କେବଳ ସଂଜୟ ଦତ୍ତ ହିଁ ନୁହେଁ; ଏହି ତାରକା ଗୁଡିକ ମଧ୍ୟ କରିଛନ୍ତି ବହୁ-ବିବାହ, ବିଶ୍ୱାସ ନ କଲେ ମଧ୍ୟ ସତ, ଏହି ତାରକା 70 ବର୍ଷ ବୟସରେ 4ର୍ଥ ଵିଵାହ କରିଥିଲେ ।

Spread the love

ଏହି ଲେଖାରେ ଜଣେ ଏହିପରି ତାରକା ଜଣେ ଅଛନ୍ତି; ସେ 70 ବର୍ଷ ବୟସରେ 4ର୍ଥ ବିବାହ କରିଛନ୍ତି । ଖାସ୍ କଥା ଏହା ଯେ, ପତ୍ନୀଙ୍କ ବୟସ ନିଜ ଝିଅ ବୟସ ଠାରୁ 4 ବର୍ଷ ଛୋଟ ଅଟେ ।

ଏହିପରି ଜଣେ ଅଭିନେତାଙ୍କ ବିଷୟରେ କହୁଛୁ, ଯିଏ କି 70 ବର୍ଷ ବୟସରେ 4ର୍ଥ ବିବାହ କରିଛନ୍ତି । ମଜକଥା ହେଲା 4ର୍ଥ ପତ୍ନୀଙ୍କ ବୟସ ନିଜ ଝିଅର ବୟସ ଠାରୁ 4 ବର୍ଷ ସାନ ।

ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରେମ, ଆଫାୟାର, ବ୍ରେକଅପ, ଛାଡପତ୍ର ଓ ବିବାହ ଇତ୍ୟାଦି ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ବଲିଉଡରେ ଏହିପରି କେତେକ ଅଭିନେତା ଅଛନ୍ତି, ଯେଉଁମାନେ ବିବାହ କରି ନାହାନ୍ତି ଓ କିଛି ଅଭିନେତା ଏପରି ଅଛନ୍ତି ଯେଉଁମାନଙ୍କ ପାଇଁ ଛାଡପତ୍ର ଓ ବିବାହ ସାଧାରଣ ଅଟେ । ଅନ୍ୟ କେତେକ ଅଭିନେତା ଅଛନ୍ତି, ଯେଉଁମାନଙ୍କ ଵୈବହିକ ଜୀଵନ ଦୀର୍ଘ ଓ ଖୁସିରେ କଟୁଛି । କେବଳ ସଂଜୁ ନୁହନ୍ତି ଏହିପରି ଅନେକ ଅଭିନେତା ଏକରୁ ଅଧିକ ବିବାହ କରିଛନ୍ତି ।

କେବଳ ସଂଜୁ ନୁହଁନ୍ତି ଏହିପରି ଅନେକ ତାରକା କରିସାରିଛନ୍ତି ଅନେକ ବିବାହ :

ଯେଉଁ ଯୋଡିମାନଙ୍କ ବିଷୟରେ କହୁଛୁ, ସେହିମାନଙ୍କ ମଧ୍ୟରୁ କେତେକଙ୍କ ଜୀବନସାଥି ଦୁନିଆ ଛାଡ଼ି ଚାଲିଗଲେଣି ଆଉ କେତେକ ଜାଣିଶୁଣି ଛାଡିଛନ୍ତି ଓ ଆଉ କେହିକେହି ସହମତିରେ ପରସ୍ପରକୁ ଛାଡିଛନ୍ତି ।

ସଞ୍ଜୟ ଦତ୍ତ :

ବଲିଉଡ଼ର ସବୁଠାରୁ ବିବାଦରେ ରହିଥିବା ଅଭିନେତା ହେଲେ ସଞ୍ଜୟ ଦତ୍ତ । ସେ 1986 ମସିହାରେ ପ୍ରଥମେ ରିଚା ଶର୍ମାକୁ ବିବାହ କରିଥିଲେ । କିନ୍ତୁ 1996ରେ ଦୁର୍ଭାଗ୍ୟବଶତଃ ବ୍ରେନ୍ ଟ୍ୟୁମର୍ ରେ ମୃତ୍ୟୁ ହୋଇଥିଲା । ତାଙ୍କର ଗୋଟିଏ ଝିଅ ତ୍ରିସା; ଯିଏ କି ଆମେରିକାରେ ରହୁଛି, ସଞ୍ଜୁ କେବେ କେବେ ଦେଖିବାକୁ ଯାଉଛନ୍ତି ।ଏହାପରେ ଆସିଲେ ରିଆ ପିଲାଇ, କିନ୍ତୁ 2005ରେ ସଂଜୁ ତଲାକ ଦେଲେ ରିଆକୁ । ତାହାପରେ ତାଙ୍କ ଜୀବନକୁ ଆସିଲେ ମାନ୍ୟତା, ତାଙ୍କର 2ଟି ସନ୍ତାନ ଯାହାଙ୍କ ସହିତ ସଂଜୁ ଜୀବନ ବିତାଉଛନ୍ତି । ଏହିପରି ଅନେକ ଝିଅ ତାଙ୍କରି ଜୀବନରେ ଆସିସାରିଛନ୍ତି ।

କିଶୋର କୁମାର

ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ କିଶୋର କୁମାର 21ବର୍ଷ ବୟସରେ ବିବାହ କରିଥିଲେ । ତାଙ୍କର ପ୍ରଥମ ପତ୍ନୀ ବଙ୍ଗାଳି ଫିଲ୍ମର ଚର୍ଚ୍ଚିତ ଅଭିନେତ୍ରୀ ଓ ଗାୟିକା ରୁମା ଗୁହା ଠାକୁରଙ୍କୁ ବିବାହ କରିଥିଲେ । ପରସ୍ପର 8 ବର୍ଷ ରହିବା ପରେ କିଶୋର ରୁମାଙ୍କୁ ଛାଡପତ୍ର ଦେଲେ । କିଶୋର ପୁଣି 60 ଦଶକରେ 2ୟ ବିବାହ ସବୁଠାରୁ ସୁନ୍ଦରୀ ମଧୁବାଲାଙ୍କୁ କରିଥିଲେ । କିନ୍ତୁ ବିବାହର ଦୁଇବର୍ଷ ପରେ ମଧୁଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହାପରେ କିଶୋର କୁମାର ଅଭିନେତ୍ରୀ ଯୋଗୀତା ବଳୀଙ୍କୁ ବିବାହ କଲେ । ଏହି ବିବାହ ମଧ୍ୟ ଦୁଇ ବର୍ଷ ପାଇଁ ହିଁ ରହିଥିଲା । ଏହାପରେ କିଶୋର ବଲିଉଡର ଲୀନା ଚନ୍ଦ୍ରାବ୍ରକଙ୍କ ସହିତ 4ର୍ଥ ବିବାହ 1980ରେ କଲେ । କିନ୍ତୁ ଦୁଃଖର କଥା 1986ରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

କରନ ସିଂହ ଗ୍ରୋବର

ଛୋଟ ପରଦାର ଲୋକପ୍ରିୟ ଅଭିନେତା କରନ ସିଂହ ଗ୍ରୋବର ନିଜର ବଲିଉଡ ଯାତ୍ରା 2015ରେ “ଆଲୋନ” ଚଳଚିତ୍ରରୁ ଆରମ୍ଭ କରିଥିଲେ। । ଏହା ପୂର୍ବରୁ ସେ ସୁପରହିଟ ସିରିୟଲ “ଦିଲ୍ ମିଲ୍ ଗୟା”ରେ ଡାକ୍ତର ଭୁମିକାରେ ଅଭିନୟ କରିଥିଲେ । 2008ରେ କରନ ଅଭିନେତ୍ରୀ ଚନ୍ଦ୍ରା ମାଲହୋତ୍ରଙ୍କୁ ବିବାହ କରିଥିଲେ କିନ୍ତୁ 2009ରେ ଛାଡପତ୍ର ଦେଇଥିଲେ । ଏହାପରେ 2009ର ଶେଷକୁ ନିଜର ସହ ଅଭିନେତ୍ରୀ ଜେନିଫରଙ୍କୁ ବିବାହ କରିଥିଲେ । 2011 ପର୍ଯ୍ୟନ୍ତ ସବୁ କିଛି ଠିକ ଥିଲା କିନ୍ତୁ ଏହାପରେ ତାଙ୍କର ଆଫାୟାର ବିପାସା ବସୁଙ୍କ ସହିତ ବଢ଼ିଲା, ଫଳସ୍ୱରୂପ ଛାଡପତ୍ର ହେଲା ଏବଂ 2016ରେ ବିପାସା ବସୁଙ୍କ ସହିତ ତୃତୀୟ ବିବାହ କରିଥିଲେ ଓ ବର୍ତ୍ତମାନ ଦୁହେଁ ଏକତ୍ର ଅଛନ୍ତି ।

କବିର ବେଦୀ

ବଲିଉଡ ଓ ହଲିଉଡ଼ର ପ୍ରସିଦ୍ଧ ଅଭିନେତା କବିର ବେଦୀଙ୍କ ବୟସ 70 ଅଟେ ଓ ତାଙ୍କର 4ର୍ଥ ପତ୍ନୀଙ୍କ ବୟସ ତାଙ୍କଠାରୁ 27 ବର୍ଷ ସାନ । ତାଙ୍କର ପ୍ରଥମ ବିବାହ 1969ରେ ଡ୍ୟାନ୍ସର ପ୍ରତିମା ବେଦୀଙ୍କ ସହିତ ହୋଇ 1973ରେ ତଲାକ ହୋଇଥିଲା । ତାଙ୍କ ଠାରୁ ଝିଅ ପୂଜା ବେଦୀ ଓ ପୁଅ ସିଦ୍ଧାର୍ଥ ଜନ୍ମ ହୋଇଥିଲେ । କବିର ଦ୍ଵିତୀୟ ଵିଵାହ କରିଥିଲେ ବ୍ରିଟିଶ ଫ୍ୟାସନ୍ ଡିଜାଇନର ସୁଷେନଙ୍କ ସହିତ କିନ୍ତୁ ଏହି ବିବାହ ବହୁଦିନ ରହିଲା ନାହିଁ । କବିର 1990ରେ ତୃତୀୟ ବିବାହ କରିଥିଲେ ନିକ୍କୀଙ୍କୁ କିନ୍ତୁ 2005ରେ ନିକ୍କୀଙ୍କ ସହ ଛାଡପତ୍ର ହୋଇଥିଲା । ଏହାପରେ କବିର ବ୍ରିଟିଶ ଅଭିନେତ୍ରୀ ଓ ମୋଡେଲ ପରବିନ ଦେଶାଇଙ୍କ ସହିତ ସମ୍ପର୍କରେ ରହିଲେ ଏବଂ 2016ରେ ବିବାହ କଲେ । ଆପଣମାନଙ୍କୁ ଜଣାଇବା ପାଇଁ ଚାହୁଁଛୁ; ଚତୁର୍ଥ ପତ୍ନୀ ପରବିନ, ଝିଅ ପୂଜାଙ୍କ ଠାରୁ 4 ବର୍ଷ ସାନ ଥିଲେ ।

ସିଦ୍ଧାର୍ଥ ରାୟ କପୂର :

ଫିଲ୍ମ ନିର୍ମାତା ସିଦ୍ଧାର୍ଥ ରାୟ କପୂର ଅଭିନେତ୍ରୀ ବିଦ୍ୟା ବାଲନଙ୍କୁ ତୃତୀୟ ବିବାହ କରିଥିଲେ । ଏହା ପୂର୍ବରୁ ସେ ନିଜ ସାଙ୍ଗ ଆରତୀ ବଜାଜଙ୍କୁ ପ୍ରଥମ ବିବାହ କରିଥିଲେ ଏବଂ ଦ୍ଵିତୀୟ ବିବାହ ଟିଭି ନିର୍ମାତା କବିତାଙ୍କ ସହିତ ହୋଇଥିଲା । ତାଙ୍କରି ଛାଡ଼ପତ୍ର ପରେ ତାଙ୍କ ଜୀବନକୁ ବିଦ୍ୟା ବାଲନ୍ ଆସିଥିଲେ ।