ପାକିସ୍ତାନରେ କ୍ଷୀର ଲିଟର ପିଛା ୧୮୦ରେ ପହଞ୍ଚିଲା । ବର୍ତ୍ତମାନ ପାକିସ୍ତାନ ଜନତା କ୍ଷୀର ପାଇଁ ଅସ୍ତବ୍ୟସ୍ତ ।

Spread the love

ପାକିସ୍ତାନ ଜନତାଙ୍କ ଦୁଃଖ ଦିନ କୁ ଦିନ ବଢି ଚାଲିଛି । ପନିପରିବା, ପେଟ୍ରୋଲ, ଡିଜେଲର ବଢୁଥିବା ଦର କାରଣରୁ ଜନତା ଦୁଃଖ ଭୋଗୁଛନ୍ତି । ବର୍ତ୍ତମାନ କ୍ଷୀରର ଦର ବଢିବା ଫଳରେ ଲୋକଙ୍କ ସମସ୍ୟା ଆହୁରି ବଢି ଚାଲିଛି । କରାଚିର ଡାଇରୀ ଫର୍ମ ଏସୋସିଏସନ କ୍ଷୀର ଦର ୨୩ ଟଙ୍କା ବଢ଼ାଇ ୧୨୦ କରିଦେଇଛି । ଖୁଚୁରା ବଜ଼ରରେ କ୍ଷୀର ମୂଲ୍ୟ ୧୮୦ ଟଙ୍କା ଦରରେ ବିକ୍ରି ହେଉଛି ।

ଭାରତର ଟଙ୍କାର ତୁଳନାରେ ପାକିସ୍ତାନର ଟଙ୍କା ଅଧା ଅଟେ । ପ୍ରଥମରୁ ମହଙ୍ଗାକୁ ନେଇ ଚିନ୍ତାରେ ଥିବା ପାକିସ୍ତାନର ଜନତା ବର୍ତ୍ତମାନ କ୍ଷୀର ଦର ବଢିବା ଫଳରେ ସରକାର ଉପରେ ଆକ୍ରୋଶ ପ୍ରକାଶ କରିଛି । ପାକିସ୍ତାନୀ ଖବରକାଗଜ ଡ଼ନ ଅନୁସାରେ, ଏସୋସିଏସନ୍ କହିଛି; ଆମେ ପୂର୍ବରୁ ସରକାରଙ୍କୁ ଅନେକ ଥର ଅବଗତ କରାଇଛୁ, ଦର ବଢାଇବା ଘଟନା ନେଇ କିନ୍ତୁ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା । ତେଣୁ ଆମକୁ ଏହି ନିର୍ଣ୍ଣୟ ନେବା ପାଇଁ ପଡିଥିଲା । ଏସୋସିଏସନର ଜଣେ ପଦାଧିକାରୀ କହିଛନ୍ତି; କ୍ଷୀର ଦର ବଢାଇବା ପାଇଁ ସେ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ କିନ୍ତୁ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ କରିନଥିଲେ । ପଦାଧିକାରୀ କହିଛନ୍ତି; ଚାରା ଦର ବଢି ଯାଇଛି ଓ ଇନ୍ଧନର ଦର ମଧ୍ୟ ବଢିବାରେ ଲାଗିଛି ।

ଦ୍ଵିତୀୟ ପକ୍ଷରେ ପ୍ରଶାସନ, ଏସୋସିଏସନର ଏହି କାର୍ଯ୍ୟକୁ ଭୁଲ କହିଛନ୍ତି ଓ ଖୁଚୁରା କ୍ଷୀର ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରଶାସନ ଦ୍ୱାରା କ୍ଷୀର ମୂଲ୍ୟ ଲିଟର ପିଛା ୯୪ ଟଙ୍କା ରଖିଛି କିନ୍ତୁ ଖୁଚୁରା ବ୍ୟବସାୟୀ କ୍ଷୀର ମୂଲ୍ୟ ଲିଟର ପିଛା ୧୦୦ ରୁ ୧୮୦ ଟଙ୍କାରେ ବିକ୍ରି କରୁଛି । ପ୍ରଶାସନ ଡ଼ିପ୍ଟି କମିସର୍ନକୁ ନିର୍ଦ୍ଦେଶ ଦେଇଛି ଯେଉଁ ଖୁଚୁରା ବ୍ୟବସାୟୀ ଚଢା ଦରରେ କ୍ଷୀର ବିକ୍ରି କରୁଛି ତା ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।