ମୋଦି ସରକାରଙ୍କ ପରିଶ୍ରମ ଫଳପ୍ରଦ ହୋଇଛି । ପରିଶ୍ରମର ଫଳସ୍ୱରୂପ ବର୍ତ୍ତମାନ ଚୀନ ଠାରୁ ମଧ୍ୟ ହେଉଛି ଅଧିକ ଉପାର୍ଜନ ।

Spread the love

ଆମ ଭାରତୀୟ ବ୍ୟବସାୟୀ ମାନେ ଏକ ବର୍ଷରେ 4 ଅରବ ଡଲାର ଅଧିକ ଉପାର୍ଜନ କରି ପାରିଛନ୍ତି ।

ନୁଆଦିଲ୍ଲୀ : ବ୍ୟବସାୟରେ କମ କ୍ଷତି କରିବା ଯୋଜନାରେ ଲାଗି ରହିଥିବା କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟା ବର୍ତ୍ତମାନ ଫଳପ୍ରଦ ହେବାରେ ଲାଗିଛି । ତାଜା ଖବର ଅନୁସାରେ ଭାରତରୁ ଚୀନକୁ ରପ୍ତାନୀ ଦିନକୁ ଦିନ ବୃଦ୍ଧି ପାଉଛି । କିନ୍ତୁ ଆମଦାନୀରେ ଦିନକୁ ଦିନ କମିବାରେ ଲାଗିଛି । ଚୀନ ସହିତ ବ୍ୟବସାୟରେ ସନ୍ତୁଳନ ଆଣିବା ପାଇଁ ମୋଦି ସରକାର ବହୁତ ପ୍ରୟାସ କରୁଛନ୍ତି ଏବଂ ଏହି ବିଷୟରେ ଦୁଇ ଦେଶ ମଧ୍ୟରେ ହେଉଥିବା ପ୍ରତ୍ୟେକ ଆଲୋଚନାର ଏକ ଅଂଶ ବିଶେଷ ହୋଇରହିଛି ।

ଭାରତର ରପ୍ତାନୀରେ 31 ପ୍ରତିଶତ ବୃଦ୍ଧି :

ହିସାବ ଅନୁଯାୟୀ ଗତବର୍ଷ ୨୦୧୮-୧୯ ଜାନୁୟାରୀ ମଧ୍ୟରେ ଭାରତର ଚୀନକୁ ରପ୍ତାନୀରେ ୩୧ ପ୍ରତିଶତ ବୃଦ୍ଧି ପାଇଛି । ଏହି ସଂଖ୍ୟା ୧୦ ଅରବ ଡ଼ଲାରରୁ ବଢି ୧୪ ଅରବ ଡଲାରରେ ପହଁଚିଛି । ଏହି ସମୟ ମଧ୍ୟରେ ଚୀନରୁ ଆମଦାନୀର ମାତ୍ରା ବହୁତ କମି ଯାଇଛି । ଆମଦାନୀ ୨୪ ପ୍ରତିଶତ କମ ହୋଇଛି । ଗତ ଆର୍ଥିକ ବର୍ଷରେ ଚୀନ ସହିତ ବ୍ୟବସାୟରେ କ୍ଷତି ୫୩ ଅରବ ଡଲାରରୁ କମି ୪୬ ଅରବ ଡ଼ଲାରରେ ପହଁଚିଛି । ବର୍ତ୍ତମାନର ହିସାବକୁ ଦେଖିଲେ, ଗତବର୍ଷ ୨୦୧୮-୧୯ରେ ଭାରତୀୟ ରପ୍ତାନୀରେ ଚୀନ ସବୁଠାରୁ ତୃତୀୟ ବଡ ଦେଶ କିନ୍ତୁ ଆମଦାନୀରେ ପ୍ରଥମ ଦେଶ ଥିଲା । ଦୁଇ ଦେଶର ମିଳିତ ବ୍ୟବସାୟ ବର୍ଷ ୨୦୦୧-୦୨ ରେ ୩ ଅରବ ଡ଼ଲାରରୁ ବୃଦ୍ଧି ପାଇ ୨୦୧୭-୧୮ରେ ଏହା ୯୦ ଅରବ ଡ଼ଲାରରେ ପହଁଚିଛି । ଚୀନରୁ ଭାରତକୁ ଆମଦାନୀ ହେଉଥିବା ଜିନିଷ ମଧ୍ୟରେ 30 ପ୍ରତିଶତ ଇଲେକ୍ଟୃକାଲ ଉପକରଣ, ୧୯ ପ୍ରତିଶତ ମେକାନିକାଲ୍, ଜୈବିକ ରାସାୟନିକ ୧୨ ପ୍ରତିଶତ ଏହା ସହିତ ଅନ୍ୟାନ୍ୟ । ଚୀନକୁ ରପ୍ତାନୀ ହେଉଥିବା ବସ୍ତୁ ମଧ୍ୟରେ ଜୈବିକ ରସାୟନିକ ୧୯.୪ ପ୍ରତିଶତ, ଖଣିଜ ଇନ୍ଧନ ୧୯.୩ ପ୍ରତିଶତ ଏବଂ କାର୍ପସ ୧୦ ପ୍ରତିଶତ ସହିତ ଅନ୍ୟାନ୍ୟ ସାମଗ୍ରୀ ।

ଗତବର୍ଷ ଚୀନ ଉତ୍ପାଦ ସାମଗ୍ରୀ ଆମଦାନୀ କମ ହୋଇଛି :

ବିଗତ ଦଶକରେ ଚୀନ ଉତ୍ପାଦ ଜିନିଷ ଭାରତୀୟ ବଜାରରେ ପୁରା ଆସ୍ଥାନ ଜମେଇ ଥିଲା । କିନ୍ତୁ ୨୦୧୮-୧୯ରେ ଏହା ଆଉ ଦେଖିବାକୁ ମିଳିଲା ନାହିଁ । ଗତ କିଛି ବର୍ଷ ହେବ ଚୀନ ଓ ଭାରତ ମଧ୍ୟରେ ରପ୍ତାନୀ କ୍ଷିପ୍ର ଗତିରେ କମିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ମିଳିତ ବ୍ୟବସାୟର ୫୩ ପ୍ରତିଶତ ଉଦ୍ୟୋଗୀକ ରପ୍ତାନୀ ଥିଲା ।ସୂଚନା ମୁତାବକ, ଦୁନିଆରେ ଭାରତ ଜେନେରିକ ଔଷଧ ଉତ୍ପାଦନରେ ବଡ ଦେଶ ଅଟେ । କିନ୍ତୁ ଚୀନକୁ ରପ୍ତାନୀ ହେଉଥିବା ଦ୍ରବ୍ୟରେ ଏହାର ଭାଗ ନାହିଁ । କହିବାକୁ ଗଲେ, ଭାରତୀୟ ଜେନେରିକ ଔଷଧ ବହୁ ମାତ୍ରାରେ ଆମେରିକା ଓ ଚୀନକୁ ରପ୍ତାନୀ ହେଉଛି । ଦୁଇ ଦେଶର ସୀମା ବନ୍ଦ ଥାଇ ମଧ୍ୟ ପରସ୍ପର ବ୍ୟବସାୟରେ ବୃଦ୍ଧି ହେଉଛି । ଦୁଇ ଦେଶ ମଧ୍ୟରେ କୃଷି ଉତ୍ପାଦନ ବ୍ୟବସାୟ ବୃଦ୍ଧି ପାଇଁ ଚେଷ୍ଟା କରିବା ଆବଶ୍ୟକ । ଏହି ପ୍ରକ୍ରିୟାରେ ଆପୋଷ ବ୍ୟବସାୟକୁ ସହଯୋଗ ମିଳିବ । ଆଗାମୀ ସମୟରେ ଦୁଇ ଦେଶ ମଧ୍ୟରେ ଆପୋଷ ବୁଝାମଣାରେ ବ୍ୟବସାୟ ଖୁବ୍ ଜୋରସୋରରେ ଆଗେଇ ଚାଲିବ ।