ବର୍ତ୍ତମାନ ଏପରି ଦେଖା ଯାଉଛନ୍ତି “ରାମ ତେରୀ ଗଙ୍ଗା ମୈଲି” ଚଳଚ୍ଚିତ୍ରର ଅଭିନେତ୍ରୀ ମନ୍ଦାକିନୀ, ଦେଖିବା ପରେ ଆପଣ ମଧ୍ୟ ଚିହ୍ନି ପାରିବେ ନାହିଁ ।

Spread the love

ମନ୍ଦାକିନୀଙ୍କ ନାମ ୮୦ ରୁ ୯୦ ଦଶକରେ ସବୁଠୁ ୱୋଲଡ଼ ଅଭିନେତ୍ରୀ ରୂପେ ପରିଚିତ ଥିଲା । କିନ୍ତୁ ବର୍ତ୍ତମାନ ଏହି ଅଭିନେତ୍ରୀ ଜଣକ ଗୋଟିଏ ରହସ୍ୟ ମଧ୍ୟରେ ଲୁକ୍କାୟିତ ହୋଇ ଯାଇଛନ୍ତି ।

ମନ୍ଦାକିନୀ ବଲିଉଡର ଏପରି ଜଣେ ଅଭିନେତ୍ରୀ; ଯିଏ ନିଜ ହଟ ଏବଂ ୱୋଲଡ଼ ଅନ୍ଦାଜ୍ ପାଇଁ ଦର୍ଶକଙ୍କ ପାଖରେ ପରିଚିତ ଥିଲେ । ମନ୍ଦାକିନୀ ୮୦ ଦଶକରେ ଖୁବ୍ ପ୍ରସିଦ୍ଧ ଥିଲେ । ତାଙ୍କର ସୌନ୍ଦର୍ଯ୍ୟର ପାଗଳ ଅନେକ ଦର୍ଶକ ଥିଲେ । ମନ୍ଦାକିନୀଙ୍କ ପ୍ରଥମ ଚଳଚିତ୍ର ୧୯୮୫ ମସିହାରେ “ରାମ ତେରୀ ଗଙ୍ଗା ମୈଲି” ନାମରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲା । ସେ ରାଜକପୁରଙ୍କ ଚଳଚିତ୍ର ମାଧ୍ୟମରେ ବଲିଉଡରେ ପାଦ ଦେଇଥିଲେ । ଏହି ଚଳଚ୍ଚିତ୍ରର ରିଲିଜ୍ ପରେ ହିଁ ମନ୍ଦାକିନୀ ଚର୍ଚ୍ଚାରେ ଆସି ଯାଇଥିଲେ । ସେହି ସମୟରେ କେବଳ ଦୁଇ ଜଣ ଅଭିନେତ୍ରୀ ଥିଲେ; ଯେଉଁମାନେ ନିଜର ୱୋଲଡ଼ ଅବତାର ଫଳରେ ଦର୍ଶକଙ୍କୁ ଆକୃଷ୍ଟ କରିପାରୁଥିଲେ । ସେମାନେ ହେଲେ ଜିନତ ଅମାନ ନିଜ ଚଳଚିତ୍ର “ସତ୍ୟମ୍ ଶିବମ୍ ସୁନ୍ଦରମ୍”ରେ ୱୋଲଡ଼ ସିନ୍ ଦେଇ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ତାଙ୍କ ପରେ ମନ୍ଦାକିନୀ ଯିଏ, “ରାମ ତେରୀ ଗଙ୍ଗା ମୈଲି” ଜରିଆରେ ଦର୍ଶନଙ୍କୁ ଦୃଷ୍ଟି ଆକର୍ଷଣ କରିପାରି ଥିଲେ । ଏହି ଚଳଚିତ୍ର ମାଧ୍ୟମରେ ଅନେକ ପ୍ରଶଂସା କମାଇ ଥିଲେ ମନ୍ଦାକିନୀ । ଯାହାଫଳରେ ସେ ସଫଳତାର ଶିଖର ଛୁଇଁ ପାରିଥିଲ । ପରେ ମନ୍ଦାକିନୀ “ଡ୍ୟାନ୍ସ ଡ୍ୟାନ୍ସ”, “କାଁହା ହେ କାନୁନ”, “ପ୍ୟାର କର୍ କେ ଦେଖୋ” ପରି ଚଳଚିତ୍ରରେ ଅଭିନୟ କରିଥିଲେ କିନ୍ତୁ ଏହି ଚଳଚିତ୍ର ଗୁଡିକ ବକ୍ସ ଅଫିସରେ ସଫଳତା ପାଇ ନଥିଲା ।

ବର୍ତ୍ତମାନ ବଦଳି ଯାଇଛି ମନ୍ଦାକିନୀଙ୍କ ଚେହେରା :

ସମୟ ବଦଳିବା ସହ ମନ୍ଦାକିନୀଙ୍କ ଚେହେରାରେ ମଧ୍ୟ ପରିବର୍ତନ ଆସିଛି । ଏହା ପ୍ରକୃତିର ନିୟମ ଅଟେ । ବର୍ତ୍ତମାନ ମନ୍ଦାକିନୀଙ୍କ ସେହି ସୁନ୍ଦରତା ଆଉ ନାହିଁ ।ମନ୍ଦାକିନୀଙ୍କ ଓଜନ ମଧ୍ୟ ବଢି ଯାଇଛି । ବର୍ତ୍ତମାନ ଆପଣ ତାଙ୍କୁ ଦେଖି ଚିହ୍ନି ପାରିବେ ନାହିଁ ଯେ ଏକଦା ନିଜ ସୌନ୍ଦର୍ଯ୍ୟ ମାଧ୍ୟମରେ ଲୋକଙ୍କ ହୃଦୟ ଜିଣି ନେଇ ପାରୁଥିବା ମନ୍ଦାକିନୀଙ୍କ ଚେହେରା ଏହି ପରି ହୋଇଯାଇଛି । ୨୨ ବର୍ଷ ବୟସରେ ହିଁ ମନ୍ଦାକିନୀ ଚଳଚିତ୍ର ଦୁନିଆରେ ପାଦ ଦେଇସାରିଥିଲେ । ବଲିଉଡରେ ପାଦ ଦେବା ପୂର୍ବରୁ ସେ ଗୋଟିଏ ବଙ୍ଗାଳି ଚଳଚିତ୍ରରେ ମଧ୍ୟ ଅଭିନୟ କରି ସାରିଥିଲେ, ଯାହାର ନାମ ହେଉଛି “ଅନ୍ତାରେର ଭାଲୋବାସା” ଅଟେ ।

ଦାଉଦ ସହ ସମ୍ପର୍କ ରଖି ଚର୍ଚ୍ଚାରେ ମନ୍ଦାକିନୀ :

ମନ୍ଦାକିନୀ ୮୦ ରୁ ୯୦ ଦଶକରେ ହିଟ୍ ଚଳଚ୍ଚିତ୍ରର ଭେଟି ଦର୍ଶକଙ୍କୁ ଦେଇଥିଲେ । ଏହି ସମୟରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଚର୍ଚ୍ଚା ଏପରି ଥିଲା ଯେ, ଲୋକେ କହୁଥିଲେ ମନ୍ଦାକିନୀଙ୍କ ସମ୍ପର୍କ ଅଣ୍ଡାରୱର୍ଲଡ଼ ଡନ୍ ଦାଉଦ ସହ ରହିଥିଲା । ଲୋକେ ସେହି ସମୟରେ ମନ୍ଦାକିନୀଙ୍କୁ ଦାଉଦର ବାନ୍ଧବୀ ରୂପେ ଚିହ୍ନୁ ଥିଲେ ।ମନ୍ଦାକିନୀଙ୍କ ଉପରେ ଆରୋପ ଲାଗିଥିଲା ଯେ, ଦାଉଦ ପାଇଁ ହିଁ ତାଙ୍କୁ ଚଳଚିତ୍ରରେ ସୁଯୋଗ ମିଳିଥିଲା । କିନ୍ତୁ ଏହି ସବୁ ଖବରକୁ ମିଛ ପ୍ରମାଣିତ କରି ମନ୍ଦାକିନୀ ଡାକ୍ତର କଗ୍ୟୁର ଟି ରିନପୋଚେ ଠାକୁରଙ୍କୁ ବିବାହ କରିଥିଲେ ।

ଯୋଗ ଶିଖାଇ ଗୁଜୁରାଣ ମେଣ୍ଟାଉଛନ୍ତି :

ମନ୍ଦାକିନୀଙ୍କ ପ୍ରକୃତ ନାମ ହେଉଛି ୟାସମୀନ ଜୋସଫ । ପରେ ସେ ନିଜ ନାମ ବଦଳାଇ ମନ୍ଦାକିନୀ ରଖିଥିଲେ । ଏହି ନାମ ତାଙ୍କୁ ଅଲଗା ପରିଚୟ ପ୍ରଦାନ କରିଥିଲା । ମନ୍ଦାକିନୀ ୧୯୯୦ ମସିହାରେ ଡାକ୍ତର କଗ୍ୟୁର ଟି ରିନପୋଚେ ଠାକୁରଙ୍କୁ ବିବାହ କରିଥିଲେ । ମନ୍ଦାକିନୀ ଦୁଇ ସନ୍ତାନଙ୍କ ଜନନୀ ଅଟନ୍ତି । ସେ ନିଜ ପୁତ୍ରର ନାମ ରବିଲ ଏବଂ କନ୍ୟାର ନାମ ରବଜା ଇନାୟା ଠାକୁର ରଖିଛନ୍ତି । ମନ୍ଦାକିନୀ ଦଳାଇ ଲାମାଙ୍କ ପଦଅନୁସରଣ କରି ତିଵତର ଲୋକଙ୍କୁ ଯୋଗ ଶିଖାଉଛନ୍ତି ।