ଧର୍ଷଣ ବିରୁଦ୍ଧରେ କଠୋର ହୋଇଛି ଏହି ରାଜ୍ୟର କାନୁନ । ବର୍ତ୍ତମାନ ଧର୍ଶନକାରୀକୁ ନପୁଂସକ ହେବା ଟୀକା ଲାଗିବ ।

Spread the love

ରାଜ୍ୟରେ ଏକ ନୂତନ କାନୁନ ଜାରି ହୋଇଛି, ଯାହାର ଅନ୍ତର୍ଗତ ଧର୍ଷଣକାରୀକୁ ନପୁଂସକ ଟୀକା ଲଗାଯିବ ।

ଭାରତରେ ବର୍ତ୍ତମାନ ଦିନ ଗୁଡିକରେ ଧର୍ଷଣ ଜନିତ ଅପରାଧ ବଢିବାରେ ଲାଗିଛି । କେତେବେଳେ କୌଣସି ମହିଳାଙ୍କ ସହ ଧର୍ଷଣର ମାମଲା ସାମ୍ନାକୁ ଆସୁଛି ତ କେତେବେଳେ କୌଣସି ନିରୀହ ଛୋଟ ଝିଅ ସହ ଧର୍ଷଣ ଘଟିଥିବା ଘଟଣା ସାମ୍ନାକୁ ଆସିଥାଏ । ଧର୍ଷଣ ପରେ ଅନେକ ଅପରାଧି ଦଣ୍ଡ ନପାଇ ଖଲାସ ହୋଇଯିବା ବେଳେ କିଛି ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ ମଧ୍ୟ ମିଳିଥାଏ କିନ୍ତୁ ଏହି ଦଣ୍ଡ ଏହି ଭଳି ଅପରାଧୀଙ୍କ ପାଇଁ ଯଥେଷ୍ଟ ହୋଇନଥାଏ । ଧର୍ଷଣ, ଭାରତରେ ଏକ ଗୁରୁତ୍ଵର ଅପରାଧ ହୋଇଗଲାଣି ଏବଂ ଏହାସହ ବିଦେଶରେ ମଧ୍ୟ ଏହି ପ୍ରକାରର ଘଟଣା ଦିନକୁ ଦିନ ବଢି ଚାଲିଛି । ଏହି ପାରିପ୍ରେକ୍ଷୀରେ ଧର୍ଷଣ ବିରୁଦ୍ଧରେ ଅନେକ ସ୍ୱର ଉତ୍ତୋଳନ ହେବାରେ ଲାଗିଛି ଏବଂ ଗୋଟିଏ ରାଜ୍ୟ ଏହି ଅପରାଧ ବିରୁଦ୍ଧରେ ଏକ କଠୋର କାନୁନ ପ୍ରସ୍ତୁତ କରିଛି ।

ଧର୍ଷଣ ବିରୁଦ୍ଧରେ ଏହି ନିୟମ ଜାରି ହୋଇଛି :

ଆମେରିକାର ଅଲବାମାରେ ଧର୍ଷଣ ବିରୁଦ୍ଧରେ ଏକ ନୂତନ ନିୟମ ଜାରି ହୋଇଛି । ଏହି ନୂତନ ନିୟମ ଅନୁସାରେ ୧୩ ବର୍ଷରୁ କମ ବୟସର ଝିଅଙ୍କ ସହ ଦୁଷ୍କର୍ମ କଲେ ଧର୍ଷଣକାରୀକୁ ନପୁଂସକ ଟୀକା ଦିଆଯିବ କିମ୍ଭା ନପୁଂସକ ଔଷଧ ଦିଆଯିବ । ଏହି ଟୀକା ବ୍ୟକ୍ତିର ସେକ୍ସ ଇଚ୍ଛାକୁ କମ କରିଦେବ, ଏହି ଟୀକାର ପ୍ରଭାବ କିଛି ସମୟ ପାଇଁ ହିଁ ରହିବ । Parole (କାରାଗାରରୁ ମୁକ୍ତି) ନେବାର ଏକ ମାସ ପୂର୍ବରୁ ଏହି ଟୀକା ଆରୋପୀକୁ ଲଗାଇବା ଆରମ୍ଭ କରି ଦିଆଯିବ ।

ନିଜେ ଆରୋପୀ ହିଁ ଏହି ଟୀକାର ଖର୍ଚ୍ଚ ବହନ କରିବ :

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ; ଏହି ଟୀକାର ଖର୍ଚ୍ଚ ସରକାର, ପୋଲିସ କିମ୍ବା ଅଦାଲତ ବହନ କରିବ ନାହିଁ ଏହାର ଖର୍ଚ୍ଚ ନିଜେ ଅପରାଧୀ ହିଁ ବହନ କରିବ ।ଯେଉଁ ଆରୋପୀ ଏହି ଟୀକା ନେବା ପାଇଁ ପ୍ରସ୍ତୁତ ହେବ ନାହିଁ ତାକୁ ଜେଲରୁ ମୁକ୍ତି ଦିଆଯିବ ନାହିଁ । ଆରୋପୀକୁ ଟୀକା କେତେବେଳେ ଲଗାଯିବ, ଏହାର ନିର୍ଣ୍ଣୟ କୋର୍ଟ ନିଜେ କରିବ । ଆଲବାମାରେ ଏହି ନିୟମ ଲାଗୁ ହେବା ପରେ ଆମେରିକାର ୭ଟି ଏହିଭଳି ରାଜ୍ୟ ହୋଇଯିବ, ଯେଉଁଠି କେମିକାଲର ବ୍ୟବହାର ପାଇଁ ପ୍ରାଧ୍ୟନତା ମିଳିବ । ବର୍ତ୍ତମାନ ଏହି ରାଜ୍ୟ ଗୁଡିକ ମଧ୍ୟରେ ଫ୍ଲୋରିଡା ଏବଂ ଲୁସିୟାନା ଅନ୍ତର୍ଭୁକ୍ତ ଅଟେ । ଏହି ଟୀକା କିମ୍ବା ଔଷଧର ବ୍ୟବହାର ଫଳରେ ବ୍ୟକ୍ତିର ଟେଷ୍ଟଷ୍ଟ୍ରରନ ହ୍ରାସ ହୋଇଯିବ ଏବଂ ବ୍ୟକ୍ତିର ସେକ୍ସ କରିବାର ଇଛା ଦୁର୍ବଳ ହୋଇପଡିବ । ଚିକିତ୍ସା ବନ୍ଦ ହେବା ସହ ଏହି ଟୀକା କିମ୍ବା ଔଷଧର ପ୍ରଭାବ ମଧ୍ୟ କମିବାରେ ଲାଗିବ ।

ଏହି ନିୟମର ଆଲୋଚନା ଆମେରିକି ସିଭିଲ ଲିବଟ୍ରି ଇୟୁନିୟନ ଅଫ ଅଲବାମା କରିଥିଲା । ଇୟୁନିୟନ ଅନୁସାରେ ଏହା ସଠିକ ନୁହେଁ ଯେ, ଏହି ପ୍ରଣାଳୀର ବ୍ୟବହାର କେତେ ଦୂର ସମ୍ଭବ ଅଟେ । ଯେତେବେଳେ କୌଣସି ରାଜ୍ୟ ଏହିଭଳି ନିୟମ ଜାରି କରିଥାଏ, ଏହା ସମ୍ବିଧାନ ବିରୁଦ୍ଧ ହୋଇଥାଏ ।