ଟିକିଏ ବି ଲଜ୍ଜା କରନ୍ତି ନାହିଁ ଏହି ରାଶିର ମହିଳାମାନେ ! ସ୍ଵଛ ମନରେ ହସି ହସି ଜୀବନ ଅତିବାହିତ କରିଥାନ୍ତି ।

Spread the love

କୁହାଯାଏ କି, ଲାଜ୍ଜ ମହିଳାମାନଙ୍କର ଆଭୁଷନ ଅଟେ । ଆପଣ ମଧ୍ୟ ଦେଖିଥିବେ ଭାରତରେ ଅଧିକାଂଶ ମହିଳାମାନେ ଅତ୍ୟଧିକ ମାତ୍ରାରେ ଲାଜ୍ଜ ଅନୁଭବ କରିଥାନ୍ତି । ମାତା, ପିତା ମଧ୍ୟ ନିଜ ଝିଅକୁ ଶିକ୍ଷା ଦେଇଥାନ୍ତି କି, ସେମାନଙ୍କୁ ଲାଜ୍ଜ ରହିବା ଉଚିତ । କିନ୍ତୁ ଯେତେବେଳେ ଦୁନିଆ ପରିବର୍ତ୍ତନ ହେଉଛି, ଲୋକମାନଙ୍କ ଚିନ୍ତାଧାରା ମଧ୍ୟ ପରିବର୍ତ୍ତନ ହେଉଛି । ଅଧିକାଂଶ ମହିଳାମାନେ ଅନ୍ୟ ଆଗରେ ବା ଅଜଣା ବ୍ୟକ୍ତି ଆଗରେ କଥା ହେବାକୁ ଲଜ୍ଜା ଅନୁଭବ କାରନ୍ତି କିନ୍ତୁ ସବୁ ମହିଳା ଏଭଳି ନଥାନ୍ତି । ଆଜି ଆମେ ଆପଣଙ୍କୁ କିଛି ଏଭଳି ରାଶିର ମହିଳାମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ କି ଅଜଣା ବ୍ୟକ୍ତି ସହିତ ଆରାମରେ କଥା ହୋଇଥାନ୍ତି ଓ ନିଜକୁ ଲାଜ୍ଜ ଅନୁଭବ କରିନଥାନ୍ତି । ଏମାନେ ସବୁବେଳେ ହସ, ଖୁସି, ଆନନ୍ଦରେ ରହିଥାନ୍ତି । ତେବେ ଆସନ୍ତୁ ଜାଣିବା :

ମିଥୁନ ରାଶି –

ଏହି ରାଶିର ମହିଳାମାନେ ସବୁ କିଛି କହି ଦିଅନ୍ତି । ଏମାନେ କିଛି ମଧ୍ୟ ନିଜ ହୃଦୟରେ ଦ ବେଇ ରଖିପାରନ୍ତି ନାହିଁ । ଲାଜ ଭଳି ଶବ୍ଦ ଏମାନଙ୍କ ଭିତରେ ନ ଥାଏ । ଏମାନେ ସଭିଙ୍କ ସହିତ ମିଳାମିଶା କରନ୍ତି । ସେ ସ୍ତ୍ରୀ ହେଉ ବା ପୁରୁଷ ସଭିଙ୍କ ସହିତ କାନ୍ଦରେ କାନ୍ଦ ମିଶାଇବା ପାଇଁ କେବେବି ପଛେଇ ନଥାନ୍ତି । ଏହି ରାଶିର ମହିଳାଙ୍କ ପାଖରେ ଏତେ ଆତ୍ମବିଶ୍ବାସ ଥାଏ ଯେ, ପୁରୁଷମାନଙ୍କ ସହିତ ମଧ୍ୟ ଝଗଡା କରିବାକୁ ପଛେଇ ନଥାନ୍ତି । ଏହି ରାଶିର ମହିଳାମାନେ କାହା ପାଖରେ ମଧ୍ୟ ଲାଜ କରନ୍ତି ନାହିଁ ଏବଂ ବିନ୍ଦାସରେ ଜୀବନ ଅତିହାହିତ କରବା ଦେଖି କେହି ମଧ୍ୟ ସେମାନଙ୍କ ସହ ଝଗଡା କରିବାକୁ ଚାହାଁନ୍ତି ନାହିଁ ।

କନ୍ୟା ରାଶି –

ଏହି ରାଶିର ମହିଳାମାଙ୍କ ସ୍ଵଭାଵ ହେଉଛି, ସଭିଙ୍କ ସହିତ ମିଶିବା କରିବା । ଏହି ରାଶିର ମହିଳାମାନେ, କେଉଁ ଅଜଣା ବ୍ୟକ୍ତି ସହିତ ମଧ୍ୟ କଥା ହୋଇ ନିଜ ଆଡକୁ ଆକର୍ଷଣ କରିପାରନ୍ତି । ଏଥିପାଇଁ ସେମାନେ କାହା ସହିତ ମଧ୍ୟ କଥା ହେବାରେ ଲାଜ ହୋଇନଥାନ୍ତି । ଏମାନେ କେଉଁଠାରେ ମଧ୍ୟ ଓ କେଉଁ ଜାଗାରେ ମଧ୍ୟ ବ୍ୟବସ୍ଥିତ ହୋଇ ରହିପାରନ୍ତି । ଏମାନଙ୍କୁ ସବୁବେଳେ ଖୁସିରେ ରହି, ଅନ୍ୟକୁ ମଧ୍ୟ ଖୁସି ବାଣ୍ଟିବାରେ ଆନନ୍ଦ ମିଳିଥାଏ । ଏମାନେ ନିଜ ଇଚ୍ଛା ଅନୁସାରେ କାମ କରିଥାନ୍ତି । ଲୋକମାନେ, ସେମାନଙ୍କ ପାଇଁ କଣ ଭାବିଥାନ୍ତି, ସେଥିପାଇଁ କେବେ ମଧ୍ୟ ସେମାନେ ଚିନ୍ତା କରନ୍ତି ନାହିଁ । ତେଣୁ ଏହି ରାଶିର ମହିଳାମାନେ ଆଦୌ ଲାଜ କରି ନଥାନ୍ତି ।

ତୁଳା ରାଶି –

ଏହି ରାଶିର ମହିଳାମାନେ ଅଳ୍ପ ଜିଦ୍ଦି ହୋଇଥାନ୍ତି । ଏମାନେ କାହାର ମଧ୍ୟ କଥା ଶୁଣିନଥାନ୍ତି । ସେମାନେ ଜୀବନରେ ସବୁକିଛି ନିଜ ଇଚ୍ଛାରେ କରିବାକୁ ଚାହିଁଥାନ୍ତି । ଏଥିପାଇଁ ଏମାନେ ଲାଜ ହେବା ମଧ୍ୟ ଜାଣନ୍ତି ନାହିଁ । ଏହି ରାଶିର ମହିଳାମାନେ ଭାବିଥାନ୍ତି କି, ସେମାନେ ଯାହା କରୁଛନ୍ତି ସବୁ ଠିକ କରୁଛନ୍ତି । ଏହାଛଡା ଏମାନେ ବହୁତ ବାର୍ତ୍ତାଳାପୀ ସ୍ଵଭାବର ହାଇଥାନ୍ତି । ଏମାନେ ଯେତେବେଳେ କଥା ହେବା ଆରମ୍ଭ କରିଥାନ୍ତି, ତେବେ ଆଖପାଖକୁ ଦେଖି ନ ଥାନ୍ତି ।

କୁମ୍ଭ ରାଶି –

ଏହି ରାଶିର ମହିଳାମାନେ ହସ ମୁହଁରେ ରହିଥାନ୍ତି ଓ ସେମାନଙ୍କ ସ୍ଵଭାଵ ବହୁତ ଚଞ୍ଚଳ ହୋଇଥାଏ । ଏମାନେ ଥଟ୍ଟା ଓ ମସ୍ତି କରିବାକୁ ବହୁତ ପସନ୍ଦ କରନ୍ତି । ତେଣୁ ଏହି ରାଶିର ମହିଳାମାନେ ଲାକ ନ ହୋଇ ସଭିଁଙ୍କ ସହିତ ହସି ହସି ସମୟ ଅତିବାହିତ କରିଥାନ୍ତି । ଏମାନେ ସଭିଁଙ୍କ ସହିତ ଭଲରେ ବ୍ୟବହାର କରିଥାନ୍ତି । ତେଣୁ ଏମାନଙ୍କୁ ସମସ୍ତେ ଭଲ ପାଇଥାନ୍ତି ।

ମନେ ରଖନ୍ତୁ –

ଏହି ସବୁକଥା ଗୁଡିକ ଏହି ରାଶି ସମ୍ପର୍ଣ୍ଣ ମହିଳା ମାନଙ୍କର କ୍ଷେତ୍ରରେ ୭୫ ପ୍ରତିଶତ ହିଁ ଲାଗୁ ଅଟେ । ହୋଇପାରେ ଅନ୍ୟ ମହିଳାଙ୍କ ଭିତରେ ଲାଜ ଗୁଣ ଥାଇପାରେ ।