ଡିସ୍କୋ ଡାନ୍ସର ନାମରେ ଲୋକପ୍ରିୟ ହୋଇଥିବା ମିଥୁନ ଚକ୍ରବର୍ତ୍ତୀଙ୍କ ବାସ୍ତବ ଜୀବନର ସ୍ତ୍ରୀ ବର୍ତ୍ତମାନ ଏଭଳି ଦେଖାଯାଉଛନ୍ତି !

Spread the love

ବଲିଉଡର ସୁପର ଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କୁ ଆଜି କିଏ ଜାଣନ୍ତି ନାହିଁ ? ଆଜି ମଧ୍ୟ ମିଥୁନ ଚକ୍ରବର୍ତ୍ତୀଙ୍କ ବହୁତ ଫ୍ୟାନ ଦେଖବାକୁ ମିଳିଥାଏ । ତାଙ୍କ ପ୍ରଥମ ଚଳଚିତ୍ର “ମ୍ରିଗୟା” ପାଇଁ ରାଷ୍ଟ୍ରୀୟ ଚଳଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତାଙ୍କୁ ଲୋକମାନେ ଏକ ଭଲ ଡିସ୍କୋ ଡାନ୍ସର ଭାବରେ ଜାଣନ୍ତି । ମିଥୁନ ଚକ୍ରବର୍ତ୍ତୀ ହିଁ କେବଳ ଏଭଳି ଏକ ଡାନ୍ସର ଥିଲେ, ଯାହାର ଡାନ୍ସ ଦେଖିବାକୁ ଲୋକମାନେ ବହୁତ ପସନ୍ଦ କରୁଥିଲେ । ତାଙ୍କର ଅଭିନୟ ମଧ୍ୟ ବହୁତ ଭଲ ଥିଲା । କିନ୍ତୁ ଆଜି ଆମେ ମିଥୁନ ଚକ୍ରବର୍ତ୍ତୀଙ୍କ ପାଇଁ ନୁହଁ ବରଂ ତାଙ୍କ ସ୍ତ୍ରୀଙ୍କ ବିଷୟରେ ଜାଣିବା, ଆଜିର ଏହି ଅନୁଛେଦରେ । ତେବେ ଚଲାନ୍ତୁ :

ସେହି ସମୟରେ ସେ ଏକ ସୁନ୍ଦର ଅଭିନେତ୍ରୀ ରୂପେ ଚଳଚିତ୍ରରେ କାମ କରିସାରିଛନ୍ତି । କିନ୍ତୁ ସମୟ ଚକ୍ରରେ ସମସ୍ତେ ନିଜ ଯୌବନକୁ ହରାଇବାକୁ ପଡିଥାଏ । ସେହି ହିସାବରେ କହିବକୁ ଗଲେ ମିଥୁନ ବର୍ତ୍ତମାନ ବହୁତ ପରିବର୍ତ୍ତନ ଦେଖା ଯାଉଛନ୍ତି । ଆପଣ ତାଙ୍କୁ ପ୍ରଥମ ଥରପାଇଁ ଯଦି ଦେଖିବେ; ତେବେ ଆପଣ ତାଙ୍କୁ ଚିହ୍ନି ପାରିବେ ନାହିଁ । ତେବେ ଚାଲନ୍ତୁ ଆଜି ଆମେ ଜାଣିବା । ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀଙ୍କ ନାମ ହେଉଛି ୟଗିତା । ସେ ୧୩ ଅଗଷ୍ଟ ୧୯୫୨ରେ ମୁମ୍ବାଇରେ ଜନ୍ମ ହୋଇଥିଲେ । ୟଗିତା ସେହି ସମୟରେ ବହୁତ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ଯିଏକି ଅନେକ ଚଳଚିତ୍ରରେ କାମ କରି ସଫଳତା ମଧ୍ୟ ହାସଲ କରିଛନ୍ତି ।

ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ; ୟଗିତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ପତ୍ନୀ ନ ଥିଲେ ବରଂ ତାଙ୍କର ପ୍ରଥମ ସ୍ୱାମୀ କିଶୋର କୁମାର ଥିଲେ । ଯିଏକି ୟଗିତା ସହ ୧୯୭୬ରେ ବିବାହ କରିଥିଲେ । ୟଗିତା କିଶୋର କୁମାରଙ୍କ ତୃତୀୟ ପତ୍ନୀ ଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ସେମାନଙ୍କ ସମ୍ପର୍କ ଦୀର୍ଘ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିଲା ନାହିଁ । ୨ ବର୍ଷ ପରେ ହିଁ କିଶୋର କୁମାର ୟଗିତାକୁ ଛାଡପତ୍ର ଦେଇଦେଲେ । ଏହି ଦୁହେଁଙ୍କ ମଧ୍ୟରେ ହେଇଥିବା ଛାଡପତ୍ରର କାରଣ ମିଥୁନ ଚକ୍ରବର୍ତ୍ତୀ ହିଁ ଥିଲେ । କୁହାଯାଉଛି ଯେ, ୟଗିତା ମିଥୁନଙ୍କ ସହିତ ଚଳଚିତ୍ର କରି ତାଙ୍କ ପ୍ରେମରେ ପାଗଳ ହୋଇ ଯାଇଥିଲେ ।

ୟଗିତା ମିଥୁନ ଚକ୍ରବର୍ତ୍ତୀଙ୍କ ସହିତ ବିବାହ କରିବା ପାଇଁ ନିଜ ପ୍ରଥମ ସ୍ୱାମୀ କିଶୋର କୁମାରଙ୍କୁ ଛାଡପତ୍ର ଦେଇଥିଲେ । ଛାଡପତ୍ର ଦେବା ପରେ ୟଗିତା ମିଥୁନ ଚକ୍ରବର୍ତ୍ତୀଙ୍କ ସହ ୧୯୭୯ରେ ବିବାହ କରିଥିଲେ । ସେ ଆଜି ପର୍ଯ୍ୟନ୍ତ ମିଥୁନ ଚକ୍ରବର୍ତ୍ତୀଙ୍କ ସହିତ ରହନ୍ତି । ତାଙ୍କର ୪ଟି ସନ୍ତାନ ଅଛନ୍ତି । ଆଜି ସେ ନିଜ ପରିବାର ସହିତ ବହୁତ ଖୁସିରେ ଜୀବନଯାପନ କରୁଛନ୍ତି । ଏବେ ସେ ବୁଢ଼ୀଙ୍କ ଭଳି ଦେଖାଯାନ୍ତି ।

ଆଶା କରୁଛୁ ଅନୁଛେଦଟି ଭଲ ଲାଗିଥିବା । ଭଲ ଲାଗିଗଲେ ଗୋଟିଏ Like କରନ୍ତୁ ଏବଂ ନିଜ ବନ୍ଧୁଙ୍କ ମଧ୍ୟରେ Share କରନ୍ତୁ । ହଁ, ନିଜର ମତାମତ Comment Boxରେ ପ୍ରଦାନ କରନ୍ତୁ । ଧନ୍ୟବାଦ !