ନିଜେ ନିଜ ଗୋଡ଼ରେ ହିଁ କୁରାଢ଼ୀ ମାରିଛି ।

ବୟାନ ଜାରି କରି ମଞ୍ଜୁରୀ ଦେଇଛି :

ଜୀବନ ରକ୍ଷକ ଔଷଧର ଅଭାବ ଫଳରେ ପାକିସ୍ଥାନ ସୋମବାର ଦିନ ଭାରତ ସହ ଆଂଶିକ ବ୍ୟାପାର କରିବା ପାଇଁ ଚିନ୍ତା କରିଛି । ପାକିସ୍ଥାନର ଏକ ନିଜ୍ୟୁ ଚ୍ୟାନେଲ ଅନୁସାରେ ପାକିସ୍ଥାନ ସରକାର ଭାରତ ଠାରୁ ଜୀବନ ରକ୍ଷକ ଔଷଧ ଆମଦାନୀ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛି ଏବଂ ଏହି ନିର୍ଣ୍ଣୟ ସହ ଜଡିତ ବୈଜ୍ଞାନିକ ନିୟମାଙ୍କ ଆଦେଶ ପାକିସ୍ଥାନର ବାଣିଜ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଛି ।

ପାକିସ୍ଥାନର ବାଣିଜ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ଏହି ସନ୍ଦେଶ ସହ ପାକିସ୍ତାନର ସମସ୍ତ ଗର୍ଵ ବର୍ତ୍ତମାନ କମ ହୋଇଯାଇଛି ଏବଂ ପାକିସ୍ଥାନକୁ ଜଣା ପଡିଯାଇଛି ଯେ, ଭାରତ ସହ ବ୍ୟବସାୟିକ ସମ୍ବନ୍ଧ ଶେଷ କରିବା ପାକିସ୍ଥାନ ପାଇଁ ସବୁଠୁ ବଡ଼ ଭୁଲ ଅଟେ ।

ଏହି କାରଣରୁ ବ୍ୟବସାୟିକ ସମ୍ବନ୍ଧ ଶେଷ କରିଥିଲା :

ଭାରତ ସରକାର ଦ୍ୱାରା ଜାମ୍ମୁକାଶ୍ମୀର ରାଜ୍ୟରୁ ତାର ନିଜସ୍ୱ ଅଧିକାର ଫେରାଇ ନେବା ପରେ ପାକିସ୍ଥାନର ନିଦ ଉଡି ଯାଇଥିଲା ଏବଂ ଜାମ୍ମୁକାଶ୍ମୀରରୁ ଅନୁଛେଦ ୩୭୦ ଉଚ୍ଛେଦ କରିବା ପରେ ପାକିସ୍ଥାନ ଭାରତ ସରକାରଙ୍କ ସହ ଆଲୋଚନା କରିବା ଆରମ୍ଭ କରି ଦେଇଥିଲା ।ପାକିସ୍ଥାନ ତୁରନ୍ତ ଭାରତ ସହ ସମସ୍ତ ବ୍ୟବସାୟିକ ସମ୍ବନ୍ଧ ଶେଷ କରିଦେଇଥିଲା ଏବଂ ଭାରତ ସହ ବ୍ୟବସାୟ କରିବା ପାଇଁ ରୋକ ଲଗାଇ ଦେଇଥିଲା । ପାକିସ୍ଥାନର ଏହି ନିର୍ଣ୍ଣୟ ଉପରେ ଭାରତ ନିଜର ପ୍ରତିକ୍ରିୟା ଦେବା ଆବଶ୍ୟକ ମନେ କରିନଥିଲା ଏବଂ ପାକିସ୍ଥାନର ଏହି ନିର୍ଣ୍ଣୟ ପରେ ଭାରତରେ କୌଣସି ଫରକ ପଡିନଥିଲା ।

ପାକିସ୍ଥାନକୁ ଜାମ୍ମୁକାଶ୍ମୀରରୁ ଅନୁଛେଦ ୩୭୦ ଉଛେଦ ପରେ ଭୟ ଘାରିଥିଲା ଯେ, ପିଓକେକୁ ନେଇ ଭାରତ କୌଣସି ବଡ଼ ନିର୍ଣ୍ଣୟ ନେଇପାରେ । ନିଜର ଏହି ଭୟ ଫଳରେ ପାକିସ୍ଥାନ ଇୟୁଏନରେ ଭାରତ ୩୭୦ ଧାରା ଉଛେଦ ବିରୁଦ୍ଧରେ ଏକ ମାମଲା ରଜ୍ଜୁ କରାଇ ନେଇଥିଲା ଏବଂ ଭାରତର ଛବିକୁ ଦୁନିଆ ସମ୍ମୁଖରେ ଖରାପ କରିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ୟୁଏନ ଅନୁଛେଦ ୩୭୦ ଉଛେଦର ନିର୍ଣ୍ଣାୟକୁ ଭାରତ ସରକାରର ନିଜସ୍ୱ ନିର୍ଣ୍ଣୟ କହି ଖଣ୍ଡନ କରିଥିଲା ।

ପରେ ପାକିସ୍ଥାନକୁ ଜ୍ଞାତ ହୋଇଯାଇଥିଲା ଭାରତ ସହ ବ୍ୟବସାୟ ସମ୍ବନ୍ଧ ଶେଷ କରିବା ଏକ ବହୁତ ବଡ଼ ଭୁଲ ଅଟେ ଏବଂ ବର୍ତ୍ତମାନ ନିଜର ଭୁଲ ସୁଧାରିବାରେ ଲାଗିଛି ।