ମିଠା ଦ୍ୱାରା ନୁହେଁ, ଏହି 9ଟି କାରଣରୁ ହୋଇଥାଏ Diabetes । ଘରୋଇ ଉପଚାର କରି ଏଥିରୁ ଆପଣ ବର୍ତ୍ତି ପାରିବେ ।

Spread the love

ଆପଣମାନେ ପ୍ରାୟତଃ ଶୁଣିଥିବେ ଅଧିକ ମିଠା ଖାଇବା ଦ୍ୱାରା ମଧୁମେହ ହୋଇଥାଏ । କିନ୍ତୁ ଏହା ପ୍ରକୃତରେ ସତ୍ୟ ନୁହେଁ । ମଧୁମେହରେ ଡାକ୍ତର ସର୍ବଦା ମିଠା ଠାରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଥାନ୍ତି କିନ୍ତୁ ଯେଉଁମାନଙ୍କୁ ମଧୁମେହ ନାହିଁ ସେମାନେ ମଧ୍ୟ କଣ ମିଠା ଠାରୁ ଦୁରେଇ ରହିବା ଜରୁରୀ ? ମିଠା ଖାଇବା ସହ ମଧୁମେୟ କୌଣସି ସମ୍ପର୍କ ନାହିଁ । ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ମିଠା ପସନ୍ଦ ନୁହେଁ ତଥାପି ସେମାନ ମଧ୍ୟ ମଧୁମେହ ରୋଗର ଶିକାର ହୋଇଥାନ୍ତି । ତେଣୁ ଏଥିରୁ ସ୍ଵଷ୍ଟ ଅନୁମାନ କରିପାରିବ ଯେ, ମିଠା ଦ୍ଵାରା ନୁହେଁ ବରଂ ମଧୁମେହ ଅନ୍ୟ କାରଣରୁ ମଧ୍ୟ ହୋଇଥାଏ ।

ମଧୁମେୟ କଣ ?

ପେଂକ୍ରିଯାଜ ଗ୍ରନ୍ଥିରେ ଇନ୍ସୁଲିଂର ସ୍ରାବ କମ ହୋଇଯିବା କାରଣରୁ ରକ୍ତରେ ଗ୍ଲୁକୋଜର ସ୍ତର ସମାନ୍ୟରୁ ଅଧିକ ବଢିଯାଇଥାଏ, ଯାହାକୁ ମଧୁମେହ କୁହାଯାଏ । ଇନ୍ସୁଳୀନ ଏକ ହରୋମନ ଅଟେ, ଯାହା ପାଚନ ଗ୍ରନ୍ଥି ଦ୍ୱାରା ପ୍ରସ୍ତୁତ ହୋଇଥାଏ ଏବଂ ଯାହା ଖାଦ୍ୟକୁ ଶକ୍ତିରେ ପରିଣତ କରିଥାଏ । ଏହା ବିନା ଶରୀରରେ ସୁଗାରର ମାତ୍ରା ନିୟତ୍ରଣ ହୋଇନଥାଏ; ଯାହାଫଳରେ ଆପଣ ମଧୁମେହର ଶିକାର ହୋଇପଡନ୍ତି ।

କିପରି ହୋଇଥାଏ ମଧୁମେୟ :

ମଧୁମେହ ହେବାର କାରଣ ହେଉଛି ଇନ୍ସୁଳୀନର ଅଭାବ କିମ୍ବା ଇନ୍ସୁଳୀନ ରେଜିଷ୍ଟ୍ରେସନ, ମିଠା ଖାଇବା ନୁହେଁ । କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ମଧୁମେହ ହେବା ପରେ ମିଠା ଖାଇବା ବଜାୟ ରଖିବେ । ଡ଼କ୍ଟରଙ୍କ ପରାମର୍ଶରେ ହିଁ ମଧୁମେହ ରୋଗୀ ମିଠା ଖାଇ ପାରିବେ । ଚିନି ପ୍ରତିବଦଳରେ ଏସ୍ପାଟ୍ରେମର ବ୍ୟବହାର କରିବା ଲାଭଦାୟକ ଅଟେ ।

କେତେ ପରିମାଣରେ ନେଇପାରିବେ ସୁଗାର :

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (Who) ଅନୁସାରେ ଯଦି ଆପଣ ଦିନ ତମାମ ଏକ ଚାମଚ ଚିନି ଖାଆନ୍ତି; ତେବେ ଆପଣଙ୍କୁ ଚିନ୍ତା କରିବାର କୌଣସି କାରଣ ନାହିଁ । କାରଣ ଏହି ମାତ୍ରାର ଚିନି ଆପଣଙ୍କ ଶରୀର ପାଇଁ ହାନିକାରକ ନୁହେଁ ।

ମଧୁମେୟର କାରଣ :

ଖରାପ ଜୀବନଶୈଳୀ :

ନିକଟରେ ହୋଇଥିବା ଏକ ପରୀକ୍ଷା ଅନୁସାରେ ଆଜିକାଲିର ଖରାପ ଜୀବନଶୈଳୀ କାରଣରୁ ମଧୁମେହ ହୋଇଥାଏ । ଭରପୁର ଖାଦ୍ୟ ଗ୍ରହଣ ନକରିବା, ଖରାପ ଖାଦ୍ୟ ଅଭ୍ୟାସ, ପାଣି ନ ପିଇବା, ବ୍ୟାୟାମ ନ କରିବା, ଶାରୀରିକ କାର୍ଯ୍ୟ ନ କରିବା ଇତ୍ୟାଦି କାରଣରୁ ମଧୁମେହ ପରି ରୋଗ ହୋଇଥାଏ । ଏହିଥିରୁ ବର୍ତ୍ତିବା ପାଇଁ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣନ୍ତୁ ।

ସକାଳ ଜଳଖିଆ ତ୍ୟାଗ କରିବା ଏହାର ଏକ କାରଣ ଅଟେ :

ସକାଳୁ ସକାଳ ଜଳଖିଆ ତ୍ୟାଗ କରି ଆପଣ ଟାଇପ୍-୨ ମଧୁମେହକୁ ନିମନ୍ତ୍ରଣ ଦେଇଥାନ୍ତି । ଯେଉଁ ବ୍ୟକ୍ତିମାନେ ପ୍ରତ୍ୟହ ସକାଳ ଜଳଖିଆ କରନ୍ତି ନାହିଁ । ସେମାନଙ୍କୁ ୩୩ ପ୍ରତିଶତ ମଧୁମେହ ହେବାର ସମ୍ଭାବନା ଏବଂ ସପ୍ତାହରେ ୪ ଦିନ ସକାଳ ଜଳଖିଆ ନ କରିବା ଦ୍ୱାରା ୫୫ ପ୍ରତିଶତ ମଧୁମେହ ହେବାର ସମ୍ଭାବନା ରହିଥାଏ ।ସକାଳ ଜଳଖିଆ ନ କରିବା ଦ୍ୱାରା ଶରୀରରେ ଇନ୍ସୁଳୀନର ରେସିଷ୍ଟରେନ୍ସ ବଢିଯାଇ ଥାଏ, ଯାହାଫଳରେ ମେଟାବୋଲିଜିୟମ୍ ସିଷ୍ଟମ୍ ଉପରେ ପ୍ରଭାବ ପଡିଥାଏ । ଏହା ଫଳରେ ଶରୀରରେ ମଧୁମେୟର ଲକ୍ଷଣ ଜନମି ଥାଏ ।

ଭିଟାମିନ୍-ଡ଼ି ର ଅଭାବ :

ଭିଟାମିନ୍-ଡିର ଅଭାବରେ ଶରୀରରେ ଗ୍ଲୁକୋଜର ସ୍ତର ବଢି ଯାଇଥାଏ । ଯାହାଫଳରେ ପ୍ରି-ମଧୁମେୟ ହୋଇଥାଏ । ଏହା ଏପରି ଏକ ଅବସ୍ଥା ଅଟେ, ଯେଉଁଠି ବ୍ୟକ୍ତିର ହାଇ ବ୍ଲଡ଼ ସୁଗାର ବଢି ଯାଇଥାଏ କିନ୍ତୁ ଏହାକୁ ମଧୁମେହ କୁହାଯାଇ ପାରିବ ନାହିଁ । କିନ୍ତୁ ଧୀରେ ଧୀରେ ଏହା ଦ୍ୱାରା ଆପଣଙ୍କୁ ମଧୁମେହ ହୋଇପାରେ ।

ଓଜନ ବଢିବା ଦ୍ୱାରା ମଧୁମେହ ହୋଇଥାଏ :

ଆଜିର ଦୁନିଆରେ ଲୋକଙ୍କ ମଧ୍ୟରେ ଓଜନ ବଢିବା ସମସ୍ୟା ଦେଖାଗଲାଣି । ମୋଟାପଣ ଅନେକ ରୋଗର କାରଣ ହୋଇପାରେ । ମୁଖ୍ୟ କାରଣ ହେଉଛି ମଧୁମେହ ।ପରୀକ୍ଷାରୁ ଜଣା ପଡିଛି ପତଳା ଲୋକଙ୍କ ଅପେକ୍ଷା ମୋଟା ଲୋକଙ୍କ କ୍ଷେତ୍ରରେ ମଧୁମେହ ହେବାର ଆଶଙ୍କା ତିନି ଗୁଣ ଅଧିକ ରହିଥାଏ । ମୋଟାପଣ ଦ୍ୱାରା ହାଇ ବ୍ଲଡ଼ପ୍ରେସର, ହାଇ କୋଲେଷ୍ଟ୍ରଲ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଧିକ ଥାଏ ।

ଜେନେଟିକ କାରଣ :

ଏହା ଏକ ଆନୁବଂଶୀକ ରୋଗ ଅଟେ । ଯଦି କୌଣସି ବ୍ୟକ୍ତିଙ୍କ ମାତାପିତାଙ୍କ ମଧୁମେୟ ଥାଏ, ତେବେ ସେମାନଙ୍କ ପିଲାଙ୍କୁ ମଧ୍ୟ ମଧୁମେୟ ହେବାର ସମ୍ଭାବନା ଥାଏ ।ଚିନ୍ତାଗ୍ରସ୍ତ ଅବସ୍ଥାରେ, ଗର୍ଭାବସ୍ଥା ସମୟରେ ଅତ୍ୟଧିକ ଔଷଧ ଖାଇବା ଦ୍ୱାରା, ଖୀର, ଚାହା, ଥଣ୍ଡା ପାନୀୟ, ଧୂମ୍ରପାନ ଏବଂ ତମାଖୁ ସେବନ ଦ୍ୱାରା ମଧ୍ୟ ଏହି ରୋଗ ହେବାର ଆଶଙ୍କା ଥାଏ ।

ଦିନ ବେଳେ ଅଫିସରେ ବସି ରହିବା ଦ୍ୱାରା :

ଯେଉଁ ବ୍ୟକ୍ତିମାନେ ଦିନସାରା ଅଫିସରେ ବସି କାମ କରିଥାନ୍ତି ଏବଂ କଦାପି ବ୍ୟାୟାମ କରନ୍ତି ନାହିଁ, ସେହି ବ୍ୟକ୍ତିଙ୍କ ମଧ୍ୟରେ ମଧୁମେୟ ହେବାର ଆଶଙ୍କା ୮୦ ପ୍ରତିଶତ ବଢି ଯାଇଥାଏ ।

ଇନ୍ସୁଳୀନ ତିଆରି ନ ହେବା :

ଇଂସୁଳିନ ଦ୍ୱାରା ପ୍ରେରିତ ହେଉଥିବା ସୁଗାର ଦ୍ୱାରା କୋଶିକାକୁ ଶକ୍ତି ମିଲିଥାଏ । କିନ୍ତୁ ଇଂସୁଳିନର କମ ପ୍ରସ୍ତୁତି ଫଳରେ ରକ୍ତରେ ସୁଗାର ଅଧିକ ହୋଇଯାଏ ଏବଂ କୋଶିକା ଗୁଡିକୁ ଶକ୍ତି ମିଳିନଥାଏ । ଶାରୀରିକ ଉର୍ଜା କମ ହେବା ଫଳରେ ରକ୍ତରେ ସୁଗାର ଜମା ହେବାରେ ଲାଗିଥାଏ, ଯାହା ପରେ ପରିସ୍ରା ମାଧ୍ୟମରେ ବାହାରକୁ ଆସିଥାଏ । ଏହା ହିଁ କାରଣ ଅଟେ, ଯାହାଫଳରେ ମଧୁମେହ ରୋଗୀକୁ ବାରମ୍ବାର ପରିଶ୍ରା ଲାଗିଥାଏ ।

ଅତ୍ୟଧିକ ଚିନ୍ତଗ୍ରସ୍ତ :

ଅତ୍ୟଧିକ ଚିନ୍ତଗ୍ରସ୍ତ ଫଳରେ ଶରୀରର ସୁଗାରର ସ୍ତର ବଢିଥାଏ । ଯଦି ଆପଣ ଲଗାତାର ଚିନ୍ତଗ୍ରସ୍ତ ରୁହନ୍ତି, ତେବେ ଆପଣଙ୍କୁ ମଧୁମେୟ ହେବାର ଆଶଙ୍କା ରହିଥାଏ ।

ଆବଶ୍ୟକ ମାତ୍ରାର ନିଦ ନ ନେବା :

କମ ଶୋଉଥିବା ବ୍ୟକ୍ତିଙ୍କୁ ମଧୁମେହ ହେବାର ଆଶଙ୍କା ଥାଏ । ବେଳେବେଳେ କମ ଶୋଇବା କିଛି ଅସୁବିଧା ହୋଇନଥାଏ କିନ୍ତୁ ନିୟମିତ କମ ଶୋଇବା ଫଳରେ ଆପଣ ରୋଗାଗ୍ରସ୍ତ ହୋଇ ପଡିବେ । ଯାହା ପରେ ମଧୁମେହର କାରଣ ହୋଇପାରେ ।

ପିଜୁଳି ଦ୍ୱାରା ମଧୁମେହର ଚିକିତ୍ସା :

ପିଜୁଳି ରକ୍ତରେ ସୁଗାରର ପରିମାଣକୁ କମ କରିବାରେ ସାହାଯ୍ୟ କରିଥାଏ । ପିଜୁଳିରେ ଅଲଫା ଗ୍ଲୁକୋସିଡେସ ନାମକ ଏଞ୍ଜାଇମର କାର୍ଯ୍ୟକୁ କମ କରିଥାଏ, ଯାହା ବ୍ଲଡ଼ର ଗ୍ଲୁକୋଜକୁ ଭୋଜନରେ ପରିବର୍ତ୍ତନ କରିଥାଏ । ଏହା ଦ୍ୱାରା ବ୍ଲଡ଼ର ସୁଗାର ସ୍ତର କମ ହୋଇଥାଏ ।

ପିଜୁଳି ପତ୍ରର ଚାହା କରନ୍ତୁ :

ପିଜୁଳିର ୫ ରୁ ୬ଟି ପତ୍ର ଭଲ ରୂପେ ଧୋଇ ସଫା କରିଦିଅନ୍ତୁ । ଏକ ଲିଟର ପାଣିରେ ପକାଇ ଭଲ ରୂପେ ଗରମ କରନ୍ତୁ ଏବଂ ପରେ ପାଣିକୁ ଛାଣି ଦିଅନ୍ତୁ । ପରେ ଏଥିରେ ସ୍ୱାଦ ପାଇଁ ମହୁ ମିଶାଇ ପିଅନ୍ତୁ ।

କେତେବେଳେ ପିଇବେ :

ସୁଗାର ନିୟତ୍ରଣ କରିବା ପାଇଁ ଏହାକୁ ସକାଳେ ଏକ କପ ପିଅନ୍ତୁ । ଏହାକୁ ନିଜର ଭୋଜନ ପରେ ମଧ୍ୟ ପିଇ ପାରିବେ । ଦିନରେ କେବଳ ୧ ରୁ ୨ କପ ହିଁ ଏହାର ସେବନ କରନ୍ତୁ ।