ଭାଙ୍ଗ ନା କେବଳ ନିଶା ପାଇଁ ବ୍ୟବହାର କରାଯାଇଥାଏ ବରଂ ଭାଙ୍ଗର ବ୍ୟବହାର କରି ଏହି ତିନୋଟି ରୋଗରୁ ରକ୍ଷା ପାଇପାରିବେ….

Spread the love

ଯଦି ଆପଣ ଭାବୁଥିବେ ଭାଙ୍ଗକୁ କେବଳ ନିଶା ପାଇଁ ବ୍ୟବହାର କରାଯାଇଥାଏ, ତାହା ହେଲେ ଏହା ଆପଣଙ୍କର ଭ୍ରମ ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଭାଙ୍ଗକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ ।

ମାନ୍ୟତା ରହିଛି, ଭୋଳାନାଥଙ୍କର ପ୍ରସାଦ ଭାଙ୍ଗ ଅଟେ ଓ ଏହା ସବୁ ଶିବ ଭକ୍ତ ଗ୍ରହଣ କରିଥାନ୍ତି । ବହୁତ ଲୋକ ଏହାକୁ ଶିବଙ୍କର ପ୍ରସାଦ ଭାବି ବହୁଳ ମାତ୍ରାରେ ଗ୍ରହଣ କରିଥାନ୍ତି । ଯାହାଫଳରେ ସେମାନଙ୍କ ଶରୀର ଅସୁସ୍ଥ ହୋଇପଡେ । ଭାଙ୍ଗ ଗୋଟିଏ ନିସାସକ୍ତ ପ୍ରଦାର୍ଥ ଅଟେ । ଯାହାକୁ ଅନେକ ଲୋକ ବହୁ ଆନନ୍ଦରେ ଗ୍ରହଣ କରିଥାନ୍ତି । ଅଧିକାଂଶ ସମୟରେ, ଏହାର ସେବନ ଶିବରାତ୍ରି ଓ ହୋଲି ସମୟରେ ଲୋକମାନେ ପଣା, ଲଡୁ, କିମ୍ବା କୌଣସି ଖାଦ୍ୟରେ ମିଶାଇ ଖାଇଥାନ୍ତି । କିନ୍ତୁ ଆପଣ ଜାଣି ନଥିବେ ଭାଙ୍ଗକୁ ବହୁତଗୁଡିଏ ରୋଗରୁ ମୁକ୍ତି ପାଇଁ ବ୍ୟବହାର କରାଯାଇଥାଏ । କେବଳ ନିଶା ପାଇଁ ନୁହେଁ, ଏହି ତିନୋଟି ରୋଗରୁ ରକ୍ଷା ପାଇବା ପାଇଁ ଭାଙ୍ଗକୁ ବ୍ୟବହାର କରାଯାଇଥାଏ । ଶୁଣିସାରିବା ପରେ ଆପଣ ନିଶ୍ଚିତ ଥରେ ଏହାର ସେବନ କରିବେ ।

କେବଳ ନିଶା ପାଇଁ ନୁହେଁ ଏହି ତିନୋଟି ରୋଗରୁ ରକ୍ଷା ପାଇବା ପାଇଁ ଭାଙ୍ଗକୁ ବ୍ୟବହାର କରାଯାଇଥାଏ :

ଭାଙ୍ଗର ବ୍ୟବହାର ସେହି ରୋଗୀଙ୍କ ପାଇଁ କରାଯାଇ ଥାଏ ଯେଉଁମାନଙ୍କୁ ପୀଡା ନାଶକ ଔଷଧ ବ୍ୟବହାର ପାଇଁ ମନା କରାଯାଇଥାଏ । ଭାଙ୍ଗ ଶରୀରରେ ପୀଡା ସହନ କରିବା ଶକ୍ତି ବଢାଇଥାଏ । ତେଣୁ କରି ଭାଙ୍ଗକୁ ଅତିସହ ପୀଡା କ୍ଷେତ୍ରରେ ବ୍ୟବହାର କରାଯାଇଥାଏ । ଅର୍ଥବ ବେଦରେ ଭାଙ୍ଗକୁ ଚିନ୍ତା ନାଶକ ଜଡିବୁଟିର ଆଖ୍ୟା ଦିଆଯାଇଛି । ଭାଙ୍ଗରେ ଟିଏଚସି ତତ୍ଵ ରହିଛି, ଯାହା ମସ୍ତିଷ୍କର ସେହି ଅଙ୍ଗ ଗୁଡିକୁ ପ୍ରଭାବିତ କରିଥାଏ, ଯାହା ପୀଡା ସହ ଲଢିବା କ୍ଷମତା ରଖିଥାଏ ।

ଅଳ୍ପ ଜ୍ଵର ଥିଲେ ଏହାର ବ୍ୟବହାର :

ଭାଙ୍ଗର ବ୍ୟବହାର ନା କେବଳ ପୀଡା ଦୂର କରିବା ପାଇଁ ବ୍ୟବହାର କରାଯାଇଥାଏ, ଏହାକୁ ମଧ୍ୟ ବାନ୍ତି ହେବା ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଇଥାଏ । ଏହାର ବ୍ୟବହାର ମଧୁମେୟ ଓ ସ୍ନାୟୁବିକ ରୋଗର ସମସ୍ୟାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରାଯାଇଥାଏ । ଜ୍ଵର, ତୁରନ୍ତ ପାଚନ ଓ ଭୋକ ବଢାଇବା କ୍ଷେତ୍ରରେ ଭାଙ୍ଗକୁ ବ୍ୟବହାର କରାଯାଇଥାଏ । ଏହା ବ୍ୟତୀତ ଭାଙ୍ଗକୁ ଗଠିଆ, ଅବସାଦ ଓ ଚିନ୍ତା ଦୂର କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଭଙ୍ଗର ସତେଜ ପତ୍ରର ଲେପ ଲଗାଇବା ଦ୍ଵାରା ଚର୍ମ ରୋଗ ଦୂର ହୋଇଥାଏ ।

ମୁଣ୍ଡ ବୁଲେଇବା କିମ୍ବା ହେପାଟାଟିସ୍ ରୋଗରୁ ମୁକ୍ତି ମିଳିଥାଏ :

ଭାଙ୍ଗରେ ମିଳୁଥିବା କେନାବିନାଏସ୍ କମ୍ପାଉଣ୍ଡ ମନୁଷ୍ୟକୁ ଶାନ୍ତ ରଖିଥାଏ । ଶରୀରକୁ ଶାନ୍ତ ରଖୁଥିବା ତତ୍ଵକୁ ସକ୍ରିୟ ରଖିଥାଏ । ବାରମ୍ବାର ମୁଣ୍ଡ ବୁଲାଇ ହେଉଥିଲେ ଭାଙ୍ଗର ପ୍ରୟୋଗ ଦ୍ଵାରା ଏହାକୁ ରୋକା ଯାଇପାରିବ । ୟୂରୋପିୟନ ଜେନେରାଲ ଏଣ୍ଡ ହେପାଟୋଲୋଜିଙ୍କ ଅନୁସାରେ ଭାଙ୍ଗର ପ୍ରୟୋଗ କରି ୮୬ ଜଣ ହେପାଟାଟିସ୍ ରୋଗୀଙ୍କୁ ରୋଗ ମୁକ୍ତ କରାଯାଇଛି ।

କର୍କଟ ରୋଗୀ ପାଇଁ ଭାଙ୍ଗର ବ୍ୟବହାର :

ଭାଙ୍ଗରେ କର୍କଟରୁ ରକ୍ଷା ପାଇବା ପାଇଁ ଶକ୍ତି ରହିଛି । ପରୀକ୍ଷାରୁ କୁହାଯାଇଛି ଯେ, ଟ୍ୟୁମରର ବିକାଶକୁ ରୋକିବା ପାଇଁ ଶକ୍ତି, ଭାଙ୍ଗରେ ରହିଛି । କେନାବିନ୍ୟାଏଡସ୍ ର ସହାୟତାରେ କୋଲନ କର୍କଟ, ସ୍ତନ କର୍କଟ ଓ ଯକୃତ କର୍କଟର ସଫଳ ଚିକିତ୍ସା କରାଯାଇ ପାରୁଛି । ଭାଙ୍ଗ ହୃଦଘାତ ସମୟରେ ମସ୍ତିସ୍କର କ୍ଷତିରୁ ରକ୍ଷା କରିଥାଏ ।