ବର୍ତ୍ତମାନ ଧନ ଅର୍ଜନ କରିବା ହେଲା ସହଜ । ଚୁପଚାପ ଏହି ଜାଗାରେ ରଖି ଦିଅନ୍ତୁ ଗୁଜୁରାତି ଓ ଦେଖନ୍ତୁ ଏହାର ଚମତ୍କାର..

Spread the love

ଯେଉଁଭଳି ଭାବରେ ଦର ବୃଦ୍ଧି ହେଉଛି, ମନୁଷ୍ୟର ଆବଶ୍ୟକ ଜିନିଷର ଚାହିଦା ମଧ୍ୟ ବଢିବାକୁ ଲାଗିଛି । ଯଦି ଏହି ସମାଜରେ ଚୋରୀ ଡକାୟତି ମଧ୍ୟ ବ୍ୟାପୁଛି, ତେବେ ସେ ସବୁର କାରଣ ହେଉଛି – ଟଙ୍କା ରୋଜଗାର କରିବା ! ଲୋକେ ଟଙ୍କା ପ୍ରତି ଏତେ ଆକର୍ଷିତ ହୋଇ ଯାଉଛନ୍ତି, ଯେଉଁଥି କାରଣ ଦିନକୁ ଦିନ ସେମାନଙ୍କର ଚାହିଦା ବଢ଼ି ବଢ଼ି ଚାଲିଛି । ଶାସ୍ତ୍ରରେ କୁହାଯାଇଛି ଯେ, ଯେତେବେଳେ ସବୁ ରାସ୍ତା ବନ୍ଦ ହୋଇଯାଏ; ସେତେବେଳେ ଗୋଟିଏ ରାସ୍ତା ଖୋଲା ରହିଥାଏ, ଆଉ ସେଇଟା ହେଲା ‘ଉପାୟ’ । ଏମିତି ତ ଆପଣ ଅନେକ ଉପାୟ ପ୍ରୟୋଗ କରିଥିବେ ଯେମିତି କି ଧନ ପ୍ରାପ୍ତି ହେଉ ଏବଂ ପରିବାରରେ ସୁଖ ଶାନ୍ତି ରହୁ କିନ୍ତୁ ଏହାର ପରିଣାମ ଶୂନ୍ୟ ହୋଇଥାଏ । ଆଜି ଆମେ ସମସ୍ତଙ୍କ ଘରେ ଦେଖାଯାଉଥିବା ବସ୍ତୁର ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ଜୀବନରେ ଧନ ଏବଂ ସୁଖସମୃଦ୍ଧି ଭାରି ଦେବ । ଅଳେଇଚ ଏମିତି ଏକ ବାସ୍ତୁ ଯାହା ହିନ୍ଦୁ ଧର୍ମରେ ସବୁକ୍ଷେତ୍ରରେ ଦରକାର ପଡେ । ଯଦିଓ ଅଳେଇଚ ଲବଙ୍ଗ ସର୍ବଦା ଉପଯୋଗୀ କିନ୍ତୁ ଅଳେଇଚ ଏମିତି ଏକ ବସ୍ତୁ ଯାହା ଆପଣଙ୍କର ସମସ୍ତ ସମସ୍ୟା ନିବାରଣ କରିଥାଏ । ତେବେ ବିଳମ୍ବ କାହିଁକି ଚାଲନ୍ତୁ ଜାଣିବା, ଅଳେଇଚ ସମ୍ବନ୍ଧୀୟ ସେହି ବିଶେଷ ଉପାୟ ଯାହା ଆପଣଙ୍କୁ ଟଙ୍କାରେ ମାଲାମାଲ କରିଦେବ ।

ଯେଉଁମାନେ ଜୀବନରେ ହାର୍ ମାନି ସାରିଛନ୍ତି, ଯଦି ଆପଣଙ୍କୁ ଏପରି ଲାଗୁଛି କି ଆପଣ ନିଜ ଜୀବନରେ ଏକା ହୋଇ ଯାଇଛନ୍ତି; ଯେଉଁମାନଙ୍କ ଠାରେ ଆଶା ରଖିଥିଲେ ତାଙ୍କ ଠାରୁ ଧୋକା ମିଳିଛି । ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, ଆଜିର ଏହି ସମାଧାନ ପରେ ଆପଣଙ୍କ ଚିନ୍ତା ଓ ଅସୁବିଧା ଦୂର ହୋଇଯିବ, ସର୍ବପ୍ରଥମେ ଆପଣଙ୍କୁ କହି ରଖିଛୁ ଯେ, ଏହି ସବୁ ଉପାୟ ଆପଣ ଏକା ହିଁ କରିବାକୁ ହେବ । ଯଦି କେହି ଜାଣି ପାରିଲେ କିମ୍ବା ଏହି କାର୍ଯ୍ୟ କରୁଥିବାର ଦେଖିଦେଲେ, ତେବେ ଏହା ସଫଳ ହୋଇପାରିବ ନାହିଁ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟଗୁଡିକ ବିଷୟରେ ଯାହା ଲକ୍ଷ ଲକ୍ଷ ଲୋକଙ୍କର ଭାଗ୍ୟ ବଦଳାଇ ଦେଇଛି । କେବଳ ଏକ ମାତ୍ର ଗୁଜୁରାତି ଦ୍ୱାରା ଆମ ଭାଗ୍ୟରେ ପରିବର୍ତ୍ତନ ହୋଇପାରିବ ଓ ଏହା ଆମକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବ ।

ଏଥିପାଇଁ ଆପଣଙ୍କୁ ୨୧ଟି ସବୁଜ ବା ଛୋଟ ଗୁଜୁରାତି ଦରକାର ପଡିପାରେ । ଯଦି ଆପଣଙ୍କ ଘରେ ଏହା ଥିବ ଭଲ କଥା ନ ହେଲେ ଏହ ବଜାରରୁ କିଣି ପାରିବେ । ଏହାକୁ ହାତରେ ଧରି ଘରେ ଥିବା ପୁଜାଗୃହରେ ପ୍ରବେଶ କରାନ୍ତୁ ଓ ହାତ ଯୋଡିକରି ଏହି ମନ୍ତ୍ରର ଉଚ୍ଚାରଣ କରନ୍ତୁ, “ଓଁ ଶ୍ରୀ ଶ୍ରୀୟେ ନମଃ”, ଭଗବାନଙ୍କୁ ଧ୍ୟାନ କରିବାରେ ୧୦୮ ଥର ଏହି ମନ୍ତ୍ରକୁ ଜପ କରନ୍ତୁ । ଏମିତି କରୁଥିବା ବେଳେ ଧ୍ୟାନ ରଖିବେ କି ଏଥିରେ ନିର୍ଦ୍ଧେଶ ଦିଆଯାଇଛି କି ଯେବେ ଏହି ଉପାୟ କରିବେ ତେବେ ଆପଣ ଏକୁଟିଆ ଥିବେ ।

ଏବେ ସେହି ସ୍ଥାନରେ ଠିଆ ହୋଇ ସେହି ଗୁଜୁରାତିକୁ ନିଜ ଡାହାଣ ହାତ ମୁଠାରେ ବନ୍ଦ୍ କରି ଦିଅନ୍ତୁ । ଏହି ସ୍ଥିତିରେ ଘର ଭିତରର ସବୁ ରୁମକୁ ୭ ଥର ପରିକ୍ରମା କରନ୍ତୁ ଓ ପୁଣିଥରେ ପୂଜା ଘରେ ପ୍ରବେଶ କରନ୍ତୁ ।

ଏବେ ଆପଣଙ୍କୁ ଏକ ଲାଲ୍ ରଙ୍ଗର ବସ୍ତ୍ର ଦରକାର ପଡିପାରେ । ବର୍ତ୍ତମାନ ସେହି ଗୁଜୁରାତିକୁ ଏହି କପଡାରେ ଗୁଡାଇ କରି ପୁଡିଆ କରି ନିଅନ୍ତୁ । ଏହି ପୁଡିଆକୁ ବାନ୍ଧିବା ପାଇଁ ଲାଲ୍ ସୁତାର ପ୍ରୟୋଗ କରିବେ । ଯଦି କପଡାରେ ଲାଲ୍ ସୁତା ଥିବ, ତେବେ ଏହାକୁ ଛିଡାଇ ବ୍ୟବହାର କରି ପାରିବେ । ଏବେ ଏହି ପୁଡିଆକୁ ନିଜ ଘରର ଏପରି ଜାଗାରେ ରଖନ୍ତୁ, ଯେଉଁଠି କୌଣସି ଲୋକ ବା କେହି ମଧ୍ୟ ପ୍ରବେଶ କରି ପାରିବେ ନାହିଁ ଏବଂ ଆପଣଙ୍କ ଛଡା ଆଉ କାହାର ନଜର ଯେପରି ଏହି ପୁଡିଆ ଉପରେ ନ ପଡିବ ।

ଆସନ୍ତା ୨୧ ଦିନ ଯାଏଁ ସେହି ପୁଡିଆକୁ ବିନା ଛୁଇଁ ସେଠାରେ ରଖିଦିଅନ୍ତୁ । ୨୧ ଦିନ ପୁରା ହେବା ପରେ ସେହି ପୁଡିଆକୁ ନେଇ କେଉଁ ନଦୀ କିମ୍ବା ପୋଖରୀରେ ବିସର୍ଜନ କରି ଦିଅନ୍ତୁ । ଯଦି ଆଖପାଖ କେଉଁ ଗଛ ଅଛି, ତେବେ ତାକୁ ମାଟି ତଳେ ପୋତି ପାରିବେ । ଶାସ୍ତ୍ର ଅନୁସାରେ ଯଦି ଅଶ୍ୱତଥ ଗଛ ତଳେ ହେଇପାରିବ; ତେବେ ଅତ୍ୟାଧିକ ଶୁଭ ଫଳ ହେବ, ସେଠାରେ ପୋତି ଦିଅନ୍ତୁ ।

ଏମିତି ଉପାୟ କରିଲେ ଆପଣଙ୍କ ଜୀବନରେ ଆସୁଥିବା ଅସୁବିଧା ଦୂର ହୋଇଯିବ ଓ ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସମାଧାନ ହୋଇଯିବ । ଏହଦ୍ୱାରା ଆପଣଙ୍କର ଆୟରେ ବୃଦ୍ଧି ଘଟିବ । ଏହି ଉପାୟ ଆରମ୍ଭ କରିବାକୁ ହେଲେ ପୂର୍ଣ୍ଣିମା ଦିନ ସବୁଠାରୁ ଶୁଭ ଦିନ ହୋଇଥାଏ ।